କୁନା ତ୍ରିପାଠୀଙ୍କୁ ଫ୍ୟୁଜ୍‌ କରିଦେଲେ ଭୂମିକା

ଭୁବନେଶ୍ୱର: ନ୍ୟୁଜ୍ ଚ୍ୟାନେଲର କ୍ୟାମେରା ଆଗରେ ବହୁତ ବିଜ୍ଞ ଲୋକ ଅପ୍ରସ୍ତୁତ ହୋଇଯିବା ନୂଆ କଥା ନୁହେଁ। ‘ନ୍ୟୁଜ୍ ଫ୍ୟୁଜ୍‌’ ଆଙ୍କର କୁନା ତ୍ରିପାଠୀ ସମସ୍ତଙ୍କୁ ଫ୍ୟୁଜ୍ କରୁଥିବାର ଆପଣମାନେ ଦେଖିଛନ୍ତି। କିନ୍ତୁ ସିଏ ବି ଫ୍ୟୁଜ୍ ହୋଇଛନ୍ତି। ତାଙ୍କୁ ଫ୍ୟୁଜ୍ କରିଛନ୍ତି ରିପୋର୍ଟର ଭୂମିକା। ଭୂମିକା ଭଲ ନାଚି ପାରନ୍ତି ଓ ଭଲ ଅଭିନୟ କରିପାରନ୍ତି। ଏକଥା ସମସ୍ତେ ଜାଣିଥିଲେ। କିନ୍ତୁ ଏବେ ସେ ନ୍ୟୁଜ୍ ୧୧ରେ ରିପୋର୍ଟର ଭାବେ ନିଯୁକ୍ତି ପାଇଛନ୍ତି ଏବଂ ପ୍ରଥମ […]

KUNATRIPATHY

Rakesh Mallick
  • Published: Friday, 11 August 2017
  • , Updated: 11 August 2017, 01:10 PM IST

ଭୁବନେଶ୍ୱର: ନ୍ୟୁଜ୍ ଚ୍ୟାନେଲର କ୍ୟାମେରା ଆଗରେ ବହୁତ ବିଜ୍ଞ ଲୋକ ଅପ୍ରସ୍ତୁତ ହୋଇଯିବା ନୂଆ କଥା ନୁହେଁ। ‘ନ୍ୟୁଜ୍ ଫ୍ୟୁଜ୍‌’ ଆଙ୍କର କୁନା ତ୍ରିପାଠୀ ସମସ୍ତଙ୍କୁ ଫ୍ୟୁଜ୍ କରୁଥିବାର ଆପଣମାନେ ଦେଖିଛନ୍ତି। କିନ୍ତୁ ସିଏ ବି ଫ୍ୟୁଜ୍ ହୋଇଛନ୍ତି। ତାଙ୍କୁ ଫ୍ୟୁଜ୍ କରିଛନ୍ତି ରିପୋର୍ଟର ଭୂମିକା। ଭୂମିକା ଭଲ ନାଚି ପାରନ୍ତି ଓ ଭଲ ଅଭିନୟ କରିପାରନ୍ତି। ଏକଥା ସମସ୍ତେ ଜାଣିଥିଲେ। କିନ୍ତୁ ଏବେ ସେ ନ୍ୟୁଜ୍ ୧୧ରେ ରିପୋର୍ଟର ଭାବେ ନିଯୁକ୍ତି ପାଇଛନ୍ତି ଏବଂ ପ୍ରଥମ ଚାକିରିର ଆରମ୍ଭରୁ ହିଁ କୁନା ତ୍ରିପାଠୀଙ୍କୁ ଫ୍ୟୁଜ୍ କରିଦେଇ ଚର୍ଚ୍ଚାକୁ ଆସିଛନ୍ତି।

ନ୍ୟୁଜ୍ ୧୧ରେ ଆଙ୍କର ଭାବେ ତାଙ୍କୁ ନିଯୁକ୍ତି ଦେଇଛି ତରଙ୍ଗ ସିନେ ପ୍ରଡକସନ୍ସ।

ପ୍ରକୃତ କଥା ହେଲା ଦଶହରାରେ ମୁକ୍ତିଲାଭ କରିବାକୁ ଥିବା ତରଙ୍ଗର ନୂଆ ସିନେମା ‘ହିରୋ ନମ୍ୱର-୧’ରେ ଭୂମିକାଙ୍କୁ ମିଳିଛି ଏହି ଚରିତ୍ର। ଏଥିରେ ଜଣେ ବରିଷ୍ଠ ଓକିଲ ଭୂମିକାରେ ଅଭିନୟ କରୁଛନ୍ତି କୁନା ତ୍ରିପାଠୀ। ଯାହାଙ୍କ ପ୍ରଶ୍ନବାଣରେ କୌଣସି ଓକିଲ ତାଙ୍କ ସାମ୍ନାରେ ଦୁଇମିନିଟ୍ ଠିଆ ହୋଇପାରନ୍ତି ନାହିଁ। କିନ୍ତୁ ରିପୋର୍ଟର ଭୂମିକାଙ୍କ ପ୍ରଶ୍ନବାଣରେ ସେ ମୁହଁଖୋଲି ପାରୁନାହାନ୍ତି। ‘ତୁ ମୋ ଲଭ୍ ଷ୍ଟୋରୀ’ରୁ ନାୟିକା ସାଜିଥିବା ଭୂମିକା ଏଥିରେ ଚମତ୍କାର ଅଭିନୟ କରିଛନ୍ତି।

ଅଧିକ ଖବର- ଅଭିନୟ ଛାଡ଼ି ଟିଭି ରିପୋର୍ଟର ହେଲେ ଓଲିଉଡ୍ ନାୟିକା!

Related story