ଖୁବ୍‌ ଶୀଘ୍ର ବାପା ହେବାକୁ ଯାଉଛନ୍ତି ଏହି ଅଭିନେତା

ମୁମ୍ବାଇ: ଟେଲିଭିଜନ ଅଭିନେତା ତଥା ‘ଇସ୍‌ ପ୍ୟାର୍‌ କୋ କ୍ୟା ନାମ ଦୁଁ’ ଫେମ୍ ବରୁନ ସୋବତିଙ୍କ ଘରକୁ ଖୁବ୍‌ ଶୀଘ୍ର ଏକ ନୂଆ ଅତିଥି ଆସିବାକୁ ଯାଉଛନ୍ତି। ବରୁନଙ୍କ ପତ୍ନୀ ପସମିନ୍ ମନଚନ୍ଦା ଗର୍ଭବତୀ ଅଛନ୍ତି ଓ ଖୁବ୍‌ ଶୀଘ୍ର ତାଙ୍କ ଘରକୁ ଆସିବେ ନୂଆ ଅତିଥି। ନିକଟରେ ତାଙ୍କର ଗୋଦଭରାଇ ସେରିମନିର ଫଟୋ ସୋଶାଲ ମିଡିଆରେ ବୁଲିବା ପରେ ଏହି କଥା ପ୍ରଚାରିତ ହୋଇଥିଲା। https://www.instagram.com/p/Bx7UNn_Fwc9/?utm_source=ig_web_copy_link ବରୁନ ଜଣେ ଏଭଳି ଅଭିନେତା ଯିଏକି ନିଜ […]

varun

varun

Chinmayee Roy
  • Published: Tuesday, 28 May 2019
  • Updated: 28 May 2019, 02:50 PM IST

Sports

Latest News

ମୁମ୍ବାଇ: ଟେଲିଭିଜନ ଅଭିନେତା ତଥା ‘ଇସ୍‌ ପ୍ୟାର୍‌ କୋ କ୍ୟା ନାମ ଦୁଁ’ ଫେମ୍ ବରୁନ ସୋବତିଙ୍କ ଘରକୁ ଖୁବ୍‌ ଶୀଘ୍ର ଏକ ନୂଆ ଅତିଥି ଆସିବାକୁ ଯାଉଛନ୍ତି। ବରୁନଙ୍କ ପତ୍ନୀ ପସମିନ୍ ମନଚନ୍ଦା ଗର୍ଭବତୀ ଅଛନ୍ତି ଓ ଖୁବ୍‌ ଶୀଘ୍ର ତାଙ୍କ ଘରକୁ ଆସିବେ ନୂଆ ଅତିଥି। ନିକଟରେ ତାଙ୍କର ଗୋଦଭରାଇ ସେରିମନିର ଫଟୋ ସୋଶାଲ ମିଡିଆରେ ବୁଲିବା ପରେ ଏହି କଥା ପ୍ରଚାରିତ ହୋଇଥିଲା।

https://www.instagram.com/p/Bx7UNn_Fwc9/?utm_source=ig_web_copy_link

ବରୁନ ଜଣେ ଏଭଳି ଅଭିନେତା ଯିଏକି ନିଜ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଲାଇମ୍‌ଲାଇଟଠୁ ଦୂରରେ ରଖନ୍ତି। ତେଣୁ ସେ ନିଜ ବାପା ହେବା ଖୁସି ଖବର ମଧ୍ୟ ନିଜେ ଦେଇନଥିଲେ। ପାସମିନ୍‌ ଗର୍ଭବତୀ ଥିବାର ଖୁଲାସା ସୋଶାଲ୍‌ ମିଡିଆରେ  ତାଙ୍କ ଗୋଦଭରାଇ ଫଟୋ ଜରିଆରେ ହୋଇଛି। ଏହି ଫଟୋକୁ ବରୁନ୍‌ଙ୍କ ସାଙ୍ଗ ତଥା ଟେଲିଭିଜନ୍‌ ଅଭିନେତା ସାଇ ଦେବଧର୍ ଶେଆର କରିଛନ୍ତି। ସାଇ ଫଟୋ ଶେୟାର କରି ବରୁନ୍‌ ଓ ପାସମିନ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

https://www.instagram.com/p/Bx9e_KUFHfe/?utm_source=ig_web_copy_link

ବରୁନ୍‌ ଓ ପାସମିନ୍‌ଙ୍କ ଲଭ୍‌ଷ୍ଟୋରି ସ୍କୁଲ୍‌ରେ ଆରମ୍ଭ ହୋଇଥିଲା। ଏମାନଙ୍କର ବିବାହ ୨୦୧୦ରେ ହୋଇଥିଲା। ବାହାଘରର ୮ ବର୍ଷ ପରେ ବର୍ତ୍ତମାନ ଦୁହେଁ ନିଜର ପ୍ରଥମ ସନ୍ତାନର ସ୍ୱାଗତ୍‌ କରିବାକୁ ପ୍ରସ୍ତୁତ ଅଛନ୍ତି। ଗୋଦ୍‌ଭରାଇର ଏହି ଫଟୋରେ ପାସମିନ୍‌ ଏକ ପିଙ୍କ୍ କଲର୍‌ ଗାଉନ୍‌ରେ ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି। ଏହି ସେରିମନିରେ ଟେଲି ଅଭିନେତା କରନ୍ ୱାହି, ଅକ୍ଷୟ ଡୋଗରା, ମୋହିତ୍‌ସହଗଲ୍। ଗୌତମ୍ ହେଗଡେ, ସନାୟା ଇରାନି ଓ ଆବ୍ବାସ୍‌ ମେହେତା ପ୍ରମୁଖ ସାମିଲ୍‌ ଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos