ଫୋବର୍ସର ଏସିଆ ଅଣ୍ଡର-୩୦ ଲିଷ୍ଟରେ ଏକମାତ୍ର ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ: ନିଜ ନାଁ ପ୍ରତିଷ୍ଠିତ ପତ୍ରିକା ଫୋବର୍ସରେ ଆସିବା ଏକ ସମ୍ମାନର କଥା। ନିକଟରେ ଫୋବର୍ସ ଏସିଆର ଟପ୍‌ ଅଣ୍ଡର-30 ସେଲିବ୍ରିଟିଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ବଲିଉଡ୍‌ରୁ ମାତ୍ର ଜଣେ ବଲିଉଡ୍‌ ଷ୍ଟାର ସାମିଲ ଅଛନ୍ତି। ସେ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଅନୁଷ୍କାକା ଶର୍ମା। ତାଙ୍କୁ ଫୋବର୍ସ ତାଲିକାରେ ସାମିଲ କରାଯାଇଛି। ଏହି ତାଲିକାରେ ଏମିତି ଲୋକମାନଙ୍କୁ ସାମିଲ କରାଯାଇଛି ଯେଉଁମାନେ ନିଜ କ୍ଷେତ୍ରରେ କିଛି ହଟ୍‌କେ କାମ କରିବା ସହ ନିଜ ଉଦ୍ୟମରେ […]

anuska1

anuska1

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 09:52 AM IST

Sports

Latest News

ମୁମ୍ବାଇ: ନିଜ ନାଁ ପ୍ରତିଷ୍ଠିତ ପତ୍ରିକା ଫୋବର୍ସରେ ଆସିବା ଏକ ସମ୍ମାନର କଥା। ନିକଟରେ ଫୋବର୍ସ ଏସିଆର ଟପ୍‌ ଅଣ୍ଡର-30 ସେଲିବ୍ରିଟିଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ବଲିଉଡ୍‌ରୁ ମାତ୍ର ଜଣେ ବଲିଉଡ୍‌ ଷ୍ଟାର ସାମିଲ ଅଛନ୍ତି।

ସେ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଅନୁଷ୍କାକା ଶର୍ମା। ତାଙ୍କୁ ଫୋବର୍ସ ତାଲିକାରେ ସାମିଲ କରାଯାଇଛି। ଏହି ତାଲିକାରେ ଏମିତି ଲୋକମାନଙ୍କୁ ସାମିଲ କରାଯାଇଛି ଯେଉଁମାନେ ନିଜ କ୍ଷେତ୍ରରେ କିଛି ହଟ୍‌କେ କାମ କରିବା ସହ ନିଜ ଉଦ୍ୟମରେ ଏସିଆର ପରିବର୍ତ୍ତନ ଆଣିଛନ୍ତି।

anuska1ଏହି ମାଗାଜିନ୍‌ ଅନୁଷ୍କାଙ୍କୁ ସବୁଠୁ ଅଧିକ ଟଙ୍କା ନେଉଥିବା ଓ କିଛି ହଟ୍‌କେ କରୁଥିବା ଅଭିନେତ୍ରୀର ଆଖ୍ୟା ଦେଇଛି। ଅନୁଷ୍କା ୨୦୦୭ରେ ‘ରବ୍ ନେ ବନାଦି ଯୋଡ଼ି’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଟ ଅଭିନେତ୍ରୀର ଆୱାର୍ଡ ମିଳିଥିଲା। ଅନୁଷ୍କା ଏବେ ନିଜର ପ୍ରଡକ୍ସନ୍‌ ହାଉସ୍‌ ବି ଆରମ୍ଭ କରିଛନ୍ତି।

ଏବେ ପର୍ଯ୍ୟନ୍ତ ଅନୁଷ୍କା ୧୯ଟି ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ସେଥିମଧ୍ୟରୁ ଆଉ ୩ଟି ରିଲିଜ୍‌ ଅପେକ୍ଷାରେ ରହିଛି। ଏବେ ସେ ଫିଲ୍ମ ‘ସୁଇ ଧାଗା’ର ସୁଟିଂ ଦିଲ୍ଲୀରେ କରୁଛନ୍ତି।

ନିକଟରେ ତାଙ୍କର ରିଲିଜ ହୋଇଥିବା ଫିଲ୍ମ ‘ପରୀ’କୁ ମିଶ୍ର ପ୍ରତିକ୍ରିୟା ମିଳିଛି। ଖବର ଅନୁସାରେ ଏବେ ଫିଲ୍ମକୁ ତାମିଲ ଭାଷାରେ ରିଲିଜ୍‌ କରିବାକୁ ଯୋଜନା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos