ବିବାହ ବନ୍ଧନରେ ନବନିର୍ବାଚିତ ଏମ୍‌ପି ନୁସରତ ଜହାଁ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତ୍ରୀ ତଥା  ଟିଏମସିର ନବନିର୍ବାଚିତ ଏମ୍‌ପି ନୁସରତ ଜହାଁ ଗତ ୧୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ପଶ୍ଚିମବଙ୍ଗର ବିଜନେସମ୍ୟାନ ନିଖିଳ ଜୈନଙ୍କୁ ବିବାହ କରିଛନ୍ତି। ନୁସରତ ନିଜେ ବିବାହ ଫଟୋ ସୋଶାଲ ମିଡିଆରେ ଶେଆର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ସୂଦୂର ତୁର୍କୀରେ କେବଳ ପରିବାର ସଦସ୍ୟ ଓ କିଛି ଖାସ ବନ୍ଧୁଙ୍କ ଗହଣରେ ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ବିବାହ  ସମ୍ପନ୍ନ ହୋଇଥିଲା। […]

nusrat-2..

nusrat-2..

Niharika Rout
  • Published: Thursday, 20 June 2019
  • Updated: 20 June 2019, 11:32 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତ୍ରୀ ତଥା  ଟିଏମସିର ନବନିର୍ବାଚିତ ଏମ୍‌ପି ନୁସରତ ଜହାଁ ଗତ ୧୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ପଶ୍ଚିମବଙ୍ଗର ବିଜନେସମ୍ୟାନ ନିଖିଳ ଜୈନଙ୍କୁ ବିବାହ କରିଛନ୍ତି। ନୁସରତ ନିଜେ ବିବାହ ଫଟୋ ସୋଶାଲ ମିଡିଆରେ ଶେଆର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ସୂଦୂର ତୁର୍କୀରେ କେବଳ ପରିବାର ସଦସ୍ୟ ଓ କିଛି ଖାସ ବନ୍ଧୁଙ୍କ ଗହଣରେ ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ବିବାହ  ସମ୍ପନ୍ନ ହୋଇଥିଲା।

ଟିଏମସିର ନବନିର୍ବାଚିତ ସାଂସଦ ତଥା ଅଭିନେତ୍ରୀ ମିମି ଚର୍କବର୍ତ୍ତୀ ମଧ୍ୟ ଏହି ବିବାହରେ ସାମିଲ ହୋଇଥିଲେ। ଉଭୟ ନୁସରତ ଓ ନିଖିଳ ବିବାହ ସମୟରେ ଖ୍ୟାତାନାମା ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ଡିଜାଇନ ଡ୍ରେସ୍‌ ପରିଧାନ କରି ବେଶ୍‌ ସୁନ୍ଦର ଲାଗୁଥିଲେ। ୧୬ ଜୁନ୍‌ରେ ଉଭୟଙ୍କ ପରିବାର ଲୋକେ ତୁର୍କୀ ଅଭିମୁଖେ ବାହାରି ଯାଇଥିଲେ। ସେଠାରେ ଇସ୍ତାନବୁଲରେ ଜୁନ୍‌ ୧୭ରେ ଉଭୟଙ୍କ ପ୍ରି-ୱେଡିଙ୍ଗ ସେରିମନି ହୋଇଥିଲା। ୧୮ ତାରିଖରେ ମେହେନ୍ଦୀ ଓ ସଙ୍ଗୀତ ସେରିମନି ହୋଇଥିଲା। ୧୯ ତାରିଖରେ ପାରମ୍ପରିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା। ଭାରତ ଫେରିବା ପରେ ନୁସରତଙ୍କ ପରିବାର ତରଫରୁ ଗ୍ରାଣ୍ଡ ପାର୍ଟି ଆୟୋଜନ ହେବ ବୋଲି ଜଣାଯାଇଛି।

ନୁସରତ ୨୦୧୦ ମସିହାରେ ଏକ ବିୟୁଟି କଣ୍ଟେଷ୍ଟରେ ଅଂଶଗ୍ରହଣ କରି ବିଜେତା ହେବା ପରେ ମଡେଲିଂ ଦୁନିଆରେ  ପାଦ   ଦେଇଥିଲେ। ଏହାପରେ ଫିଲ୍ମ ଇଣ୍ହଷ୍ଟ୍ରୀରେ ପଶି ସଫଳତାର ପାହାଚ ଚଢିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos