ଫ୍ଲପ୍‌ ହିରୋଙ୍କ କୋଟିପତି ପତ୍ନୀ

ମୁମ୍ବାଇ: ସଫଳତା, ଅସଫଳତା ମଣିଷ ଜୀବନର ଏକ ଅଂଶ। ଏଥିରୁ ବଲିଉଡ୍‌ ସେଲିବ୍ରିଟି ବା କେମିତି ବାଦ ପଡ଼ିବେ। ସେମାନେ ବି ଏହି ଧାରା ଦେଇ ଗତି କରନ୍ତି। କେତେବେଳେ କିଏ ହିଟ୍‌ ହୋଇଥାଏ ତ ଆଉ କେତେବେଳେ କିଏ ଫ୍ଲପ୍। କିନ୍ତୁ ବଲିଉଡ୍‌ରେ ଏମିତି ଅଭିନେତା ଅଛନ୍ତି, ଯାହାଙ୍କର ଫିଲ୍ମ କ୍ୟାରିୟର ସେତେଟା ଭଲ ନାହିଁ। ହେଲେ ତାଙ୍କ ପତ୍ନୀ କୋଟି କୋଟି ଟଙ୍କାର ମାଲିକିଆଣୀ। ସେମିତି କିଛି ଅଭିନେତାଙ୍କ ମଧ୍ୟରୁ ଆମେ ଆଜି କହୁଛୁ ବବି ଦେଓଲଙ୍କ ବିଷୟରେ।

ବବି ଦେଓଲ ଜଣେ ପ୍ରତିଷ୍ଠିତ ପରିବାରରୁ ଆସିଛନ୍ତି। ବାପା ଧର୍ମେନ୍ଦ୍ର ବଲିଉଡ୍‌ର ଜଣେ ସୁପରଷ୍ଟାର ଓ ଭାଇ ସନି ଦେୱଲ ବି ଜଣେ ଦକ୍ଷ ଜଣେ ଅଭିନେତା। ତାଙ୍କ ପଥରେ ଅନୁପ୍ରାଣିତ ହୋଇ ବବି ମଧ୍ୟ ଅଭିନୟ ଆଡୁକୁ ମୁହାଁଇଥିଲେ। ୧୯୯୫ରେ ଫିଲ୍ମ ‘ବରସାତ’ରେ ଡେବ୍ୟୁ କରିଥିଲେ। ଅନେକ ହିଟ୍‌ ଫିଲ୍ମ ଦେଇ ଥିଲେ ବି ଅଧିକ ଦିନ ପର୍ଯ୍ୟନ୍ତ ସେ ଇଣ୍ଡଷ୍ଟ୍ରିରେ ତିଷ୍ଟି ପାରି ନଥିଲେ। ଧିରେ ଧିରେ ତାଙ୍କୁ କାମ ମିଳିବା ବନ୍ଦ ହୋଇଗଲା ତାଙ୍କ ପାଖରେ ଟଙ୍କାର  ଅଭାବ ଦେଖା ଗଲା। କାମ ନମିଳିବା କାରଣରୁ ସେ ଡିପ୍ରେସନ୍‌ରେ ଚାଲିଯାଇ ମଦ ପିଇବା ମଧ୍ୟ ଆରମ୍ଭ କରିଦେଲେ। ଏସବୁ ତାଙ୍କ ପର୍ସନାଲ ଲାଇଫ୍‌ ଉପରେ ମଧ୍ୟ ପ୍ରଭାବ ପକାଉ ଥିଲା।

ଏମିତିରେ ତାଙ୍କ ପତ୍ନୀ ତାନ୍ୟା ତାଙ୍କ ସାଥ୍‌ ଦେଇଥିଲେ। ସେ କାମ କରି ନିଜ ପିଲା ଓ ସ୍ୱାମୀଙ୍କୁ ସମ୍ଭାଳି ଥିଲେ। ତାନ୍ୟା ଇଣ୍ଟେରିଅର ଡିଜାଇନର କୋର୍ସ କରିଥିଲେ। ଏମିତିରେ ତାଙ୍କୁ କାମ ମିଳିବା ଖୁବ୍‌ ସହଜ ଥିଲା। କିଛି ଦିନପରେ ସେ ‘ଦ ଗୁଡ୍‌ ଅର୍ଥ’ ନାମକ ଫର୍ଣ୍ଣିଚର ଓ ହୋମ୍‌ ଡେକୋରେଟର ଷ୍ଟୋର ଖୋଲିଥିଲେ। ତାଙ୍କ ଷ୍ଟୋରର  ଖୁବ୍‌ ନାଁ। ଏଥିରୁ ତନ୍ୟା ଖୁବ୍‌ କମାନ୍ତି। ସେ ଏବେ କୋଟି କୋଟି ଟଙ୍କାର ମାଲିକିଆଣି।