ଏଇ ରବିବାର ମିସ୍ କରିବେ କପିଲ ଶୋ’ !

କମେଡି କିଙ୍ଗ କପିଲ ଶର୍ମାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ଆସୁଛି।  ସାଥୀ କଳାକାର ସୁନୀଲ ଗ୍ରୋଭରଙ୍କ ସହ ମନୋମାଳିନ୍ୟ ହେବା ପରଠାରୁ  କପିଲ ଶର୍ମାଙ୍କର ଦିନ ଆଉ ଭଲରେ କଟୁନି। ଏବେ ଶୁଣିବାକୁ ମିଳୁଛି ଆସନ୍ତା ରବିବାର ସୋନି ଟିଭିରେ ‘ଦି କପିଲ ଶର୍ମା ଶୋ’ ପ୍ରସାରଣ ବନ୍ଦ ରହିବ। ଅଷ୍ଟ୍ରେଲିଆରୁ ଭାରତ ଫେରିବା ବାଟରେ ସୁନୀଲ ଗ୍ରୋଭରଙ୍କୁ ବିମାନରେ  କପିଲ ଶର୍ମା ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। କପିଲଙ୍କ ଏଭଳି ଆଚରଣକୁ ବିଭିନ୍ନ ଗଣମାଧ୍ୟମରେ […]

kapil sharma

kapil sharma

Rakesh Mallick
  • Published: Friday, 31 March 2017
  • Updated: 01 April 2017, 07:53 AM IST

Sports

Latest News

କମେଡି କିଙ୍ଗ କପିଲ ଶର୍ମାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ଆସୁଛି।  ସାଥୀ କଳାକାର ସୁନୀଲ ଗ୍ରୋଭରଙ୍କ ସହ ମନୋମାଳିନ୍ୟ ହେବା ପରଠାରୁ  କପିଲ ଶର୍ମାଙ୍କର ଦିନ ଆଉ ଭଲରେ କଟୁନି। ଏବେ ଶୁଣିବାକୁ ମିଳୁଛି ଆସନ୍ତା ରବିବାର ସୋନି ଟିଭିରେ ‘ଦି କପିଲ ଶର୍ମା ଶୋ’ ପ୍ରସାରଣ ବନ୍ଦ ରହିବ। ଅଷ୍ଟ୍ରେଲିଆରୁ ଭାରତ ଫେରିବା ବାଟରେ ସୁନୀଲ ଗ୍ରୋଭରଙ୍କୁ ବିମାନରେ  କପିଲ ଶର୍ମା ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। କପିଲଙ୍କ ଏଭଳି ଆଚରଣକୁ ବିଭିନ୍ନ ଗଣମାଧ୍ୟମରେ ଘମାଘୋଟ ଚର୍ଚ୍ଚା ହେଇଥିଲା।

ଆଉ କପିଲଶର୍ମା ସୋ’ରୁ ଓହରିଯାଇଥିଲେ ସୁନୀଲ। ଶେଷଥର ପାଇଁ ମାର୍ଚ୍ଚ ୨୬ ତାରିଖରେ ଶୋ’ରେ ନ ଥିଲେ ସୁନୀଲ ଗ୍ରୋଭର । ସେଥିପାଇଁ ଉକ୍ତ ସୋ’ ସେତେଟା ହିଟ୍‌ ନ ଥିଲା।  ଏହାର ପ୍ରଭାବ ସୋନି ଟିଭିର ଟିଆର୍‌ପି ଉପରେ ପଡ଼ିଥିଲା। ଏହି ଚାନେଲ ଟିଆର୍‌ପି ଦୌଡରେ ୫ ନଂରେ ରହୁଥିବା ବେଳେ ଚଳିତ ସପ୍ତାହରେ ୧୦କୁ ଖସିଆସିଛି। ତେଣୁ କପିଲ ଶର୍ମାଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି। ଇତି ମଧ୍ୟରେ କପିଲ ଶର୍ମାଙ୍କ ସହ ଚୁକ୍ତି ବାତିଲ ନେଇ କଥା ଉଠିଥିଲେ ମଧ୍ୟ ସୋ’ ଜାରି ରହିଥିଲା। ଏବେ କୁହାଯାଉଛି ଆସନ୍ତା ରବିବାର ଏହି ଚର୍ଚ୍ଚିତ ସୋ’ ବନ୍ଦ ରହିବ। ତେବେ ଏହା ପଛରେ କ’ଣ ରହିଛି କାରଣ। କାହିଁକି ବନ୍ଦ ହେବ ଏହି ସୋ’। ଏମିତି ଅନେକ ପ୍ରଶ୍ନ ଏବେ ଉଠୁଛି।

ରିପୋର୍ଟ ମୁତାବକ ଆସନ୍ତା ରବିବାର (ଏପ୍ରିଲ-୨) ସୋନି ଟିଭିର ପପୁଲାର ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ ସିଜିନ-୯ର ଉଦ୍‌ଯାପନୀ ସମାରୋହ ପ୍ରସାରଣ ହେବ। ଏହି କାରଣରୁ ‘ଦି କପିଲ ଶର୍ମା ସୋ’ ପ୍ରସାରଣ ସ୍ଥଗିତ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ହେଲେ ଏନେଇ ସୋନିର କୌଣସି ଅଧିକାରୀ ସ୍ପଷ୍ଟ କରିନାହାନ୍ତି। କଥା ହେଉଛି ଯଦି କୌଣସି ବଡ଼ ଶୋ’ ପ୍ରସାରଣ ପାଇଁ ନିର୍ଦ୍ଧିଷ୍ଟ ଦିନ ଧାର୍ଯ୍ୟ ହୋଇଥାଏ ସେହି ସମୟରେ ନିୟମିତ ଏପିସୋଡ ଗୁଡ଼ିକୁ ବନ୍ଦ ରଖାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos