ରିଲିଜ ହେଲା ‘ବଦ୍ରିନାଥ କୀ ଦୁଲହନିଆ’ର ଟିଜର

ମୁମ୍ବାଇ: ରିଲିଜ ହେଲା ‘ବଦ୍ରିନାଥ କୀ ଦୁଲହନିଆ’ର ଟିଜର। ଟିଜରରେ ଆଲିଆ ଭଟ୍ଟ ନଜର ନ ଆସିଥିଲେ ମଧ୍ୟ ବରୁନ୍‌ ଧାୱନ୍‌ଙ୍କ ଅନ୍ଦାଜ ଆପଣଙ୍କୁ ଏହି ଟିଜର ଦେଖିବାକୁ ବାଧ୍ୟ କରିବ। ଫିଲ୍ମର ଟ୍ରେଲର ଫେବୃଆରୀ ୨ରେ ରିଲିଜ ହେବ ବୋଲି ଟିଜରର ଶେଷରେ ସୂଚନା ଦିଆଯାଇଛି।

ଟିଜର ଆସିବା ପୂର୍ବରୁ କରନ୍‌ ଜୋହର ଫିଲ୍ମର ପ୍ରଥମ ପୋଷ୍ଟରକୁ ଟ୍ୱିଟ୍‌ କରିଥିଲେ। ପୋଷ୍ଟରରୁ ଯାହା ଜଣାପଡ଼ୁଛି ଫିଲ୍ମଟି ମାର୍ଚ୍ଚ ୧୦ରେ ରିଲିଜ ହେବ।

ପୂର୍ବରୁ ଆଲିଆ ଓ ବରୁନ୍‌ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ ଓ ‘ହମ୍ପଟି ଶର୍ମା କୀ ଦୁଲହନିଆରେ’ ନଜର ଆସିଥିଲେ।