ତରଙ୍ଗ ସିନେ ପ୍ରଡକ୍ସନ୍ସ ପାଇଁ ଭାଗ୍ୟବାନ ବାବୁସାନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତରଙ୍ଗ ସିନେ ପ୍ରଡକ୍ସନ ପାଇଁ ଭାଗ୍ୟବାନ ସାବ୍ୟସ୍ତ ହୋଇଛନ୍ତି ନାୟକ ବାବୁସାନ। ଏହି ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଇଥିବା ଫିଲ୍ମ ‘ଲଭ୍‌ ଷ୍ଟେସନ’, ‘ସିଷ୍ଟର ଶ୍ରୀଦେବୀ’, ‘ସୁନ୍ଦରଗଡର ସଲମାନ ଖାନ୍‌’ ପ୍ରଭୃତି ଚଳଚ୍ଚିତ୍ରରେ ସେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ଛାପ ସୃଷ୍ଟି କରିଥିଲେ। ଏବେ ପୁଣିଥରେ ତାଙ୍କୁ ନେଇ ଏହି ବ୍ୟାନରରେ ଫିଲ୍ମ ନିର୍ମାଣ ହେଉଛି  ‘ଶ୍ରୀମାନ ସୁରଦାସ’। ଯେଉଁଥିରେ ବାବୁଙ୍କ ଭୂମିକା ବେଶ୍‌ ଚ୍ୟାଲେଞ୍ଜିଂ । ପୂର୍ବ ଫିଲ୍ମ […]

ba

Biswobandita Swain
  • Published: Friday, 05 October 2018
  • , Updated: 05 October 2018, 07:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତରଙ୍ଗ ସିନେ ପ୍ରଡକ୍ସନ ପାଇଁ ଭାଗ୍ୟବାନ ସାବ୍ୟସ୍ତ ହୋଇଛନ୍ତି ନାୟକ ବାବୁସାନ। ଏହି ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଇଥିବା ଫିଲ୍ମ ‘ଲଭ୍‌ ଷ୍ଟେସନ’, ‘ସିଷ୍ଟର ଶ୍ରୀଦେବୀ’, ‘ସୁନ୍ଦରଗଡର ସଲମାନ ଖାନ୍‌’ ପ୍ରଭୃତି ଚଳଚ୍ଚିତ୍ରରେ ସେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ଛାପ ସୃଷ୍ଟି କରିଥିଲେ। ଏବେ ପୁଣିଥରେ ତାଙ୍କୁ ନେଇ ଏହି ବ୍ୟାନରରେ ଫିଲ୍ମ ନିର୍ମାଣ ହେଉଛି  ‘ଶ୍ରୀମାନ ସୁରଦାସ’। ଯେଉଁଥିରେ ବାବୁଙ୍କ ଭୂମିକା ବେଶ୍‌ ଚ୍ୟାଲେଞ୍ଜିଂ । ପୂର୍ବ ଫିଲ୍ମ ପରି ଏହି ଫିଲ୍ମ ମଧ୍ୟ ଦର୍ଶକ ପସନ୍ଦ କରିବେ ବୋଲି ସେ ମତ ଦେଇଛନ୍ତି। ଫିଲ୍ମରେ ବାବୁସାନ୍‌ଙ୍କ ସହ ମୁଖ୍ୟ ଭୂମିକାରେ ରହିଛନ୍ତି ସୁନ୍ଦରୀ ଭୂମିକା । ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଫିଲ୍ମଟି ଦଶହରାରେ ରିଲିଜ୍‌ ହେବାକୁ ଯାଉଛି।

Related story