ବେବୋ ଓମିକ୍ରନ ଆକ୍ରାନ୍ତ କି? ଆସିଲା ରିପୋର୍ଟ

ମୁମ୍ବାଇ: କୋଭିଡ ଆକ୍ରାନ୍ତ ହୋଇ କ୍ୱାରେଣ୍ଟାଇନ୍‌ରେ ଥିବା କରିନାଙ୍କ ପାଇଁ ଆସିଲା ଆଶ୍ୱସ୍ତିକର ଖବର। ବେବୋଙ୍କ ଓମିକ୍ରନ ରିପୋର୍ଟ ଆସିଛି, ଯେଉଁଥିରେ ସେ ନେଗେଟିଭ ବୋଲି ଜଣାପଡ଼ିଛି। ଅର୍ଥାତ କରୋନା ଦ୍ୱାରା କବଳିତ ହୋଇଥିବା କରିନା ଓମିକ୍ରନକୁ କିନ୍ତୁ ଚକମା ଦେଇ ଦେଇଛନ୍ତି। କୋଭିଡ ପଜିଟିଭ ହେବା ପରେ କରିନାଙ୍କ ଜିନମ ସିକ୍ୟୁଏନ୍ସିଂ ପାଇଁ ବିଏମ୍‌ସି ପକ୍ଷରୁ କସ୍ତୁରବା ଗାନ୍ଧୀ  ହସ୍ପିଟାଲ ପଠା ଯାଇଥିଲା।  ସେଠାରୁ ଆସିଥିବା ରିପୋର୍ଟ ଅନୁଯାୟୀ, କରିନା ଓମିକ୍ରନ ଆକ୍ରାନ୍ତ ନୁହନ୍ତି ବୋଲି  […]

kareena-kapoor

Niharika Rout
  • Published: Saturday, 25 December 2021
  • , Updated: 25 December 2021, 11:27 AM IST

ମୁମ୍ବାଇ: କୋଭିଡ ଆକ୍ରାନ୍ତ ହୋଇ କ୍ୱାରେଣ୍ଟାଇନ୍‌ରେ ଥିବା କରିନାଙ୍କ ପାଇଁ ଆସିଲା ଆଶ୍ୱସ୍ତିକର ଖବର। ବେବୋଙ୍କ ଓମିକ୍ରନ ରିପୋର୍ଟ ଆସିଛି, ଯେଉଁଥିରେ ସେ ନେଗେଟିଭ ବୋଲି ଜଣାପଡ଼ିଛି। ଅର୍ଥାତ କରୋନା ଦ୍ୱାରା କବଳିତ ହୋଇଥିବା କରିନା ଓମିକ୍ରନକୁ କିନ୍ତୁ ଚକମା ଦେଇ ଦେଇଛନ୍ତି।

କୋଭିଡ ପଜିଟିଭ ହେବା ପରେ କରିନାଙ୍କ ଜିନମ ସିକ୍ୟୁଏନ୍ସିଂ ପାଇଁ ବିଏମ୍‌ସି ପକ୍ଷରୁ କସ୍ତୁରବା ଗାନ୍ଧୀ  ହସ୍ପିଟାଲ ପଠା ଯାଇଥିଲା।  ସେଠାରୁ ଆସିଥିବା ରିପୋର୍ଟ ଅନୁଯାୟୀ, କରିନା ଓମିକ୍ରନ ଆକ୍ରାନ୍ତ ନୁହନ୍ତି ବୋଲି  ସ୍ପଷ୍ଟ ହୋଇଛି।

ବିଏମ୍‌ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  କରିନା, ଅମୃତା ଅରୋରା, ସୀମା ଖାନ, ମହିପ କପୁର ପ୍ରମୁଖ ବଲିଉଡ ସେଲିବ୍ରିଟି କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ କରିନାଙ୍କ ଜିନମ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିଲା।

କୋଭିଡ ପଜିଟିଭ ଯୋଗୁ ଏବେ କ୍ୱାରେଣ୍ଟାଇନ୍‌ରେ ଥିବା କରିନା ସୋଶାଲ ମିଡିଆରେ ଖୁବ୍‌ ଅପଡେଟ ଅଛନ୍ତି। ସଂକ୍ରମିତ ହେବାର ୧୨ ଦିନରେ କରିନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ମୁଁ କୋଭିଡ ସଂକ୍ରମିତ କି ନୁହେଁ ଏବେ ବି ବିଶ୍ୱାସ କରିପାରୁନି, ଆଉ ମାତ୍ର ୨ ଦିନ ବୋଲି ଉଲ୍ଲେଖ କରିଥିଲେ। ଏହାପରେ ନିଜର ଏକ ଫଟୋ ପୋଷ୍ଟ କରି ପାଇଜାମା, ଲିପଷ୍ଟିକ ଓ ଏକ ପାଉଟ ବୋଲି ଲେଖିଛନ୍ତି ଯାହାକୁ ଫ୍ୟାନ୍ସ ଖୁବ୍‌ ପସନ୍ଦ କରିଛନ୍ତି।

Related story