ବିଗ୍ ବସ୍‌  ଡ୍ରାମା: ସଲମାନ୍‌ଙ୍କ ‘କୁକୁର’ ଆକ୍ଷେପ ସହି ପାରିଲେନି ପ୍ରତିଯୋଗୀ, ବିଷ ପିଇଲେ

ମୁମ୍ବାଇ: କଳହ, ଝଗଡ଼ା , ଆରୋପ-ପ୍ରତ୍ୟାରୋପକୁ ନେଇ ସବୁ ବେଳେ ଚହଳ ସୃଷ୍ଟି କରୁଥିବା ‘ବିଗ୍ ବସ୍‌ ସୋ’ ଏବେ ବିବାଦର ଚରମ ସୀମାରେ ପହଞ୍ଚିଛି। ଅନ୍ୟାୟ, ଅବିଚାର ଏବଂ ଷଡ଼ଯନ୍ତ୍ରରେ ଶିକାର ହୋଇ ଜଣେ ପ୍ରତିଯୋଗୀ ଆତ୍ମହତ୍ୟା ଉଦ୍ୟମ କରିବାକୁ ଚରମ ପଦକ୍ଷେପ ନେଇଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଜୁବାଇର ଖାନ୍‌ ନାମକ ଜଣେ ପ୍ରତିଯୋଗୀ ବିଷ ଖାଇଥିବା ଜଣାପଡ଼ିଛି । ବିଷ ଖାଇବା ପରେ ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏଥିପାଇଁ […]

Rakesh Mallick
  • Published: Monday, 09 October 2017
  • , Updated: 09 October 2017, 11:11 PM IST

ମୁମ୍ବାଇ: କଳହ, ଝଗଡ଼ା , ଆରୋପ-ପ୍ରତ୍ୟାରୋପକୁ ନେଇ ସବୁ ବେଳେ ଚହଳ ସୃଷ୍ଟି କରୁଥିବା ‘ବିଗ୍ ବସ୍‌ ସୋ’ ଏବେ ବିବାଦର ଚରମ ସୀମାରେ ପହଞ୍ଚିଛି। ଅନ୍ୟାୟ, ଅବିଚାର ଏବଂ ଷଡ଼ଯନ୍ତ୍ରରେ ଶିକାର ହୋଇ ଜଣେ ପ୍ରତିଯୋଗୀ ଆତ୍ମହତ୍ୟା ଉଦ୍ୟମ କରିବାକୁ ଚରମ ପଦକ୍ଷେପ ନେଇଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଜୁବାଇର ଖାନ୍‌ ନାମକ ଜଣେ ପ୍ରତିଯୋଗୀ ବିଷ ଖାଇଥିବା ଜଣାପଡ଼ିଛି । ବିଷ ଖାଇବା ପରେ ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ଏଥିପାଇଁ ସେ ସୋ’ର ନିର୍ଦ୍ଦେଶକ ସଲମାନ୍‌ ଖାନ୍‌କୁ ଦାୟୀ କରିଛନ୍ତି। ସଲମାନ୍‌ଙ୍କ ଅଶୋଭନୀୟ ବ୍ୟବହାର ଏବଂ ପାତରଅନ୍ତର ନୀତିରେ ଅତିଷ୍ଟ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଖାଲି ସେତିକି ନୁହଁ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ସଲମାନ୍‌ଙ୍କ ବିରୋଧରେ ସେ ମାମଲା ମଧ୍ୟ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ କାର୍ଯ୍ୟକ୍ରମର ଗ୍ରାଣ୍ଡପ୍ରିମିୟମ ସୋ’ରେ ପ୍ରତିଯୋଗୀଙ୍କ ମଧ୍ୟରେ ହୋଇଥିବା କଳି ଝଗଡ଼ା ଶେଷରେ ବିସ୍ଫୋରକ ପରିସ୍ଥିତିର ରୂପ ନେଇଥିଲା। ଫଳରେ ଜୁବାଇର ଅଧିକ ନିଦ ବଟିକା ଖାଇଥିବା ଜଣାପଡ଼ିଛି। ଗତ ସପ୍ତାହରେ ସଲମାନ୍‌ଙ୍କ ଆକ୍ରୋଶର ସବୁଠୁ ଅଧିକ ଶିକାର ହୋଇଥିଲେ ଜୁବାଇର। ସେହିପରି ଜୁବାଇର ଦେଇଥିବା ଅଭିଯୋଗପତ୍ରରେ ସଲମାନ୍‌ ତାଙ୍କୁ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର କରିଥିବା ଦର୍ଶା‌ଇଛନ୍ତି। ସୋ’ରୁ ଗେଟ୍‌ ଆଉଟ୍‌ ହୋଇଯାଅ। ମୁଁ ତୁମକୁ କୁକୁର ବନେଇବି । ତୁମ କ୍ୟାରିୟରକୁ ନଷ୍ଟ କରିଦେବି। ଇଣ୍ଡଷ୍ଟ୍ରିରେ ରଖାଇ ଦେବି ନାହିଁ ବୋଲି ସଲମାନ୍‌ ଗାଳିଗୁଲଜ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଯାହା ତାଙ୍କୁ ମାନସିକ ଭାବେ ମର୍ମାହତ କରିଥିଲା।

Related story