ଏପରି ଭିଲିଆନ, ହିରୋଙ୍କଠାରୁ ବି ହୋଇଥିଲେ ଅଧିକ ଲୋକପ୍ରିୟ

ମୁମ୍ବାଇ:  ୮୦ ଦଶକରେ ପରଦା ଉପରେ  ତାଙ୍କୁ ଦେଖିଦେଲେ ବଡଠୁ ଛୋଟ ସମସ୍ତଙ୍କ ମନରେ ପଶି ଯାଉଥିଲା ଛନକା। ତାଙ୍କ ବୁକୁ ଫଟା ଗର୍ଜନ ସହ ନାଲି ନାଲି ଆଖିର ଚାହାଣୀ ଯଥେଷ୍ଟ ଥିଲା ଯେକୌଣସି ଲୋକଙ୍କୁ ଭୟଭୀତ କରିବାକୁ । ଅଧିକାଂଶ ହିନ୍ଦୀ ଫିଲ୍ମରେ ଖଳନାୟକ ଚରିତ୍ରକୁ ସେ ଜୀବନ୍ତ ଫୁଟାଇ ପାରୁଥିଲେ। ସେତେବେଳେ ହିନ୍ଦୀ ଫିଲ୍ମରେ ଖଳନାୟକ ଭୂମିକା କଥା ଉଠିଲେ, ଏହି ଚରିତ୍ର କେବଳ ହିରୋଠାରୁ ମାଡ ଖାଇବାରେ ହିଁ ସୀମିତ ରହୁଥିଲା।  […]

amaresh-2..

amaresh-2..

Niharika Rout
  • Published: Saturday, 22 June 2019
  • Updated: 22 June 2019, 02:38 PM IST

Sports

Latest News

ମୁମ୍ବାଇ:  ୮୦ ଦଶକରେ ପରଦା ଉପରେ  ତାଙ୍କୁ ଦେଖିଦେଲେ ବଡଠୁ ଛୋଟ ସମସ୍ତଙ୍କ ମନରେ ପଶି ଯାଉଥିଲା ଛନକା। ତାଙ୍କ ବୁକୁ ଫଟା ଗର୍ଜନ ସହ ନାଲି ନାଲି ଆଖିର ଚାହାଣୀ ଯଥେଷ୍ଟ ଥିଲା ଯେକୌଣସି ଲୋକଙ୍କୁ ଭୟଭୀତ କରିବାକୁ । ଅଧିକାଂଶ ହିନ୍ଦୀ ଫିଲ୍ମରେ ଖଳନାୟକ ଚରିତ୍ରକୁ ସେ ଜୀବନ୍ତ ଫୁଟାଇ ପାରୁଥିଲେ। ସେତେବେଳେ ହିନ୍ଦୀ ଫିଲ୍ମରେ ଖଳନାୟକ ଭୂମିକା କଥା ଉଠିଲେ, ଏହି ଚରିତ୍ର କେବଳ ହିରୋଠାରୁ ମାଡ ଖାଇବାରେ ହିଁ ସୀମିତ ରହୁଥିଲା।  ହେଲେ ତାଙ୍କ ଏଣ୍ଟ୍ରି  ଭିଲିଆନର ସଂଜ୍ଞା ବଦଳାଇ ଦେଇଥିଲା।

ଆଜି ଆମେ ଏପରି ଜଣେ ମହାନ ଅଭିନେତା ଅମରେଶ ପୁରୀଙ୍କ ଜନ୍ମ ଦିନରେ ତାଙ୍କ ବିଷୟରେ କିଛି ଅଜଣା କଥା କହିବାକୁ ଚାହୁଁଛୁ। ଅମରେଶ ପୁରୀ ଉଭୟ ନେଗେଟିଭ ଓ ପଜେଟିଭ ଚରିତ୍ରରେ ଜୀବନ୍ତ ଓ ନିଖୁଣ ଅଭିନୟ କରିଥିବା ବେଳେ ତାଙ୍କ ଡାଏଲଗ୍‌ଗୁଡିକୁ ଏବେ ବି ଦର୍ଶକ ମନେ ରଖିଛନ୍ତି।  ସର୍ଚ୍ଚ ଇଞ୍ଜିନ ଗୁଗୁଲ ନିଜ ଡୁଡଲରେ ଆଜି ବଲିଉଡର ଦିବଙ୍ଗତ ଅଭିନେତା ଅମରେଶ ପୁରୀଙ୍କୁ ତାଙ୍କ ଜନ୍ମ ଦିନରେ ମନେ ପକାଇଛି। ଅଧିକାଂଶ ଲୋକ ଅମରେଶ ପୁରୀଙ୍କୁ ତାଙ୍କ ଡାଏଲଗ ‘ମୋଗାମ୍ବୋ ଖୁସ୍‌ ହୁଆ’ ର ଚରିତ୍ର ଲାଗି ମନେ ରଖିଛନ୍ତି। ହେଲେ ଗୁଗୁଲ ସୁପରହିଟ ଫିଲ୍ମ ‘ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’ ରେ ତାଙ୍କ ଲୁକ୍‌କୁ ନେଇ ସ୍କେଚ୍‌ କରିଛି।

ଯେଉଁ ବୟସରେ ଅନ୍ୟମାନଙ୍କୁ ରୂପେଲି ପରଦାରେ  କାମ ମିଳିବା କଷ୍ଟକର ହୋଇ ପଡୁଥିଲା, ସେହି ବୟସରେ ବଲିଉଡରେ ଏଣ୍ଟ୍ରି କରିଥିଲେ ଅମରେଶ ପୁରୀ। ୪୦ ବର୍ଷ ବୟସରେ ବଲିଉଡରେ ପାଦ ଥାପିଥିବା ଏହି ଖଳନାୟକ ଏତେ ପପୁଲାର ହୋଇଗଲେ ଯେ, ସବୁ କମର୍ସିଆଲ ଫିଲ୍ମରେ ଭିଲିଆନ ଚରିତ୍ର ଲାଗି ପ୍ରଥମେ ତାଙ୍କୁ ଖୋଜା ପଡିଲା।

ଏପରି ମହାନ କଳାକାର ୧୯୩୨ ମସିହା  ଜୁନ୍‌ ୨୨ ତାରିଖରେ ପଞ୍ଜାବରେ ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଅମରେଶ ପୁରୀ ବଲିଉଡକୁ ଆସିବା ପୂର୍ବରୁ ତାଙ୍କ ୨ ଭାଇ ଚମନ ପୁରୀ ଓ ମଦନ ପୁରୀ ବଲିଉଡରେ ନିଜ ଆସ୍ଥାନ ଜମାଇ ସାରିଥିଲେ। ସେମାନଙ୍କ ପଦାଙ୍କ ଅନୁସରଣ କରି ଅମରେଶ ବି ଫିଲ୍ମ ଦୁନିଆରେ ହିରୋ ହେବାକୁ  ମନସ୍ଥ କରିଥିଲେ।  କିନ୍ତୁ ସ୍କ୍ରିନ୍‌ ଟେଷ୍ଟରେ ସେ ସିଲେକ୍ଟ ହୋଇ ପାରି ନ ଥିଲେ। ଏହାପରେ କିନ୍ତୁ ସେ ଭାଙ୍ଗି ନ ପଡି ବଲିଉଡରେ ଏଣ୍ଟ୍ରି କରିବାକୁ ଦୃଢ ନିଷ୍ପତ୍ତି ନେଇଥିଲେ।  ଏଥିଯୋଗୁ ସେ ଥିଏଟର ମୁହାଁ ହୋଇଥିଲେ।

ଇତି ମଧ୍ୟରେ ଅମରେଶ ପୁରୀ  ESICରେ ୨୧ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ। ସେଠାରେ ତାଙ୍କ ସହ କାମ କରୁଥିବା ଊର୍ମିଳା ଦେବୀକରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ। ଉଭୟଙ୍କର ୨ ପୁଅ ଝିଅ ଅଛନ୍ତି। ସେମାନେ ହେଲେ ରାଜୀବ ପୁରୀ ଓ ନମ୍ରତା ପୁରୀ।

୧୯୮୦-୯୦ ଦଶକରେ କାଁଭାଁ ଏପରି ଫିଲ୍ମ ଥିବା, ଯେଉଁଥିରେ କି ଖଳନାୟକ ଅମରେଶ ପୁରୀ ନ ଥିବେ। ହେଲେ ୧୯୮୭ ମସିହାରେ ଶେଖର କପୁରଙ୍କ ଫିଲ୍ମ ମିଷ୍ଟର ଇଣ୍ଡିଆରେ ମୋଗାମ୍ୱୋ ଚରିତ୍ରରେ ତାଙ୍କୁ ବହୁତ ପ୍ରଶଂସା ମିଳିଥିଲା। ଲଗାତାର ବହୁ ଫିଲ୍ମରେ ଖଳନାୟକ ଭୂମିକା ତୁଲାଉଥିବା ଅମରେଶ ପୁରୀଙ୍କୁ ନେଇ ଲୋକଙ୍କ ମନରେ ଭୟ ବସି ଯାଇଥିଲା। ଥରେ ତାଙ୍କ ପୁଅ ରାଜୀବ ପୁରୀ କହିଲେ, ଯେ ତାଙ୍କ ବାପାଙ୍କ ଡରରେ ପ୍ରଥମେ ପ୍ରଥମେ ତାଙ୍କ ସାଙ୍ଗମାନେ ତାଙ୍କ ଘରକୁ ଆସିବାକୁ ଡରୁଥିଲେ। କିନ୍ତୁ କିଛି ଦିନ ବିତିବା ପରେ ସେମାନଙ୍କୁ ତାଙ୍କ ବାପାଙ୍କ ବ୍ୟକ୍ତିତ୍ୱ ବିଷୟରେ ଜଣାପଡିବା ପରେ ସେମାନେ ଘରକୁ ଯିବାଆସିବା ଆରମ୍ଭ କଲେ।

