ଟ୍ୱିଟରରେ ଅସନ୍ତୋଷ ପ୍ରକାଶ କରିବା ପରେ ମୋବାଇଲରେ ଆସିଲା ଟାୱାର !

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ନିଜର ଅପକମିଂ ଫିଲ୍ମ ‘102 ନଟ୍ ଆଉଟ୍‌’ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ପାଇଁ ବିଗ ବି ଏକ ଗୀତ ସୁଟିଂ କରୁଥିଲେ। ଏହି ସମୟରେ ଅମିତାଭଙ୍କ ମୋବାଇଲ ଫୋନରେ ନେଟୱାର୍କ ଚାଲି ଯାଇଥିଲା। ଏନେଇ ଅମିତାଭ ଟ୍ୱିଟ୍‌ କରି ଅସନ୍ତୋଷ ପ୍ରକାଶ କରିଥିଲେ। ମୋବାଇଲ କମ୍ପାନୀ ଦୟାକରି ଚେତିଯାଅ। କିଛି ବି ଚାଲୁ ନାହିଁ। ଭୋଡ଼ାଫୋନ ନେଟୱାର୍କ ନଥିବାରୁ ସବୁ ମେସେଜ ଫେଲ ହୋଇଯାଉଛି। 4g ନେଟୱାର୍କ. କିନ୍ତୁ କିଛି କାମ ନୁହଁ।


କିଛି ସମୟ ପରେ ବିଗ ବିଙ୍କ ଫୋନରେ ନେଟୱାର୍କ ଆସିବା ପରେ ସେ ପୁଣି ଟ୍ୱିଟ୍‌ କରି କହିଥିଲେ- ଭୋଡ଼ାଫୋନ ମୋ କଥା ଶୁଣିଲା, ଏବେ ମେସେଜ ଯାଉଛି।