ଆଉ ଜଣେ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ହସ୍ପିଟାଲରେ ଭର୍ତ୍ତି

କୋଲକାତା: ଫିଲ୍ମ ଇଣ୍ଡଷ୍ଟ୍ରିରେ ଆତ୍ମହତ୍ୟା କରିବା ଖବର ଥମିବାର ନା ନେଉ ନାହିଁ। ଜଣଙ୍କ ପରେ ଜଣେ କଳାକାର ଜୀବନ ହାରୁଛନ୍ତି। ଏବେ ପୁଣି ଥରେ ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ ରାୟ ଦେବୋଲିନା ଦେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ସୌଭାଗ୍ୟବଶତଃ ତାଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଶୁକ୍ରବାର ଅଭିନେତ୍ରୀ ଦେବୋଲିନା ଫେସ୍‌ବୁକରେ ଅତ୍ମହତ୍ୟା କରିବାକୁ ଯାଉଥିବା ନେଇ ଏକ ପୋଷ୍ଟ ଶେଆର କରି ଜଣାଇଥିଲେ। ନିଜ ପରିବାର […]

rai debalina dey

Madhupriya Mistry
  • Published: Saturday, 25 June 2022
  • , Updated: 25 June 2022, 06:38 PM IST

କୋଲକାତା: ଫିଲ୍ମ ଇଣ୍ଡଷ୍ଟ୍ରିରେ ଆତ୍ମହତ୍ୟା କରିବା ଖବର ଥମିବାର ନା ନେଉ ନାହିଁ। ଜଣଙ୍କ ପରେ ଜଣେ କଳାକାର ଜୀବନ ହାରୁଛନ୍ତି। ଏବେ ପୁଣି ଥରେ ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ ରାୟ ଦେବୋଲିନା ଦେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ସୌଭାଗ୍ୟବଶତଃ ତାଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଶୁକ୍ରବାର ଅଭିନେତ୍ରୀ ଦେବୋଲିନା ଫେସ୍‌ବୁକରେ ଅତ୍ମହତ୍ୟା କରିବାକୁ ଯାଉଥିବା ନେଇ ଏକ ପୋଷ୍ଟ ଶେଆର କରି ଜଣାଇଥିଲେ। ନିଜ ପରିବାର ଲୋକଙ୍କ ପାଇଁ ସେ ଏଭଳି କରିବାକୁ ଯାଉଥିବା ନିଜ ପୋଷ୍ଟରେ ଉଲ୍ଲେଖ କରିଥିଲେ। ଏହାପରେ ପରିବାର ଲୋକେ ଦେବୋଲିନାଙ୍କୁ ଫୋନ୍‌ କରିଥିଲେ କିନ୍ତୁ ତାଙ୍କ ଫୋନ୍‌ ଲାଗିନଥିଲା। ପରେ ଏନେଇ ଜାବଦପୁର ଥାନାକୁ ଜଣାଇଥିଲେ।

ଏହାପରେ ପୁଲିସ ତୁରନ୍ତ ନୟାବାଦ ଅଞ୍ଚଳରେ ଥିବା ହାଉସିଂ କମ୍ପ୍ଲେକ୍ସରେ ପହଞ୍ଚିଥିଲା। ଏଠାରେ ଅଭିନେତ୍ରୀ ରହୁଥିବା ଘର କବାଟ ବାଡେଇଥିଲା ପୁଲିସ। କିନ୍ତୁ କେହି ନଖୋଲିବାରୁ ବାଧ୍ୟ ହୋଇ କବାଟ ଭାଙ୍ଗି ଭିତରେ ପଶିଥିଲା ପୁଲିସ। ଘର ଭିତରୁ ଦେବୋଲିନାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସାରା ରାତି ଚିକିତ୍ସା ପରେ ଶନିବାର ତାଙ୍କ ଚେତା ଫେରିଛି।

ପୁଲିସ କହିବା ମୁତାବକ, ଅଭନେତ୍ରୀ ଜଣକ ଅନେକ ଗୁଡିଏ ନିଦ ବଟିକା ଖାଇ ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅଭିନେତ୍ରୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି ପୁଲିସ। ଏହା ପୂର୍ବରୁ ମଧ୍ୟ ବଙ୍ଗୀୟ ଅଭିନେତ୍ରୀ ପଲ୍ଲଭୀ ଦେ, ବିଦିଶା ମଜୁମଦାର, ମଞ୍ଜୁଷା ନିୟୋଗି, ମୌମିତା ଶାହା ମଧ୍ୟ ଆତ୍ମହତ୍ୟା କରିସାରିଛନ୍ତି।

Related story