୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରୀଦେବୀ ଶ୍ରେଷ୍ଠ ଅଭିନେତ୍ରୀ, ‘ନିଉଟନ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର

ମୁମ୍ବାଇ: ଘୋଷଣା ହୋଇଛି ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ପାଇବେ ଦିବଙ୍ଗତ ନେତା ବିନୋଦ ଖାନ୍ନା। ହିନ୍ଦୀ ଫିଲ୍ମ ‘ମମ୍’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ। ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ହୋଇଛି ‘ନିଉଟନ’। ରାଜକୁମାର ରାଓଙ୍କ ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ମନୀଷ ମୁନ୍ଦ୍ରା। ନକ୍ସଲ ପ୍ରବଣ ଅଞ୍ଚଳରେ ସ୍ୱଚ୍ଛତାର ସହ ନିର୍ବାଚନ କରିବାକୁ ଜଣେ ସଚ୍ଚୋଟ ଅଫିସରଙ୍କ କାହାଣୀ […]

shreedevi

shreedevi

Rakesh Mallick
  • Published: Friday, 13 April 2018
  • Updated: 13 April 2018, 02:00 PM IST

Sports

Latest News

ମୁମ୍ବାଇ: ଘୋଷଣା ହୋଇଛି ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ପାଇବେ ଦିବଙ୍ଗତ ନେତା ବିନୋଦ ଖାନ୍ନା। ହିନ୍ଦୀ ଫିଲ୍ମ ‘ମମ୍’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ।

momଶ୍ରେଷ୍ଠ ହିନ୍ଦୀ ଫିଲ୍ମ ହୋଇଛି ‘ନିଉଟନ’। ରାଜକୁମାର ରାଓଙ୍କ ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ମନୀଷ ମୁନ୍ଦ୍ରା। ନକ୍ସଲ ପ୍ରବଣ ଅଞ୍ଚଳରେ ସ୍ୱଚ୍ଛତାର ସହ ନିର୍ବାଚନ କରିବାକୁ ଜଣେ ସଚ୍ଚୋଟ ଅଫିସରଙ୍କ କାହାଣୀ ଉପରେ ଫିଲ୍ମଟି ଆଧାରିତ।

ଶ୍ରେଷ୍ଠ ଆକ୍ସନ ସହ ‘ବାହୁବଲୀ-୨’କୁ ଏକାଧିକ ବିଭାଗରେ ପୁରସ୍କାର ମିଳିଛି। ଶ୍ରେଷ୍ଠ କୋରିଓଗ୍ରାଫି ଭାବେ ‘ଟଏଲେଟ୍ ଏକ ପ୍ରେମ କଥା’ର ଗୀତ ‘ଗୋରୀ ତୁ ଲଥ୍‌ ମାର୍’ ବିବେଚିତ ହୋଇଛି। ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଏ ଆର ରେହମାନଙ୍କୁ ପୁରସ୍କାର ମିଳିଛି।

shreedevi‘ହ୍ୟାଲୋ ଆର୍ସି’ ହୋଇଛି ଶ୍ରେଷ୍ଠ ଓଡିଆ ଫିଲ୍ମ। ଏହାର ନିର୍ମାତା ହେଉଛନ୍ତି ଅଜୟ ରାଉତରାୟ ଓ ନିର୍ଦ୍ଦେଶକ ସମ୍ବିତ ମହାନ୍ତି। ବେଷ୍ଟ କନ୍ନଡ ପିଲ୍ମ ଭାବେ ‘ହିବିତୁ ରାମକ୍କା’, ବେଷ୍ଟ ମରାଠୀ ଫିଲ୍ମ ଭାବେ ‘କଚ୍ଚା ଲିମ୍ବୁ’କୁ ପୁରସ୍କାର ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos