ବାବୁସାନଙ୍କ ବଦମାସି ! ସୁଟିଂ କମ୍‌ ହସ ବେଶୀ

ଭୁବନେଶ୍ୱର:ବାବୁସାନ ଫିଲ୍ମରେ ଯେମିତି ବାସ୍ତବରେ ବି ସେମତି । ଏକଥା ତାଙ୍କ ପାଖରୁ ଚିହ୍ନିଥିବା ଲୋକମାନେ ଭଲଭାବେ ଜାଣନ୍ତି। ଅର୍ଥାତ ହସିବାରେ ଓ ହସେଇବାରେ ସେ ଫିଲ୍ମରେ ଯେମିତି ଉସ୍ତାଦ ବାସ୍ତବରେ ଜୀବନରେ ମଧ୍ୟ ସେମିତି। ଏବେ ଗୋଟାଏ ଗୋଦାମ ଘରେ ଚାଲିଥିଲା ହିରୋ ନମ୍ବର ୱାନର ସୁଟିଂ। କିନ୍ତୁ ସମସ୍ତେ କହୁଥିଲେ ସେଇଟା କୁଆଡେ ହସ ଗୋଦାମ ଥିଲା। ସିନେମାରେ ଅଭିନୟ ଟିଏ ପାଇବାକୁ ଆଶାୟୀ ଥିବା ବାବୁସାନ ଓ ତାଙ୍କୁ ସୁଯୋଗ ଦେବାକୁ  ସ୍ୱପ୍ନ […]

babusan

Rakesh Mallick
  • Published: Tuesday, 15 August 2017
  • , Updated: 16 August 2017, 11:24 AM IST

ଭୁବନେଶ୍ୱର:ବାବୁସାନ ଫିଲ୍ମରେ ଯେମିତି ବାସ୍ତବରେ ବି ସେମତି । ଏକଥା ତାଙ୍କ ପାଖରୁ ଚିହ୍ନିଥିବା ଲୋକମାନେ ଭଲଭାବେ ଜାଣନ୍ତି। ଅର୍ଥାତ ହସିବାରେ ଓ ହସେଇବାରେ ସେ ଫିଲ୍ମରେ ଯେମିତି ଉସ୍ତାଦ ବାସ୍ତବରେ ଜୀବନରେ ମଧ୍ୟ ସେମିତି। ଏବେ ଗୋଟାଏ ଗୋଦାମ ଘରେ ଚାଲିଥିଲା ହିରୋ ନମ୍ବର ୱାନର ସୁଟିଂ। କିନ୍ତୁ ସମସ୍ତେ କହୁଥିଲେ ସେଇଟା କୁଆଡେ ହସ ଗୋଦାମ ଥିଲା।

ସିନେମାରେ ଅଭିନୟ ଟିଏ ପାଇବାକୁ ଆଶାୟୀ ଥିବା ବାବୁସାନ ଓ ତାଙ୍କୁ ସୁଯୋଗ ଦେବାକୁ  ସ୍ୱପ୍ନ ଦେଖାଉଥିବା ଜୁନିୟର ଆର୍ଟିଷ୍ଟ ସପ୍ଲାୟର ଦୀପୁ ଦୁହେଁ ବାସ୍ତବ ଜୀବନରେ ମଧ୍ୟ ସାଙ୍ଗ। ଦୁହିଁଙ୍କ ସେନ୍ସ ଅଫ୍ ହ୍ୟୁମର ବହୁତ ଭଲ।

ଯେତେବେଳେ ଭଉୟଙ୍କ ସିନ୍ ଏକାଠି ପଡୁଛି ସେତେବେଳେ ସୁଟିଂ କମ ହସ ବେଶୀ ହେଉଛି। ଏମିତିକି ନିର୍ଦ୍ଦେଶକଙ୍କ ଠାରୁ ସ୍ପଟ ବୟ ପର୍ଯ୍ୟନ୍ତ ସମସ୍ତେ ସେଟରେ ହସି ହସି ଗଡୁଛନ୍ତି। ଏ ସିନେମାରେ ବାବୁସାନ ଗୋଟେ ସିରିୟସ ଚରିତ୍ରରେ ପ୍ଲେ କରୁଛନ୍ତି। ତଥାପି ସୁଟିଂ ସେଟରେ  ହସିବା ଓ ହସେଇବା ଛାଡି ପାରୁନାହାଁନ୍ତି ବାବୁସାନ୍‌।

Related story