ବାପି ଲାହିରିଙ୍କ ଶେଷ ଗୀତ....

ମୁମ୍ବାଇ: ଲତା ମଙ୍ଗେସକରଙ୍କ ପରେ ଆଉ ଜଣେ ସ୍ୱର ସମ୍ରାଟଙ୍କୁ ହରାଇଛି ଭାରତ। ଆଉ ନାହାନ୍ତି ଡିସ୍କୋ ଗୀତର ଅନନ୍ୟ ରୂପକାର ତଥା ପ୍ରଖ୍ୟାତ ସଙ୍ଗୀତଜ୍ଞ ବାପି ଲାହିରି। ବଲିଉଡ୍‌ ସଙ୍ଗୀତ ଜଗତ ଅନ୍ୟତମ ତାରକା ବାପି ଲାହିରି ଆଜି ପରପାରିକୁ ଚାଲି ଯାଇଛନ୍ତି। ଧମାକାଦାର ଡ୍ୟାନ୍ସ ନମ୍ବର ପାଇଁ ଛୁଙ୍କ ଦେଇ ଗୀତ ତିଆରି କରିବାର କଳା ହାସଲ କରିଥିବା ବାପି ଲାହିରି ବଲିଉଡ୍‌ରେ ନିଜକୁ ବେଶ ପ୍ରତିଷ୍ଠିତ କରିପାରିଥଲେ। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ […]

Bappi Lahiri

Tapas Behera
  • Published: Wednesday, 16 February 2022
  • , Updated: 16 February 2022, 01:09 PM IST

ମୁମ୍ବାଇ: ଲତା ମଙ୍ଗେସକରଙ୍କ ପରେ ଆଉ ଜଣେ ସ୍ୱର ସମ୍ରାଟଙ୍କୁ ହରାଇଛି ଭାରତ। ଆଉ ନାହାନ୍ତି ଡିସ୍କୋ ଗୀତର ଅନନ୍ୟ ରୂପକାର ତଥା ପ୍ରଖ୍ୟାତ ସଙ୍ଗୀତଜ୍ଞ ବାପି ଲାହିରି। ବଲିଉଡ୍‌ ସଙ୍ଗୀତ ଜଗତ ଅନ୍ୟତମ ତାରକା ବାପି ଲାହିରି ଆଜି ପରପାରିକୁ ଚାଲି ଯାଇଛନ୍ତି। ଧମାକାଦାର ଡ୍ୟାନ୍ସ ନମ୍ବର ପାଇଁ ଛୁଙ୍କ ଦେଇ ଗୀତ ତିଆରି କରିବାର କଳା ହାସଲ କରିଥିବା ବାପି ଲାହିରି ବଲିଉଡ୍‌ରେ ନିଜକୁ ବେଶ ପ୍ରତିଷ୍ଠିତ କରିପାରିଥଲେ। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ଗୀତରେ ଯାଦୁରେ ଝୁମେଇ ପାରୁଥିବା ବାପିଙ୍କର ସ୍ୱର ଆଜି ଚିର ଦିନ ନରମି ଯାଇଛି । ଉଭୟ ସଙ୍ଗୀତକାର ଏବଂ ଜଣେ କଣ୍ଠଶିଳ୍ପୀ ଭାବେ ବେଶ ସୁନାମ ଅର୍ଜନ କରିଥିବା ବାପିଙ୍କ ବିୟୋଗରେ ସଙ୍ଗୀତ ଜଗତ ମର୍ମାହତ। ଶୋକ ପ୍ରକାଶ କରୁଛନ୍ତି ବିଶିଷ୍ଟ ବ୍ୟକ୍ତି ଏବଂ ଝୁରୁଛନ୍ତି ପ୍ରଶଂସକ।

ଶେଷଥର ପାଇଁ ବାଗ୍‌ଚୀ-୩ରେ କାମ କରିଥିଲେ ବାପି ଲାହିରି । ଟାଇଗର ସରାଫ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତି ଏହି ସିନେମାରେ ‘ଭାଙ୍କସ୍’ ଗୀତରେ କଣ୍ଠଦାନ କରିଛନ୍ତି ବାପି ଲାହିର। ୧୯୮୪ ମସିହାର ‘ତୋଫା’ ସିନେମାର ‘ଏକ ଆଙ୍ଖେ ମାରୋ ତୋ’ ଗୀତଟିକୁ ଏହି ସିନମାରେ ରିମିକ୍ସ କରାଯାଇଥିଲା। ମୂଳ ଗୀତଟିକୁ କିଶୋର କୁମାର ଏବଂ ଆଶା ଭୋଶଲେ ଗାଇଛନ୍ତି। ବଲିଉଡ୍‌ ଜଗତରେ ବାପି ଦା’ ନାମରେ ପରଚିତ ବାପି ଲାହିର ୧୯୭୩ରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏକାଧିକ ସ୍ୱାସ୍ଥ୍ୟଗତ ସମସ୍ୟାରେ ଜୁଝୁଥିବା ବାପିଙ୍କୁ ମଙ୍ଗଳବାର ହସପିଟାଲରେ ଭର୍ତ୍ତି କରାଯାଇଥଇଲା। ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଥିଲା।

