ଆସନ୍ତା ୭ରେ ବିବାହ କରିବେ ବଲିଉଡ ହଙ୍କ

ମୁମ୍ବାଇ: ଶେରୱାନୀ ତିଆରି ସରିଛି । ପଗଡି ବରାଦ ଦିଆଯାଇଛି। ବାହାଘର ପାଇଁ ବନ୍ଧୁବାନ୍ଧବଙ୍କ ସହ ଚଳଚ୍ଚିତ୍ର ଦୁନିଆର ନାମୀଦାମୀ କଳାକାରଙ୍କୁ କାର୍ଡ ମଧ୍ୟ ଦିଆସରିଛି। ଆପଣ ଭାବୁଥିବେ ଆମେ କାହା କଥା କହୁଛୁ। ହଁ, ଆମେ କହୁଛୁ ବଲିଉଡ ହଙ୍କ୍ ଶାହୀଦ କାପୁର ଓ ମୀରା ରାଜପୁତଙ୍କ ବିବାହ କଥା। ଚଳିତମାସ ୭ ତାରିଖରେ ଦିଲ୍ଲୀର ମୀରା ରାଜପୁତଙ୍କୁ ଗୁଡଗାଁଓରେ ଥିବା ଏକ ପଞ୍ଚତାରକା ହୋଟେଲ ଓବରାୟରେ ନିରାଡମ୍ବର ଭାବେ ବିବାହ କରିବାକୁ ଯାଉଛନ୍ତି ଶାହୀଦ। […]

shahidmira

Rakesh Mallick
  • Published: Thursday, 02 July 2015
  • , Updated: 03 July 2015, 10:43 AM IST

ମୁମ୍ବାଇ: ଶେରୱାନୀ ତିଆରି ସରିଛି । ପଗଡି ବରାଦ ଦିଆଯାଇଛି। ବାହାଘର ପାଇଁ ବନ୍ଧୁବାନ୍ଧବଙ୍କ ସହ ଚଳଚ୍ଚିତ୍ର ଦୁନିଆର ନାମୀଦାମୀ କଳାକାରଙ୍କୁ କାର୍ଡ ମଧ୍ୟ ଦିଆସରିଛି। ଆପଣ ଭାବୁଥିବେ ଆମେ କାହା କଥା କହୁଛୁ। ହଁ, ଆମେ କହୁଛୁ ବଲିଉଡ ହଙ୍କ୍ ଶାହୀଦ କାପୁର ଓ ମୀରା ରାଜପୁତଙ୍କ ବିବାହ କଥା। ଚଳିତମାସ ୭ ତାରିଖରେ ଦିଲ୍ଲୀର ମୀରା ରାଜପୁତଙ୍କୁ ଗୁଡଗାଁଓରେ ଥିବା ଏକ ପଞ୍ଚତାରକା ହୋଟେଲ ଓବରାୟରେ ନିରାଡମ୍ବର ଭାବେ ବିବାହ କରିବାକୁ ଯାଉଛନ୍ତି ଶାହୀଦ।

ଅନ୍ୟପକ୍ଷରେ ଶାହୀଦ ଓ ମୀରାଙ୍କ ନିମନ୍ତ୍ରଣ ପତ୍ର ସୋସିଆଲ ମିଡିଆରେ ଭାଇରାଲ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ନିମନ୍ତ୍ରଣ ପତ୍ରଟି ଧଳା ରଙ୍ଗର। ଏହାର ଶେଷ ଭାଗରେ ‘ନୋ ଗିଫ୍ଟ ପ୍ଲିଜ, ଓନ୍ଲି ବ୍ଲେସିଂ’ ବୋଲି ଲେଖାଯାଇଛି। ଏହାସହ ଏଥିରେ ଲେଖା ହୋଇଛି ଯେ, ବଲିଉଡର ମୋଷ୍ଟ ୱାନ ବ୍ୟାଚେଲର ଶାହୀଦ କାପୁର ଓ ମୀରା ରାଜପୁତଙ୍କ ସଙ୍ଗୀତ ଓ ମେହନ୍ଦୀ କାର୍ଯ୍ୟକ୍ରମ ଜୁଲାଇ ୬ରେ ହେବ।

Related story