ଗରିବ ବ୍ୟକ୍ତିଙ୍କୁ ବିନା କାରଣରେ ପିଟିଲେ ବିଗବସ୍ ଫେମ୍ ସିଦ୍ଧାର୍ଥ

ମୁମ୍ବାଇ: ପୁଣି ଥରେ ଚର୍ଚ୍ଚାରେ ଅଭିନେତା ତଥା ବିଗବସ୍-୧୩ ଫେମ ସିଦ୍ଧାର୍ଥ ଶକ୍ଲା। ତେବେ ସେ ଏଥର କୌଣସି ମ୍ୟୁଜିକ ଭିଡିଓ କିମ୍ବା ଫିଲ୍ମକୁ ନେଇ ନୁହେଁ, ଜଣେ ଗରିବ ଲୋକଙ୍କ ଉପରେ ରାଗ ସୁଝାଇ ଚର୍ଚ୍ଚାକୁ ଆସିଛନ୍ତି । ସେ ଜଣେ ଗରିବ ବ୍ୟକ୍ତିଙ୍କୁ ମାଡି ମାରିଥିବା ଅଭିଯୋଗ ହୋଇଛି । ତାଙ୍କର ଏକ ଭିଡିଓ ସୋଶାଲ ମିଡଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ସିଦ୍ଧାର୍ଥ ମଦ ପିଇ ଗାଡି […]

shirdhath-sukla

shirdhath-sukla

Madhupriya Mistry
  • Published: Sunday, 13 December 2020
  • Updated: 13 December 2020, 01:47 PM IST

Sports

Latest News

ମୁମ୍ବାଇ: ପୁଣି ଥରେ ଚର୍ଚ୍ଚାରେ ଅଭିନେତା ତଥା ବିଗବସ୍-୧୩ ଫେମ ସିଦ୍ଧାର୍ଥ ଶକ୍ଲା। ତେବେ ସେ ଏଥର କୌଣସି ମ୍ୟୁଜିକ ଭିଡିଓ କିମ୍ବା ଫିଲ୍ମକୁ ନେଇ ନୁହେଁ, ଜଣେ ଗରିବ ଲୋକଙ୍କ ଉପରେ ରାଗ ସୁଝାଇ ଚର୍ଚ୍ଚାକୁ ଆସିଛନ୍ତି । ସେ ଜଣେ ଗରିବ ବ୍ୟକ୍ତିଙ୍କୁ ମାଡି ମାରିଥିବା ଅଭିଯୋଗ ହୋଇଛି । ତାଙ୍କର ଏକ ଭିଡିଓ ସୋଶାଲ ମିଡଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ସିଦ୍ଧାର୍ଥ ମଦ ପିଇ ଗାଡି ଚଳାଇବା ସହ ଜେଣ ଗରି‍ବ ବ୍ୟକ୍ତିଙ୍କୁ ବିନା କାରଣରେ ମାଡ ମାରିଛନ୍ତି । ଏଥିସହ ଭିଡିଓ ରକର୍ଡ କରୁଥିବା ବ୍ୟକ୍ତିଙ୍କ ଠାରୁ ସିଦ୍ଧାର୍ଥ କ୍ୟାମରା ଛଡାଇବାକୁ ଚେଷ୍ଟା ମଧ୍ୟ କରୁଛନ୍ତି । ଅଭିଯୋଗ ଆସିବା ପରେ ଏହାର ଉତ୍ତରରେ ସିଦ୍ଧାର୍ଥ କହିଛନ୍ତି, ପ୍ରଥମ ବ୍ୟକ୍ତି ଜଣକ ତାଙ୍କୁ ଛୁରୀ ଦେଖଇଥିଲା। ଏ ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି ।


ସୂଚନା ମୁତାବକ ଏହି ଭିଡିଓ ସିଦ୍ଧାର୍ଥ ଶୁକ୍ଳାଙ୍କ ମିଡନାଇଟ୍ ବାର୍ଥଡେ ପାର୍ଟି ପରର। ଏହା ଅସଲି କି ନକଲି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ସହିତ ଏହି ମାମଲାରେ ଏବେ ସୁଦ୍ଧା ସିଦ୍ଧାର୍ଥ ଶୁକ୍ଳାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ସେପଟେ ଏହି ଭାଇରାଲ ଭିଡିଓ ଆଧାରରେ ସିଦ୍ଧାର୍ଥ ମଦ ପିଇ ଗାଡି ଚଳାଇବା ସହ ଗରିବ ଲୋକଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି ।

 

View this post on Instagram

 

A post shared by Shehnaaz Gill (@shehnaazgill)


ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଳା ନିକଟରେ ନିଜର ୪୦ତମ ଜନ୍ମଦିନ ପାଳନ କରିଛନ୍ତି। ବିଗବସ୍ ଜିତିବା ପରଠୁ ସିଦ୍ଧାର୍ଥଙ୍କ ଲୋକପ୍ରିୟତା ଢ଼େର ବଢ଼ିଯାଇଛି। ପ୍ରତିଦିନ ଶେହନାଜ ଗିଲ ଏବଂ ସିଦ୍ଧାର୍ଥଙ୍କୁ ନେଇ ଚର୍ଚ୍ଚା ମଧ୍ୟ ହେଉଛି । ଚଳିତ ବର୍ଷ ସିଦ୍ଧାର୍ଥ ଶୁକ୍ଳା ନିଜ ଜନ୍ମଦିନ ଶେହନାଜ ଗିଲ ଏବଂ ନିଜର କିଛି ଘନିଷ୍ଠ ବନ୍ଧୁଙ୍କ ସହ ସେଲିବ୍ରେଟ୍ କରିଛନ୍ତି। ସୋସିଆଲ୍ ମିଡିଆରେ ସିଦ୍ଧାର୍ଥଙ୍କ ଜନ୍ମଦିନର କେତେକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos