ଗିରଫ ହେବେ ସାଉଥ୍‌ ଅଭିନେତା ବିଜୟ ବାବୁ, ୱାରେଣ୍ଟ ଜାରି  

ନୂଆଦିଲ୍ଲୀ: ଗିରଫ ହେବେ ମଲାୟାଲାମ ଅଭିନେତା ବିଜୟ ବାବୁ। ଯୌନ ନିର୍ଯାତନା ଅଭିଯୋଗରେ ବିଜୟ ବାବୁଙ୍କ ନାମରେ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ଏର୍ଣ୍ଣାକୁଲମର ଏକ ଲୋକାଲ କୋର୍ଟ ଅଭିଯୁକ୍ତ  ବିଜୟ ବାବୁଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ଏଥିସହ ଅଭିଯୁକ୍ତଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ(ଆରସିଏନ) ଜାରି ପାଇଁ କୋର୍ଟ ବିଭାଗୀୟ କର୍ତ୍ତୃପଙ୍କପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି।  ଥରେ ଆରସିଏନ ଜାରି ହେଲେ ବିଦେଶରେ ରହୁଥିବା ଅଭିଯୁକ୍ତଙ୍କୁ ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇପାରିବ। […]

vijay

Tapas Behera
  • Published: Monday, 09 May 2022
  • , Updated: 10 May 2022, 07:29 AM IST

ନୂଆଦିଲ୍ଲୀ: ଗିରଫ ହେବେ ମଲାୟାଲାମ ଅଭିନେତା ବିଜୟ ବାବୁ। ଯୌନ ନିର୍ଯାତନା ଅଭିଯୋଗରେ ବିଜୟ ବାବୁଙ୍କ ନାମରେ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ଏର୍ଣ୍ଣାକୁଲମର ଏକ ଲୋକାଲ କୋର୍ଟ ଅଭିଯୁକ୍ତ  ବିଜୟ ବାବୁଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ଏଥିସହ ଅଭିଯୁକ୍ତଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ(ଆରସିଏନ) ଜାରି ପାଇଁ କୋର୍ଟ ବିଭାଗୀୟ କର୍ତ୍ତୃପଙ୍କପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି।  ଥରେ ଆରସିଏନ ଜାରି ହେଲେ ବିଦେଶରେ ରହୁଥିବା ଅଭିଯୁକ୍ତଙ୍କୁ ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇପାରିବ। କୋର୍ଟଙ୍କ ନିର୍ଦ୍ଦେଶ ପରେ

ବିଜୟବାବୁଙ୍କର ସବିଶେଷ ତଥ୍ୟ  ଅନ୍ତର୍ଜାତୀୟ ଅପରାଧୀ ପୁଲିସ ସଙ୍ଗଠନ(ଇଣ୍ଟରପୋଲ) ୱେବସାଇଟରେ ଉପଲବ୍ଧ ହେବ। ରେଡ୍ କର୍ଣ୍ଣର ଲାଗୁ ହେଲେ ଅଯୁଭକ୍ତଙ୍କୁ ଅଟକ ରଖି ଦୁବାଇ ଭାରତକୁ ହସ୍ତାନ୍ତର କରିପାରିବ। ଅବଶ୍ୟ ଏହି ବ୍ୟବସ୍ଥା ସବୁ ଦେଶ ସହ ଚୁକ୍ତି ହୋଇ ନାହିଁ। ତେବେ ଅଭିଯୋଗ ପରେ ବିଜୟବାପୁ ଫେରାର ଥିବା  ଜଣାପଡ଼ିଛି।

ରିପୋର୍ଟ ଅନୁସାରେ ଡିସିପି ୟୁବି କୁରିଆକୋସ୍‌ କହିଛନ୍ତି, ଏହି ମାମଲାରେ ଅଭିନେତାଙ୍କ ନାଁ ସାମ୍ନାକୁ ଆସିବା ପରେ ସେ ଫେରାର ଅଛନ୍ତି। ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି। ପୁଲିସ କଦବନ୍ଥରାର ନକ୍ଷତ୍ର ହୋଟେଲ୍‌ ଓ ଅଭିନେତାଙ୍କ ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ପୁଲିସ ହାତରେ କିଛି ଠୋସ୍‌ ପ୍ରମାଣ ମିଳିଛି। ବିଜୟ ବାବୁ ଭାରତ ଫେରିବା ପରେ ତାଙ୍କୁ ଗିରଫ କରାଯିବ। ଯଦି ସେ ଦୀର୍ଘ ସମୟ ଯାଏଁ ବିଦେଶରେ ରୁହନ୍ତି ତେବେ ତାଙ୍କୁ ଗିରଫ କରିବା ପାଇଁ ପୁଲିସ ଇଣ୍ଟରପୋଲ୍‌ର ସହାୟତା ନେବ ବୋଲି କୁହାଯାଥିଲା। ସେପଟେ ବିଜୟ କିନ୍ତୁ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଥିସହ ସେ ଫେରାର ହୋଇନାହାନ୍ତି, ବରଂ ଦୁବାଇରେ ଅଛନ୍ତି ବୋଲି ଦାବି କରିଛନ୍ତି।

ସୂଚନା ମୁତାବକ,  ସିନେମାରେ କାମ ଦେବାକୁ କହି ବିଜୟ ବାବୁ ଅସଦାଚରଣ କରିଥିବା ଜଣେ ଅଭିନେତ୍ରୀ ଅଭିଯୋଗ ଆଣିଛନ୍ତି । ପୀଡ଼ିତା ମହିଳା ଜଣକ ଏପ୍ରିଲ ୨୨ ତାରିଖରେ ବିଜୟଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ବିଜୟ ତାଙ୍କୁ ଶାରିରୀକ ନିର୍ଯାତନା ଦେବା ସହିତ ମାର୍ଚ୍ଚ ୧୩ ତାରିଖରୁ ୧୪ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ତାଙ୍କର ଯୌନ ଶୋଷଣ କରିଥିଲେ ବୋଲି ମହିଳା ଅଭିଯୋଗରେ ଦର୍ଶାଇଛନ୍ତି।

ଫିଲ୍ମ ଇଣ୍ଡଷ୍ଟ୍ରିରେ ଭଲ ସୁଯୋଗ ଦେବାକୁ କହି ବିଜୟ ବାବୁ ଅନେକ ଥର ତାଙ୍କୁ ତାଙ୍କର ଆପାର୍ଟମେଣ୍ଟକୁ ଡାକି ନିର୍ଯାତନା ଦେଇଛନ୍ତି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ପୀଡ଼ିତା। ଏହାପରେ ବିଜୟଙ୍କ ବିରୋଧରେ ଦୁଷ୍କର୍ମ ଓ ଶାରିରୀକ ନିର୍ଯାତନା ଅଭିଯୋଗରେ ମାମଲା ରୁଜୁ ହୋଇଛି।

Related story