ହସ୍ପିଟାଲରେ ଭର୍ତ୍ତି ହେଲେ ଆଶା ଭୋସଲେଙ୍କ ପୁଅ

ମୁମ୍ବାଇ: ବଡ଼ ଭଉଣୀ ତଥା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ମୃତ୍ୟୁ ଯୋଗୁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଆଶା ଭୋସଲେଙ୍କ ଉପରେ ଲଦି ହୋଇ ପଡ଼ିଛି ପୁଣି ଏକ ଦୁଃଖର ପାହାଡ଼ । ଅସୁସ୍ଥ ହୋଇ ପଡ଼ିଛନ୍ତି ଆଶାଙ୍କ ପୁଅ ଆନନ୍ଦ ଭୋସଲେ । ଏବେ ସେ  ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଆଶା ଭୋସଲେ ଓ ତାଙ୍କ ପୁଅ ଆନନ୍ଦ ଦୁବାଇରେ ଥିବା ବେଳେ ଏପରି ଘଟଣା   ଘଟିଛି। […]

asha-bhosle-with-son-anand

Niharika Rout
  • Published: Friday, 15 April 2022
  • , Updated: 15 April 2022, 02:20 PM IST

ମୁମ୍ବାଇ: ବଡ଼ ଭଉଣୀ ତଥା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ମୃତ୍ୟୁ ଯୋଗୁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଆଶା ଭୋସଲେଙ୍କ ଉପରେ ଲଦି ହୋଇ ପଡ଼ିଛି ପୁଣି ଏକ ଦୁଃଖର ପାହାଡ଼ । ଅସୁସ୍ଥ ହୋଇ ପଡ଼ିଛନ୍ତି ଆଶାଙ୍କ ପୁଅ ଆନନ୍ଦ ଭୋସଲେ । ଏବେ ସେ  ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଆଶା ଭୋସଲେ ଓ ତାଙ୍କ ପୁଅ ଆନନ୍ଦ ଦୁବାଇରେ ଥିବା ବେଳେ ଏପରି ଘଟଣା   ଘଟିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଦୁବାଇରେ ରହୁଥିବା ଆନନ୍ଦଙ୍କର ମୁଣ୍ଡ ବୁଲାଇବା ଯୋଗୁ ସେ ତଳେ ପଡ଼ିଗଲେ। ଏଥିଯୋଗୁ ତାଙ୍କ ମୁଣ୍ଡ ସମେତ ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ତୁରନ୍ତ ତାଙ୍କୁ ଦୁବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ଆନନ୍ଦଙ୍କୁ ଏବେ ନର୍ମାଲ ହସ୍ପିଟାଲ ରୁମ୍‌କୁ ସିଫ୍ଟ କରାଯାଇଛି। ଏବେ ଆନନ୍ଦଙ୍କ ପାଖରେ ତାଙ୍କ ମା’ ଆଶା ଭୋସଲେ ଥିବା ଜଣାଯାଇଛି।

ଆଶା ଭୋସଲେ ପ୍ରଥମେ ଗଣପତରାଓ ଭୋସଲେଙ୍କୁ ବିବାହ କରିଥିବା ବେଳେ ଉଭୟଙ୍କର  ୩ ସନ୍ତାନ ଥିଲେ। ସେମାନଙ୍କ ମଧ୍ୟରୁ ବଡ଼ ପୁଅ ତଥା ବଲିଉଡର ସୁନାମଧନ୍ୟ ସିଙ୍ଗର ହେମନ୍ତଙ୍କର ୨୦୧୫ ମସିହାରେ କ୍ୟାନସର ଯୋଗୁ ମୃତ୍ୟୁ ହୋଇ ସାରିଥିବା ବେଳେ  ଝିଅ ବର୍ଷା ୨୦୧୨ ମସିହାରେ ଆତ୍ମହତ୍ୟା କରିଥିଲେ।

ଗଣପତରାଓ ଭୋସଲେଙ୍କ ପରେ ଆଶା ଆର.ଡି ବର୍ମନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। କିଛି ଦିନ ପୂର୍ବେ ନିଜ ବଡ଼ ଭଉଣୀଙ୍କୁ ହରାଇଥିବା ଦୁଃଖରୁ ବାହାରି ପାରି ନ ଥିବା ଆଶା ଏବେ ପୁଅର ଏପରି ଅବସ୍ଥା ଦେଖି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

Related story