ପାରୋ ଚରିତ୍ରରେ ପରଦାକୁ ଆସିବେ ଭୂମିକା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପ୍ରକ୍ଷାତ ଔପନ୍ୟାସିକ ଶରତ ଚନ୍ଦ୍ର ଚାଟାର୍ଜୀଙ୍କ ରଚିତ ଉପନ୍ୟାସ “ଦେବଦାସ” ଆଧାରରେ ନିର୍ମାଣ ହୋଇଛି ଦୁଇ ଦୁଇଟି ବଲିଉଡ୍‌ ଫିଲ୍ମ ‍‘ଦେବଦାସ’। ପ୍ରଥମ ଚଳଚ୍ଚିତ୍ରରେ ଦିଲ୍ଲିପ କୁମାର- ବୈଜୟନ୍ତୀ ମାଳା ଓ ଦ୍ୱିତୀୟଟିରେ ସାହାରୁଖ ଖାନ୍‌, ଐଶ୍ୱର୍ଯ୍ୟା ରାୟ ଓ ମାଧୁରୀ ଦୀକ୍ଷିତଙ୍କ ଯୋଡିକୁ ମନଭରି ସମର୍ଥନ ଦେଇଥିଲେ ଦର୍ଶକ। ଏବେ ପୁଣି ଥରେ ପରଦାକୁ ଆସୁଛି ଦେବଦାସ। ବଲିଉଡ୍‌ ଇତିହାସରେ ଏହି ସର୍ବକାଳୀନ ହିଟ୍‌ ଫିଲ୍ମଟି ଏଥର ପ୍ରଥମଥର ଲାଗି ଓଡ଼ିଆରେ ନିର୍ମାଣ […]

bhumika

bhumika

Rakesh Mallick
  • Published: Monday, 30 April 2018
  • Updated: 30 April 2018, 12:36 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପ୍ରକ୍ଷାତ ଔପନ୍ୟାସିକ ଶରତ ଚନ୍ଦ୍ର ଚାଟାର୍ଜୀଙ୍କ ରଚିତ ଉପନ୍ୟାସ “ଦେବଦାସ” ଆଧାରରେ ନିର୍ମାଣ ହୋଇଛି ଦୁଇ ଦୁଇଟି ବଲିଉଡ୍‌ ଫିଲ୍ମ ‍‘ଦେବଦାସ’। ପ୍ରଥମ ଚଳଚ୍ଚିତ୍ରରେ ଦିଲ୍ଲିପ କୁମାର- ବୈଜୟନ୍ତୀ ମାଳା ଓ ଦ୍ୱିତୀୟଟିରେ ସାହାରୁଖ ଖାନ୍‌, ଐଶ୍ୱର୍ଯ୍ୟା ରାୟ ଓ ମାଧୁରୀ ଦୀକ୍ଷିତଙ୍କ ଯୋଡିକୁ ମନଭରି ସମର୍ଥନ ଦେଇଥିଲେ ଦର୍ଶକ। ଏବେ ପୁଣି ଥରେ ପରଦାକୁ ଆସୁଛି ଦେବଦାସ। ବଲିଉଡ୍‌ ଇତିହାସରେ ଏହି ସର୍ବକାଳୀନ ହିଟ୍‌ ଫିଲ୍ମଟି ଏଥର ପ୍ରଥମଥର ଲାଗି ଓଡ଼ିଆରେ ନିର୍ମାଣ ହେବାକୁ ଯାଉଛି।

ଫିଲ୍ମର ନାଁ ରହିଛି ‘ନାୟକର ନାଁ ଦେବଦାସ’। ଯେଉଁଥିରେ ପାରୋ ଭୂମିକାରେ ଅଭିନୟ କରିଛନ୍ତି ଭୂମିକା।

‘ତୁ ମୋ ଲଭ୍‌ ଷ୍ଟୋରି’ ଏବଂ ‘ହିରୋ ନଂ-୧’ ପରି ୨ଟି ହିଟ୍‌ ଫିଲ୍ମରେ ଲିଡ୍‌ରେ ନଜର ଆସିଥିଲେ ଏହି ସୁନ୍ଦରୀ ଅଭିନେତ୍ରୀ। ଏଇଟା ତାଙ୍କର ତୃତୀୟ ଫିଲ୍ମ।

 ପାରୋ ପରି ଏକ ଦମ୍‌ଦାର ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିବାରୁ ଭାରି ଖୁସି ଥିବା ସେ କୁହନ୍ତି।

କେବଳ ଭୂମିକା ନୁହଁନ୍ତି, ତାଙ୍କ ଫ୍ୟାନମାନେ ମଧ୍ୟ ତାଙ୍କୁ ପାରୋ ଚରିତ୍ରରେ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି।

ତେବେ ଫିଲ୍ମରେ ଚନ୍ଦ୍ରମୁଖୀ ଭୂମିକାରେ ଅଭିନୟ କରିବେ ଓଲିଉଡ୍‌ ଡିଭା ଅନୁ ଚୌଧୁରୀ। ଏଥିସହ ଫିଲ୍ମରେ ବବି ମିଶ୍ର , ବିଜୟ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ମୃତ୍ୟୁଞ୍ଜୟ ସାହୁ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଓ ଗୀତିକାର ରହିଛନ୍ତି ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos