ବାହୁବଳୀ-2ର ବାହୁବଳୀ ବେପାର: ୩ ଦିନରେ ୫୦୦ କୋଟି

ମୁମ୍ବାଇ: ବହୁଚର୍ଚ୍ଚିତ ସିନେମା ବାହୁବଳୀ-୨ ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗିଛି। ରିଲିଜ୍‌ର ୩ ଦିନ ମଧ୍ୟରେ ଏହି ହାଇ ବଜେଟ୍‌ ଫିଲ୍ମ ୫୦୦ କୋଟି କ୍ଲବରେ ପହଞ୍ଚିଯାଇଛି। ବହୁଭାଷୀ ବିଶିଷ୍ଟ ଏହି ଫିଲ୍ମ ରବିବାର ସୁଦ୍ଧା ୫୦୬ କୋଟି ଟଙ୍କା ଆୟ କରିଛି। ବକ୍ସଅଫିସଇଣ୍ଡିଆ.କମରୁ ଏହା ଜଣାପଡ଼ିଛି। ଏସ.ଏସ. ରାଜ ମୌଳିଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମ ପାଇଁ ୨୫୦ କୋଟି ଟଙ୍କାରୁ ଅଧିକ ବ୍ୟୟ ହୋଇଛି। ରିଲିଜ୍‌ ପୂର୍ବରୁ କେବଳ ସୋସିଆଲ ସାଇଡ୍‌ରୁ  ଏହି ଫିଲ୍ମ ୫୦୦ କୋଟି ଟଙ୍କା ପାଇସାରିଥିଲା।