‘ପ୍ରେମ ପୂଜାରୀ’ ଫିଲ୍ମରେ ପ୍ରଥମେ ଅମରେଶ ପୁରୀଙ୍କୁ ବଲିଉଡରେ ଏଣ୍ଟ୍ରି ମିଳିଥିଲା। ଏହାପରେ ବହୁ ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ନେଗେଟିଭ କ୍ୟାରେକ୍ଟର ବ୍ୟତୀତ ପଜେଟିଭ ଚରିତ୍ରରେ ଅଭିନୟ କରି ମଧ୍ୟ ସେ ଦର୍ଶକଙ୍କ ହୃଦୟରେ ରାଜ କରିଛନ୍ତି।  ବିରାସତ, ଇତିହାସ, ଡିଡିଏଲଜେ, ଘାତକ ଆଦି ବହୁ ଫିଲ୍ମରେ ତାଙ୍କ ଅଭିନୟ ଲୋକଙ୍କ ହୃଦୟରେ ବସା ବାନ୍ଧି ରହିଯାଇଥିଲା। ସେ ପ୍ରାୟ ୪୦୦ ଫିଲ୍ମରେ  କାମ କରିଥିଲେ। ସେ ହଲିଉଡ ଫିଲ୍ମରେ ବି ନିଜ ଅଭିନୟ ଯାଦୁ ଦେଖାଇ ସାରିଛନ୍ତି।

ହିନ୍ଦୀ ବ୍ୟତୀତ  କନ୍ନଡ, ମରାଠି, ମଲୟାଲମ, ତେଲଗୁ ଓ ତାମିଲ ଚଳଚ୍ଚିତ୍ରରେ ସେ କାମ କରିସାରିଛନ୍ତି । ଏହା ସହ  ହଲିଉଡ ଇଣ୍ଡଷ୍ଟ୍ରୀ ସହ ସେ ଅନେକ ଦିନ ଧାରି ଯୋଡି ହୋଇ ରହିଥିଲେ । ରିଚାର୍ଡ ଏଟନବରୋ ଫିଲ୍ମ ‘ଗାନ୍ଧୀ’ , ହଲିଉଡର  ନାମୀ ନିର୍ଦ୍ଦେଶକ  ସ୍ଟିୱନ ସ୍ପିଲବର୍ଗଙ୍କ ‘ଇଣ୍ଡିୟାନା ଜୋନ୍ସ ଆଣ୍ଡ ଦି ଟେମ୍ପଲ ଅଫ୍ ଡୁମ୍’ ରେ ମଧ୍ୟ ସେ ଅଭିନୟର ଯାଦୁ ଦେଖାଇଥିଲେ । ଏହି ଫିଲ୍ମରେ ଅଭିନୟ ପାଇଁ ଅମରେଶ ପୂରୀଙ୍କୁ ଲଣ୍ଡା ହେବାକୁ ମଧ୍ୟ ପଡିଥିଲା । ଅଭିନୟ ଲାଗି ତାଙ୍କ ପାଗଳାମି ଦେଖି ସ୍ପିଲବର୍ଗ ଅମେରେଶ ପୁରୀଙ୍କ ଫ୍ୟାନ୍‌ ହୋଇ ଯାଇଥିଲେ।

ଦୀର୍ଘ ବର୍ଷ ଦର୍ଶକଙ୍କୁ ନିଜ ଅଭିନୟ ଯାଦୁରେ ହସାଇବା ଓ କନ୍ଦାଇବା ସହ ଡରାଇବା ପରେ ୨୦୦୫ ମସିହା ଜାନୁୟାରୀ ୧୨ ତାରିଖରେ ଆଖି ବୁଜିଲେ ଏହି ମହାନ ଅଭିନେତା।  ମୃତ୍ୟୁ ବେଳକୁ ସେ ବ୍ଲକ କ୍ୟାନସରରେ ପୀଡିତ ଥିବା ଜଣାପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story