ଏଥର ବିଗ ବି ଙ୍କ ଘରେ ଫିକା ପଡ଼ିବ ହୋଲି

ମୁମ୍ବାଇ: ଏଥର ବିଗ୍ ବି ଅମିତାଭ ବଚ୍ଚନଙ୍କ  ପରିବାରେ ଜମିବନି ରଙ୍ଗର ଆସର। କାରଣ ବୋହୂ ଐଶର୍ଯ୍ୟାଙ୍କ ପିତା କ୍ରୀଷ୍ଣାରାଜ ରାୟଙ୍କ ଦେହ ଅତି ଗୁରୁତର ହୋଇପଡ଼ିଛି। ତେଣୁ ହୋଲି ଉତ୍ସବ ଫିକା ପଡ଼ିଯାଇଛି। କ୍ରୀଷ୍ଣାରାଜ ରାୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେ ଏବେ ଆଇସିୟୁରେ ଅଛନ୍ତି। ତେଣୁ ତାଙ୍କ ଯତ୍ନ ପାଇଁ ବଚ୍ଚନଙ୍କ ପୂରା ପରିବାର ମେଡିକାଲରେ ରହିବେ । ସୂଚନାଅନୁଯାୟୀ ଏ ବର୍ଷ ଅମିତାଭ ବଚ୍ଚନଙ୍କ ପରିବାରରେ ହୋଲି ଉପଲକ୍ଷେ ଗ୍ରାଣ୍ଡ ସେଲିବ୍ରେସନ ହେବାର ଥିଲା। ଏହି ପାର୍ଟିକୁ ବହୁ ନାମୀଦାମୀ କଳାକାର ସାମିଲ ହେବାର କାର୍ଯ୍ୟକ୍ରମ ଥିଲା। ହେଲେ ଅମିତାଭଙ୍କ ସମୁଦି  ଅବସ୍ଥା ଅଚାନକ ଗୁରୁତର ହୋଇପଡ଼ିବାରୁ  କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।