‘ଭୂମି’ର ସୁଟିଂ ଆରମ୍ଭ କଲେ ସଞ୍ଜୟ ଦତ୍ତ

ଆଗ୍ରା: ଜେଲରୁ ମୁକୁଳିବା ପରେ ସଞ୍ଜୟ ଦତ୍ତଙ୍କ ଅଭିନିତ ‘ଭୂମି’ ଫିଲ୍ମର ସୁଟିଂ ଉତ୍ତରପ୍ରଦେଶର ଆଗ୍ରାରେ ଆରମ୍ଭ ହୋଇଛି। ସାଥୀରେ ଅଛନ୍ତି ଅଭିନେତ୍ରୀ ଆଦିତି ରାୟ ହେଦ୍‌ରୀ। ଏଥିରେ ସଞ୍ଜୟଙ୍କ ଝିଅ ଭୂମିକାରେ ଆଦିତି ଅଭିନୟ କରୁଛନ୍ତି। ଏହା ଏକ ଭାବନାତ୍ମକ ଫିଲ୍ମ । ବାପ ଓ ଝିଅର ସମ୍ପର୍କକୁ ନେଇ ଫିଲ୍ମର କାହାଣୀ ଆଗକୁ ବଢିଛି। ଅଗଷ୍ଟ ୪ ତାରିଖରେ ‘ଭୂମି’ ରିଲିଜ ହେବ।

‘ଭୂମି’ର ନିର୍ଦ୍ଦେଶନା ଦେଉଛନ୍ତି ଉମଙ୍ଗ କୁମାର। ଏହା ପୂର୍ବରୁ ସେ ’ମେରିକମ୍‌’ର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ପ୍ରିୟଙ୍କା ଚୋପ୍ରା ମୁଖ୍ୟ ଭୁମିକାରେ ଅଭିନୟ କରିଥିଲେ।