‘ବାଗୀ-୨’ର କମାଲ୍: ଭାଙ୍ଗିଲା ପଦ୍ମାବତ୍‌ ରେକର୍ଡ, ପ୍ରଥମ ସପ୍ତାହରେ ୧୦୦ କୋଟି ଆୟ

ଭୁବନେଶ୍ୱର (ସୁକନ୍ୟା ଜେନା): ରିହା ୩ ବର୍ଷର କୁନି ଝିଅ, ଯିଏକି ଗୁଣ୍ଡାମାନଙ୍କ ଦ୍ୱାରା ଅପହରଣର ଶିକାର ହୋଇଛି। ଏଥିପାଇଁ ତା ମାଆ ନେହା (ଦିଶା ପଟାନୀ) ଆର୍ମି ଯବାନ ରଣବୀର (ଟାଇଗର ସ୍ରଫ୍)ଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ଏହିଭଳି ଥ୍ରିଲର ଓ ଆକ୍ସନ ଭରା କାହାଣୀକୁ ନେଇ ନିର୍ମାଣ ହୋଇଛି ନୂଆ ବଲିଉଡ୍ ଚଳଚ୍ଚିତ୍ର ‘ବାଗି-୨’। ଏହାର ପ୍ରଯୋଜନା କରିଛନ୍ତି ସାଜିଦ୍ ନାଦିଆଦ୍‌ୱାଲା। ନିଦ୍ଦେର୍ଶନା ଦେଇଛନ୍ତି ଓ ସ୍କ୍ରିନ-ପ୍ଲେ ଲେଖିଛନ୍ତି ଅହମଦ୍ ଖାନ୍। ମନୋଜ ବାଜପେୟୀ, ରଣଦୀପ୍ […]

baaghi-2

baaghi-2

Rakesh Mallick
  • Published: Thursday, 05 April 2018
  • Updated: 05 April 2018, 04:28 PM IST

ଭୁବନେଶ୍ୱର (ସୁକନ୍ୟା ଜେନା): ରିହା ୩ ବର୍ଷର କୁନି ଝିଅ, ଯିଏକି ଗୁଣ୍ଡାମାନଙ୍କ ଦ୍ୱାରା ଅପହରଣର ଶିକାର ହୋଇଛି। ଏଥିପାଇଁ ତା ମାଆ ନେହା (ଦିଶା ପଟାନୀ) ଆର୍ମି ଯବାନ ରଣବୀର (ଟାଇଗର ସ୍ରଫ୍)ଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ଏହିଭଳି ଥ୍ରିଲର ଓ ଆକ୍ସନ ଭରା କାହାଣୀକୁ ନେଇ ନିର୍ମାଣ ହୋଇଛି ନୂଆ ବଲିଉଡ୍ ଚଳଚ୍ଚିତ୍ର ‘ବାଗି-୨’। ଏହାର ପ୍ରଯୋଜନା କରିଛନ୍ତି ସାଜିଦ୍ ନାଦିଆଦ୍‌ୱାଲା। ନିଦ୍ଦେର୍ଶନା ଦେଇଛନ୍ତି ଓ ସ୍କ୍ରିନ-ପ୍ଲେ ଲେଖିଛନ୍ତି ଅହମଦ୍ ଖାନ୍। ମନୋଜ ବାଜପେୟୀ, ରଣଦୀପ୍ ହୁଡ୍ଡା, ଦର୍ଶନ କୁମାର ଓ ପ୍ରତୀକ ବାବରଙ୍କ ଭଳି ପ୍ରମୁଖ କଳାକାରମାନେ ଏଥିରେ ଅଭିନୟ କରିଛନ୍ତି।

baaghପ୍ରଥମଥର ପାଇଁ ଅଭିନେତ୍ରୀ ଦିଶା ପଟାନୀ ଓ ଟାଇଗର ସ୍ରଫଙ୍କ ଅନ୍‌ସ୍କ୍ରିନ୍ ଲ‌ଭ୍ ଷ୍ଟୋରୀକୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି। ଟାଇଗରଙ୍କ ବଡିର ଟ୍ରିପଲ ପେକ୍‌ ଏବଂ ଫାଇଟ୍‌ ସିନ୍ ଚଳଚ୍ଚିତ୍ରର ଆକ୍ସନ ସିକ୍ୟୁଏନ୍ସକୁ ବେଶ୍ ମାଇଲେଜ୍ ଦେଇପାରିଛି। ଆର୍ମି ଭୂମିକାର ଅଭିନୟ କରିବା ପାଇଁ ଟାଇଗର କେତେ ଯେ ପରିଶ୍ରମ କରିଛନ୍ତି, ତାହା ପରଦା ଉପରେ ପ୍ରତିଫଳିତ ହେଉଛି। ଏଥିପାଇଁ ଚଳଚ୍ଚିତ୍ରଟିକୁ ଦର୍ଶକେ ଖୁବ ପସନ୍ଦ କରୁଛନ୍ତି। ସାନ୍ଥନା କ୍ରିଷ୍ଣନ୍‌ଙ୍କ ଚମତ୍କାର ସିନେମାଟୋଗ୍ରାଫିରେ ଫିଲ୍ମଟି ଏପରି ହୋଇଛି ଯେ, ଆପଣଙ୍କୁ ଫିଲ୍ମଟି ହଲିଉଡ୍‌ ଫିଲ୍ମ ଭଳି ଲାଗିବ।

ଭିନ୍ନ ଭିନ୍ନ ଷ୍ଟାଇଲ ଏବଂ ଦୃଶ୍ୟପଟ ଅନୁଯାୟୀ ଚିତ୍ରନାଟ୍ୟର ସଂଯୋଗ ମନଛୁଆଁ ହୋଇପାରିଛି। ଆକ୍ସନ ଓ ଥ୍ରୀଲର ଦୁଇଟିକୁ ସମାନ ଭାବେ ଦର୍ଶକଙ୍କ ସମ୍ମୁଖକୁ ଆଣିବାରେ ସଫଳ ହୋଇଛନ୍ତି ସିନେମାଟୋଗ୍ରାଫର ସାନ୍ଥନା କ୍ରିଷ୍ଣନ୍‌।

baaghi-2ଫିଲ୍ମରେ ସବୁଠୁ ଆକର୍ଷଣୀୟ ହୋଇଛି ଜ୍ୟାକଲିନ୍‌ଙ୍କ ଆଇଟମ୍‌ ଡାନ୍ସ। ଏଥିରେ ରହିଛି ଷ୍ଟାଇଲିସ୍ ଲୁକ୍ ଓ ଜବରଦସ୍ତ ଡାନ୍ସ। ମାଧୁରୀଙ୍କ ଏକ୍‌-ଦୋ-ତିନ୍‌ ଗୀତର ରିମେକ୍‌ରେ ଜ୍ୟାକଲିନଙ୍କ ଡାନ୍ସ ବି ଅପେକ୍ଷାକୃତ ଭଲ ହୋଇଛି। ଶ୍ରେୟା ଘୋଷାଲଙ୍କ କଣ୍ଠଦାନ ଓ ପେରୀ ଜି ରାପ୍‌ରେ ନିର୍ମିତ ହୋଇଛି ଏତ୍-ଦୋ-ତିନ୍‌ ଡାନ୍ସ। ଏହାସହ ପଲକ ଓ ନବରାଜଙ୍କ ‘ମୁଣ୍ଡିଆ ତୋ ବଚ୍‌କେ ରେହନା’ ଗୀତଟି ବି ଦର୍ଶକଙ୍କୁ ଆକର୍ଷିତ କରିପାରିଛି। କହିବାକୁ ଗଲେ ଚଳଚ୍ଚିତ୍ରର ଗୀତଗୁଡ଼ିକ ବେଶ୍ ଶ୍ରୁତିମଧୁର ହୋଇପାରିଛି।

୨୦୧୬ରେ ତିଆରି ହୋଇଥିବା ପ୍ରଥମ ‘ବାଗୀ’ ଫିଲ୍ମରେ କାହାଣୀ ଅପେକ୍ଷା ଅଧିକ ଆକ୍ସନ ଦେଖିବାକୁ ମିଳିଥିଲା। ଯାହାକୁ ଦର୍ଶକ ଏତେଟା ପସନ୍ଦ କରିନଥିଲେ। ମାତ୍ର ‘ବାଗୀ-୨’ରେ ଆକ୍ସନ ସାଙ୍ଗକୁ କାହାଣୀ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ପୂର୍ବରୁ ରିଲିଜ୍ ହୋଇଥିବା ମନଛୁଆଁ ଗୀତ ଗୁଡ଼ିକୁ ଦର୍ଶକ ପସନ୍ଦ କରିଥିଲେ। ଯାହାକି ହୁଏତ ସେମାନଙ୍କୁ ପିଲ୍ମ ଦେଖିବାକୁ ଆକୃଷ୍ଟ କରିଛି।

baaghi-2ଫକ୍ସ ଷ୍ଟାର ଷ୍ଟୁଡିଓରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଗତମାସ ୩୦ ତାରିଖରେ ମୁକ୍ତିଲାଭ କରିସାରିଛି। ପ୍ରଥମ ଦିନରେ ପଦ୍ମାବତ୍‌ ରେକର୍ଡକୁ ଭାଙ୍ଗି ଏହା ୨୫ କୋଟି ଟଙ୍କାର ଆୟ କରିଥିଲା। ପ୍ରଥମ ସପ୍ତାହରେ ହିଁ ଫିଲ୍ମର ବକ୍ସ ଅଫିସ୍ ଆୟ ୧୦୦ କୋଟିରେ ପହଞ୍ଚି ସାରିଛି। ଭାରତ ସହ ୪୬ଟି ଦେଶର ୪,୧୨୫ଟି ପ୍ରେକ୍ଷାଳୟରେ ଏକସଙ୍ଗରେ ମୁକ୍ତିଲାଭ କରିଛି ‘ବାଗୀ-୨’। ୬୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମଟି ୨୦୦ କୋଟି କ୍ଲବ୍‌ରେ ସାମିଲ୍‌ ହୋଇପାରୁଛି କି ନାହିଁ ତାହା ଦେଖିବାକୁ ବାକି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos