ପର୍ତ୍ତୃଗାଲର ପର୍ବତ ଶିଖରରେ ବାଇକ୍‌ ରେସ୍‌, ମୁହାଁମୁହିଁ ହେବେ ୨ ସୁପରଷ୍ଟାର

ମୁମ୍ବାଇ: ପର୍ବତ ଶିଖରରେ ସୁପର ବାଇକ୍‌ ରେସ୍‌।  ପର୍ବତ ପୁଣି ଛୋଟମୋଟ ନୁହେଁ, ପର୍ତ୍ତୃଗାଲର ସୁଉଚ୍ଚ ପର୍ବତ ‘ ସେରା ଦ ଏଷ୍ଟ୍ରେଲା’ । ଏହି ରେସ୍‌ରେ ମୁହାଁମୁହିଁ ହେଉଛନ୍ତି ବଲିଉଡର ୨  ଆକ୍ସନ ହିରୋ ହ୍ରିତିକ୍‌ ରୋଶନ ଓ ଟାଇଗର ସ୍ରଫ୍‌ । ଏପରି ସିନ୍‌ ଦର୍ଶକଙ୍କୁ ହଲ୍‌ରେ ସିଟ୍‌ ଜାବୁଡ଼ି ଧରିବାକୁ ବାଧ୍ୟ କରିବ। ପର୍ବତ ଶିଖରରେ ବାଇକ୍‌ ରେସ୍‌ର ଏପରି ଦୃଶ୍ୟ ବଲିଉଡ ଇଣ୍ଡଷ୍ଟ୍ରି ଲାଗି ପ୍ରଥମ ହେବ । ଏପରି ସିନ୍‌ […]

bike-1..

bike-1..

Niharika Rout
  • Published: Tuesday, 23 July 2019
  • Updated: 23 July 2019, 01:43 PM IST

ମୁମ୍ବାଇ: ପର୍ବତ ଶିଖରରେ ସୁପର ବାଇକ୍‌ ରେସ୍‌।  ପର୍ବତ ପୁଣି ଛୋଟମୋଟ ନୁହେଁ, ପର୍ତ୍ତୃଗାଲର ସୁଉଚ୍ଚ ପର୍ବତ ‘ ସେରା ଦ ଏଷ୍ଟ୍ରେଲା’ । ଏହି ରେସ୍‌ରେ ମୁହାଁମୁହିଁ ହେଉଛନ୍ତି ବଲିଉଡର ୨  ଆକ୍ସନ ହିରୋ ହ୍ରିତିକ୍‌ ରୋଶନ ଓ ଟାଇଗର ସ୍ରଫ୍‌ । ଏପରି ସିନ୍‌ ଦର୍ଶକଙ୍କୁ ହଲ୍‌ରେ ସିଟ୍‌ ଜାବୁଡ଼ି ଧରିବାକୁ ବାଧ୍ୟ କରିବ।

ପର୍ବତ ଶିଖରରେ ବାଇକ୍‌ ରେସ୍‌ର ଏପରି ଦୃଶ୍ୟ ବଲିଉଡ ଇଣ୍ଡଷ୍ଟ୍ରି ଲାଗି ପ୍ରଥମ ହେବ । ଏପରି ସିନ୍‌ ରହିଛି ୟଶରାଜ ବ୍ୟାନରରେ ନିର୍ମିତ ଆକ୍ସନ ଥ୍ରୀଲର ଫିଲ୍ମ ‘ୱାର୍‌’ରେ ରହିଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା।

ଦୁନିଆର ୪ ସର୍ବଶ୍ରେଷ୍ଠ ଆକ୍ସନ ଡାଇରେକ୍ଟର ଏହାର ଭାର ସମ୍ଭାଳିଛନ୍ତି।  ‘ୱାର୍‌’ ଏପରି ପ୍ରଥମ ବଲିଉଡ ଫିଲ୍ମ ଯାହାର ଶୁଟିଂ ଏତେ ଉଚ୍ଚରେ ହେଉଛି। ଏହାବ୍ୟତୀତ ଦୁନିଆର ଭିନ୍ନ ଭିନ୍ନ ଦେଶର ୧୫ଟି ସହରରେ ମଧ୍ୟ  ଫିଲ୍ମର ଶୁଟିଂ ହୋଇଛି।

ଏହି ଫିଲ୍ମରେ  ହ୍ରିତିକ୍‌  ଓ ଟାଇଗରଙ୍କ ମଧ୍ୟରେ କିପରି ଜବରଦସ୍ତ  ଆକ୍ସନ ସିନ୍‌ ଥିବ,  ତାହା ଏହାର ଟିଜରରୁ ହିଁ ଜଣାପଡି ଯାଉଛି।

ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ କହିଛନ୍ତି, ‘ୱାର’   ଫିଲ୍ମ ହଲିଉଡ ଫିଲ୍ମକୁ ମଧ୍ୟ ଟକ୍କର ଦେବ। ଫିଲ୍ମ ଆରମ୍ଭରୁ ଉଭୟ ହିରୋ ମୁହାଁମୁହିଁ ହେବା ସହ ସୁପର ବାଇକ୍‌ ଡ୍ରାଇଭ୍‌ କରୁଛନ୍ତି।  ଯାହାକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଏବେଠୁ କ୍ରେଜ୍‌ ବଢିଗଲାଣି।

ସୁପର-ଫାଷ୍ଟ ବାଇକ୍‌ ଚଳାଇବା ଲାଗି ଉଭୟ ହିରୋ ଆବଶ୍ୟକ ଟ୍ରେନିଂ ନେଇଛନ୍ତି। ଏଥିରେ ହ୍ରିତିକଙ୍କ ଅପୋଜିଟରେ ଅଛନ୍ତି ବାଣି କପୁର। ଏହି ଫିଲ୍ମ ଅକ୍ଟୋବର ୨ ତାରିଖରେ ଗାନ୍ଧି ଜୟନ୍ତୀ ଅବସରରେ ହିନ୍ଦି, ତାମିଲ ଓ ତେଲଗୁରେ ରିଲିଜ ହେବ।

https://www.youtube.com/watch?time_continue=2&v=XkHV7ROmIVA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos