ନିଜ ଜୀବନରୁ ସ୍ତ୍ରୀପିଲାକୁ ସେ କାହିଁକି ଦୂରେଇ ଦେଇଥିଲେ। ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ ଏବଂ ଅମିଶା ପଟେଲଙ୍କ ସହ କ’ଣ ଥିଲା ସମ୍ପର୍କ। କାହିଁକି ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏମିତି ଅନେକ କିଛି ପ୍ରଶ୍ନର ଉତ୍ତର ରଖିଛନ୍ତି ବିକ୍ରମ ଭଟ୍ଟ। ବଲିଉଡ୍ର ଚର୍ଚ୍ଚିତ ନିର୍ଦ୍ଦେଶକ ତଥା ପ୍ରଯୋଜକ ବିକ୍ରମ ଭଟ୍ଟ ନିଜ ଜୀବନର ବ୍ୟକ୍ତିଗତ ସମ୍ପର୍କକୁ ନିକଟରେ ଏକ ମାଗାଜିନ୍କୁ କହିଛନ୍ତି। କହୁ କହୁ ସେ ଅନେକ ଅକୁହା କଥା କହିଥିଲେ । ଜୀବନର ହଜିଲା ସ୍କୁତିକୁ ମନେପକାଇ ଭାବବିହୂଳ ହୋପଡ଼ିଥିଲେ। ଆଉ ଅତୀତର ଭୁଲ ପାଇଁ ଅନୁତାପ ମଧ୍ୟ କରିଥିଲେ। ବିକ୍ରମ ଭଟ୍ଟ କହିଛନ୍ତି ଯେ, ସୁସ୍ମିତା ସେନ ଓ ଅମିଶା ପଟେଲ ଦୁଇ ଜଣ ତାଙ୍କର ଭଲ ବନ୍ଧୁ ଥିଲେ। ସେମାନଙ୍କ ସହ ଆଉ କିଛି ସମ୍ପର୍କ ନ ଥିଲା। ସେ ନିର୍ମାଣ କରିଥିବା ସୁପର ହିଟ୍ ଫିଲ୍ମ “ଗୁଲାମ”ର ରିଲିଜ୍ ପୂର୍ବରୁ ବିକ୍ରମ ନିଜ ପତ୍ନୀ ଆଦିତିଙ୍କ ହାତ ଛାଡ଼ିଦେଇଥିଲେ। ପତ୍ନୀ ଆଦିତିଙ୍କୁଛାଡ଼ପତ୍ର ଦେବା ସହ ନିଜ ଛୋଟ ଝିଅଠାରୁ ଠାରୁ ମଧ୍ୟ ଅଲଗା ରହିଥିଲେ ବିକ୍ରମ। ସେତେବେଳେ ବିକ୍ରମଙ୍କ ଜୀବନରେ ଅଭିନେତ୍ରୀ ସୁସ୍ମିତା ସେନ୍ ଆସିବାରୁ ବୈବାହାକ ଜୀବନ ବିଚ୍ଛେଦ ହୋଇଥିଲା ବୋଲି ଚର୍ଚ୍ଚା ହୋଇଥିଲା।
କିନ୍ତୁ ପରବର୍ତ୍ତୀ ସମୟରେ ସୁସ୍ମିତାଙ୍କ ସହ ମଧ୍ୟ ବିବାହ ହୋଇପାରି ନ ଥିଲା। ଯାହା ତାଙ୍କୁ ମାନସିକସ୍ତରରେ ଖୁବ୍ ଆଘାତ ଦେଇଥିଲା। ଏହି କାରଣରୁ ବିକ୍ରମ ନିଜ ବାଲକୋନୀର ୬ ତାଲା ଉପରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଆଲୋଚନା ହୋଇଥିଲା । ହେଲେ ଏଭଳି ଆଲୋଚନକାକୁ ବିକ୍ରମ ଖଣ୍ଡନ କରିଥିଲେ। କହିଥିଲେ ସୁସ୍ମିତାଙ୍କ ସହ ସମ୍ପର୍କ ଫାଟ ହେବାରୁ ଆତ୍ମହତ୍ୟ ଉଦ୍ୟମ କରି ନ ଥିଲେ। ଜୀବନରେ ସେ ଏମିତି ଅନେକ ଭୁଲ କରିଥିବାରୁ ମର୍ମାହତ ହୋଇ ସେ ଏଭଳି ଏକ ଚରମ ପଦକ୍ଷେପକୁ ଆପଣାଣଥିଲେ ବୋଲି କହିଛନ୍ତି। ତାଙ୍କ ଜୀବନର ବରବାଦୀର କାରଣ ଆଉ କେହି ନୁହେଁ ବରଂ ସେ ନିଜେ ବୋଲି କହିଛନ୍ତି। ପତ୍ନୀକୁ ଛାଡ଼ପତ୍ର ଦେଇ ଜୀବନରେ ସେ ମସ୍ତବଡ଼ ଭୁଲ କରିଛନ୍ତି । ଏଥିପାଇଁ ସେ ପଶ୍ଚାତାପ କରୁଛନ୍ତି ବୋଲି କହିଛନ୍ତି। ସୂଚନା ଅନୁଯାୟୀ ୯୦ ଦଶକରେ ବିକ୍ରମ ଭଟ୍ଟଙ୍କ ସହ ସୁସ୍ମିତା ସେନ ଏବଂ ଅମିଶା ପଟେଲଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ଥିବା ଚର୍ଚ୍ଚା ହୋଇଥିଲା । ଏହି କାରଣରୁ ତାଙ୍କ ବୈବାହିକ ଜୀବନରେ ସବୁଦିନ ପାଇଁ ସମ୍ପର୍କର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ବୋଲି ଚର୍ଚ୍ଚା ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।