ଅପେକ୍ଷାର ହେଲା ଅନ୍ତ, ବଡ଼ ପରଦାରେ ଆସିବେ ଅଙ୍କିତା ଲୋଖଣ୍ଡେ!

ମୁମ୍ବାଇ: ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟାଇ ଦୀର୍ଘଦିନର ବ୍ୟବଧାନ ପରେ ଟେଲି ଦୁନିଆରୁ ସିନେମା ଦୁନିଆରେ ପାଦ ରଖୁଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଜିଟିଭିରେ ପ୍ରସାରିତ ‘ପବିତ୍ର ରିସ୍ତା’ ଧାରାବାହିକ ଜରିଆରେ ସେ ଦେଖାଇଥିଲେ ନିଜ ଅଭିନୟର ଯାଦୁ ଯେଉଁଥିପାଇଁ ସେ ଆଜି ବି ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି। ଏବେ ଜଣାପଡ଼ିଛି ଯେ ସେ ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି। ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ ‘ମଲଙ୍ଗ’ ପାଇଁ ସେ ଚୁକ୍ତ ସ୍ୱାକ୍ଷର କରିଛନ୍ତି। ଏହି ଫିଲ୍ମରେ ସେ ପୋଲିସ୍ ଭୂମିକାରେ ଆସିବେ ବୋଲି ଜଣାପଡ଼ିଛି।