ଭାବନାଙ୍କୁ ଅସଦାଚରଣ ଅଭିଯୋଗ

ମୁମ୍ବାଇ: ମଲାୟାଲମ ଫିଲ୍ମର ଅଭିନେତ୍ରୀ ଭାବନାଙ୍କୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ଅପହରଣ କରିନେବା ସହ ଅସଦାଚରଣ  କରିଥିବା ଅଭିଯୋଗ ହୋଇଛି। ଭାବନା ସାଉଥ ଇଣ୍ଡିଆନ୍‌ ଫିଲ୍ମର ଅଭିନେତ୍ରୀ। କେରଳର କୋଚିରେ ତାଙ୍କୁ ଅପହରଣ କରାଯାଇଥିଲା। ଏହି ଘଟଣାରେ ପୋଲିସ୍‌ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି।

ଭାବନା ସୁଟିଂ ପରେ ଘରକୁ ଫେରୁଥିବା ବେଳେ ଦୁଇରୁ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ନେଇଥିଲେ।

ଅଭିଯୋଗ ଅନୁଯାୟୀ,ଭାବନାଙ୍କୁ ଦୁର୍ବୃତ୍ତମାନେ ଏକ ଘଣ୍ଟା ଧରି କାରରେ ଅସଦାଚରଣ କରିଥିଲେ। ପରେ ରାତି ୧୦ଟା ୩୦ ମିନିଟରେ ତାଙ୍କୁ ଘର ପାଖରେ ଛାଡ଼ି ଦେଇଥିଲେ।