ବେବୋ @ ୩୪

ମୁମ୍ୱାଇ: ୩୩ଟି ବସନ୍ତକୁ ଅତିକ୍ରମ କରିଛନ୍ତି ବେବୋ ବା କରୀନା କାପୁର ଖାନ୍। ପାଦ ଦେଇଛନ୍ତି ୩୪ଟି ବସନ୍ତରେ। ୧୯୮୦ ମସିହା ଆଜିର ଦିନରେ ମାୟା ନଗରୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ବେବୋ। ବଡ ଭଉଣୀ କରୀସ୍ମା ପରି ସେ ମଧ୍ୟ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବଲିଉଡର ଶ୍ରେଷ୍ଠ ପାରିଶ୍ରମିକ ନେଇଥିବା ଅଭିନେତ୍ରୀ ଭାବେ ବେ‍ବୋ ନାଁ କରିଛନ୍ତି। ବେବୋ ଏକାଧାରରେ ରୋମାଣ୍ଟିକ, ଡ୍ରାମା, କେମେଡି ଓ ହଟ୍ ଆନ୍ଦାଜ ପାଇଁ ୬ଟି […]

kareena

kareena

Rakesh Mallick
  • Published: Monday, 21 September 2015
  • Updated: 21 September 2015, 04:12 AM IST

kareenaମୁମ୍ୱାଇ: ୩୩ଟି ବସନ୍ତକୁ ଅତିକ୍ରମ କରିଛନ୍ତି ବେବୋ ବା କରୀନା କାପୁର ଖାନ୍। ପାଦ ଦେଇଛନ୍ତି ୩୪ଟି ବସନ୍ତରେ। ୧୯୮୦ ମସିହା ଆଜିର ଦିନରେ ମାୟା ନଗରୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ବେବୋ। ବଡ ଭଉଣୀ କରୀସ୍ମା ପରି ସେ ମଧ୍ୟ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବଲିଉଡର ଶ୍ରେଷ୍ଠ ପାରିଶ୍ରମିକ ନେଇଥିବା ଅଭିନେତ୍ରୀ ଭାବେ ବେ‍ବୋ ନାଁ କରିଛନ୍ତି। ବେବୋ ଏକାଧାରରେ ରୋମାଣ୍ଟିକ, ଡ୍ରାମା, କେମେଡି ଓ ହଟ୍ ଆନ୍ଦାଜ ପାଇଁ ୬ଟି ଫିଲ୍ମ ଫେୟାର ଆୱାର୍ଡ ସହ ୨୦୦୯ରେ ୧୬ ତମ ନୋକିଆ ଷ୍ଟାର ସ୍କ୍ରିନ ଆୱାର୍ଡ, ୩ ଇଡିଅଟ୍ ଓ କୁର୍ବାନ ପାଇଁ ବେଷ୍ଟ ଫିମେଲ୍ ଆକ୍ଟର ପରି ବହୁ ପୁରସ୍କାର ପାଇଛନ୍ତି।୨୦୦୦ ମସିହାରେ ଫିଲ୍ମ ‘ରିଫ୍ୟୁଜି’ ମାଧ୍ୟମରେ ସେ ବଲିଉଡକୁ ଏଣ୍ଟ୍ରି କରିଥିଲେ। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ।  ଏହାପରେ ସେ ପଛକୁ ଫେରି ଚାହିଁ ନାହାନ୍ତି। ୨୦୦୧ରେ  ତାଙ୍କୁ ‘ଅଶୋକା’ ଓ ‘କଭି ଖୁସି କଭି ଗମ’ ଫିଲ୍ମ ପାଇଁ ସୁଯୋଗ ମିଳିଥିଲା। ସେହି ବର୍ଷ କରନ୍ ଜୋହର ନିର୍ଦ୍ଦେଶିତ ‘କଭି ଖୁସି କଭି ଗମ୍’ ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ସେହିବର୍ଷ ବିଦେଶରେ ସବୁଠାରୁ ଅଧିକ ରୋଜଗାର ଫିଲ୍ମ ଭାବେ ବିବେଚିତ ହୋଇଥିଲା।  ୨୦୦୧ରେ ତାଙ୍କ ଅଭିନୀତ ‘ମୁଝେ କୁଚ୍ଛ କେହେନା ହେଁ’ ସେ ସାଜିଥିଲେ ରୋମାଣ୍ଟିକ କ୍ୱିନ। ଏଥିରେ ତାଙ୍କ ଅଭିନୟ ବଳିଷ୍ଠ ଥିଲା। ଚଳିତବର୍ଷ ତାଙ୍କ ଅଭିନୀତ ‘ବଜରଙ୍ଗୀ ଭାଇଜାନ’ ରେକର୍ଡ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos