ଅର୍ଜୁନ୍‌ ଓ ମଲାଇକାଙ୍କ ଯୁଗଳ ଫଟୋ ପୁଣି ଭାଇରାଲ୍

ମୁମ୍ବାଇ: ବଲିଉଡ୍‌ର କଣ୍ଟ୍ରଭର୍ସି ଯୋଡ଼ି ହେଉଛନ୍ତି ଅର୍ଜୁନ୍‌ କପୁର ଏବଂ ମଲାଇକା ଆରୋରା ଖାନ୍‌। ଯେବେଠାରୁ ଏ ଦୁହିଁଙ୍କ ଡେଟିଂର ଖବର ଆସୁଛି ସେବେଠୁ ସୋଶାଲ୍‌ ମିଡିଆରେ ଏହାକୁ ନେଇ ଜୋର୍‌ ଚର୍ଚ୍ଚା ଚାଲିଛି। ଶୁଣିବାକୁ ମିଳୁଛି ଯେ ଦୁହେଁ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କିନ୍ତୁ ଏବେ ବି ଅର୍ଜୁନ୍‌ଙ୍କ ସହ ଥିବା ସମ୍ପର୍କକୁ ମଲାଇକା ସର୍ବସମ୍ମୁଖରେ ସ୍ୱୀକାର କରୁନାହାନ୍ତି। ମଲାଇକାଙ୍କ କହିବା ଅନୁଯାୟୀ, ଅର୍ଜୁନ୍‌ ତାଙ୍କର ଜଣେ ଭଲ ବନ୍ଧୁ। ଲୋକମାନେ ତାଙ୍କ ସମ୍ପର୍କକୁ […]

m

Biswobandita Swain
  • Published: Thursday, 08 November 2018
  • , Updated: 08 November 2018, 07:21 PM IST

ମୁମ୍ବାଇ: ବଲିଉଡ୍‌ର କଣ୍ଟ୍ରଭର୍ସି ଯୋଡ଼ି ହେଉଛନ୍ତି ଅର୍ଜୁନ୍‌ କପୁର ଏବଂ ମଲାଇକା ଆରୋରା ଖାନ୍‌। ଯେବେଠାରୁ ଏ ଦୁହିଁଙ୍କ ଡେଟିଂର ଖବର ଆସୁଛି ସେବେଠୁ ସୋଶାଲ୍‌ ମିଡିଆରେ ଏହାକୁ ନେଇ ଜୋର୍‌ ଚର୍ଚ୍ଚା ଚାଲିଛି। ଶୁଣିବାକୁ ମିଳୁଛି ଯେ ଦୁହେଁ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କିନ୍ତୁ ଏବେ ବି ଅର୍ଜୁନ୍‌ଙ୍କ ସହ ଥିବା ସମ୍ପର୍କକୁ ମଲାଇକା ସର୍ବସମ୍ମୁଖରେ ସ୍ୱୀକାର କରୁନାହାନ୍ତି। ମଲାଇକାଙ୍କ କହିବା ଅନୁଯାୟୀ, ଅର୍ଜୁନ୍‌ ତାଙ୍କର ଜଣେ ଭଲ ବନ୍ଧୁ। ଲୋକମାନେ ତାଙ୍କ ସମ୍ପର୍କକୁ ଭିନ୍ନ ନାଁ ଦେଉଛନ୍ତି।

କିନ୍ତୁ ମଲାଇକା ଏବଂ ଅର୍ଜୁନ୍‌ଙ୍କୁ ଏକାଠି ଦେଖିବା ମାତ୍ରେ ଲୋକେ କିଛି କହିବା ହିଁ ଆରମ୍ଭ କରିଦେଉଛନ୍ତି।

ନିକଟରେ ଅର୍ଜୁନ୍‌ ଏବଂ ମଲାଇକାଙ୍କ ଏକ ଡିନର୍‌ରୁ ଫେରୁଥିବାବେଳର ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ଫଟୋରେ ଉଭୟଙ୍କୁ ଡିନର୍‌ ସାରି ମଧ୍ୟରାତ୍ରିରେ ଏକାଠି ଫେରୁଥିବାର ଦେଖିବାକୁ ମିଳିଛି। ମିଡିଆ ଫଟୋ ନେଉଥିବା ସମୟରେ ଅର୍ଜୁନ୍‌, ମଲାଇକାଙ୍କୁ ସୁରକ୍ଷା ଦେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଏହି ଫଟୋରେ ଉଭୟ ମଲାଇକା ଓ ଅର୍ଜୁନ୍‌ ବେଶ୍‌ କୁଲ୍‌ ଲାଗୁଛନ୍ତି।

Related story