ଅମିତାଭଙ୍କୁ ଦେଖି ହସି ହସି ଗଡ଼ିଗଲେ ଅନୁଷ୍କା!

ମୁମ୍ବାଇ: ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ଦ୍ୱିତୀୟ ରିସେପ୍‌ସନ୍ ପାର୍ଟି ଗତକାଲି ମୁମ୍ବାଇରେ ଆୟୋଜିତ ହୋଇଥିଲା। ଏଥିରେ ଉଭୟ ବଲିଉଡ୍ ଓ କ୍ରୀଡ଼ା ଜଗତର ଲୋକେ ନିମନ୍ତ୍ରିତ ହୋଇଥିଲେ। ବଲିଉଡ୍‌ର ଅନ୍ୟ ସବୁ କଳାକାରଙ୍କ ଭଳି ଅମିତାଭ ବଚ୍ଚନ ବି ନିଜ ପରିବାର ସହ ପହଞ୍ଚିଥିଲେ। ଅମିତାଭ ଷ୍ଟେଜ୍ ଉପରେ ପହଞ୍ଚିବା ପରେ ଅନୁଷ୍କା ଓ ବିରାଟଙ୍କୁ ନମସ୍କାର କରିଥିଲେ। ଯଦିଓ ଅନୁଷ୍କା ତାଙ୍କୁ ପ୍ରଥମେ ନମସ୍କାର କରିଥିଲେ ତେବେ ଅମିତାଭଙ୍କ ନମସ୍କାର କରିବାର ଅନ୍ଦାଜ ଦେଖି ସେ ଖୁବ୍ ଜୋରରେ ହସି ଥିଲେ। ସେ ନିଜ ହସକୁ ରୋକି ପାରି ନଥିଲେ। କିଛି ସମୟ ପାଇଁ ପାର୍ଟିରେ ଏହା ସମସ୍ତଙ୍କୁ ହସାଇଥିଲା।

ରିସେପ୍‌ସନ୍ ପାର୍ଟିରେ ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଶାହାରୁଖ ଖାନ, ପ୍ରିୟଙ୍କା ଚୋପ୍ରା, ରଣବୀର କପୁର,  ଶ୍ରୀଦେବୀ, ବୋନି କପୁର, ନୀତା ଅମ୍ବାନୀ, ସିଦ୍ଧାର୍ଥ ମଲହୋତ୍ରା, ବିଧୁ ବିନୋଦ ଚୋପ୍ରାଙ୍କ ସମେତ ବହୁତ ନାମକରା ଷ୍ଟାରଙ୍କ ଭିଡ଼ ଜମି ଥିଲା। ଏହା ସହିତ କ୍ରିକେଟ୍ ଷ୍ଟାରଙ୍କ ବି ଭିଡ଼ ଲାଗିଥିଲା।