ଗତବର୍ଷ ଏପ୍ରିଲ୍‌ ମାସରେ କୋଭିଡ୍-୧୯ ପଜିଟିଭ୍‌ ହୋଇଥିଲେ। ତା’ପରଠାରୁ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇ ବିଶ୍ରାମ ନେଉଥିଲେ। ଚଳପ୍ରଚଳ ସୁବିଧା ନିମନ୍ତେ ଜୁହୁସ୍ଥିତ ତାଙ୍କ ବାସଭବନରେ ତାଙ୍କ ପାଇଁ ଏକ ହ୍ୱିଲ୍‌ ଚେୟାର୍‌ ଏବଂ ଲିଫ୍‌ଟ୍‌ ବ୍ୟବସ୍ଥା କରାଯାଇଥିଲା। ୧୯୭୩ ମସିହାର ଚଳଚ୍ଚିତ୍ର ‘ନହ୍ନା ଶିକାରୀ’ରେ ସଙ୍ଗୀତ ନିର୍ଦେଶନା ଦେଇ ପ୍ରଥମେ ସେ ସଙ୍ଗୀତ ନିର୍ଦେଶନା କ୍ଷେତ୍ରରେ ପାଦ ଦେଇଥିଲେ। ଗତବର୍ଷ ବାପି ଲାହିରି କହିଥିଲେ ଯେ, ପ୍ରଥମେ ସେ କିଶୋର କୁମାରଙ୍କ ଚଳଚ୍ଚିତ୍ର ‘ବଢ୍‌ତିକା ନାମ୍‌ ଦାଢ଼ି’ ଚଳଚ୍ଚିତ୍ରରେ ଜଣେ ଅଭିନେତା ଭାବ‌େ ବଲିଉଡ୍‌ରେ ପ୍ରବେଶ କରିଥିଲେ। ସେ ଉଦୟଶଙ୍କର ପାଣିଙ୍କ  ଓଡ଼ିଆ-ବଙ୍ଗଳା ଦ୍ୱିଭାଷୀ ଛବି ‘ମିଛ ମାୟା ସଂସାର’ରେ ବି ସଙ୍ଗୀତ ନିର୍ଦେଶନା ଦେଇଥିଲେ। ବାପି ଲାହିରିଙ୍କ ପ୍ରକୃତ ନାଁ ଆଲୋକେଶ ଲାହିରି। ୧୯୫୨ ମସିହା ନଭେମ୍ବର ୨୭ ତାରିଖରେ ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଏକ ବ୍ରାହ୍ମଣ ପରିବାରରେ ସେ ଜନ୍ମ ହୋଇଥିଲେ। ତାଙ୍କ ବାପାମା’ ମଧ୍ୟ ଗାୟକ ଥିଲେ।

ତିନି ବର୍ଷ ବୟସରୁ ସେ ତାବ୍‌ଲା ବଜାଇବା ଶିଖିଥିଲେ। ପ୍ରାରମ୍ଭରେ ତାଙ୍କ ବାପାମା’ ଥିଲେ ତାଙ୍କର ସଙ୍ଗୀତ ଗୁରୁ। ଭାରତୀୟ ସିନେମାରେ ଡିସ୍କୋ ଗୀତକୁ ସେ ଲୋକପ୍ରିୟ କରାଇଥିଲେ। ‘ଜଖ୍‌ମୀ’, ‘ଆପ୍ କି ଖାତିର’, ‘ହିମତ୍‌ୱାଲା’,  ‘ଘାୟଲ’, ‘ଆଜ୍ କା ଅର୍ଜୁନ’, ’ସୈଲାବ’, ‘ଦ ଡାର୍ଟି ପିକ୍‌ଚର’, ‘ଗୁଣ୍ଡେ’ ଓ ‘ବାଗୀ ୩’ ଭଳି ଅନେକ ହିନ୍ଦୀ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଅନେକ ଫିଲ୍ମରେ ସେ ନିଜେ ମଧ୍ୟ ଗୀତ ଗାଇଥିଲେ। ହିନ୍ଦୀ, ବଙ୍ଗାଳି, ତେଲୁଗୁ, କନ୍ନଡ଼ ଓ ଗୁଜରାଟି ଆଦି ଭାଷାରେ ପ୍ରାୟ ୧୫୦ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

Related story