ମନ ବଲିଉଡରେ ଘର ବିଦେଶରେ: ଜାଣନ୍ତୁ ହିନ୍ଦୀ ସିନେ ଜଗତର କଳାକାରଙ୍କ ଠିକଣା

ମୁମ୍ବାଇ: ବଲିଉଡର ବହୁ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଅଭିନୟର ଯାଦୁରେ ଭାରତୀୟଙ୍କ ହୃଦୟରେ ରାଜ କରୁଛନ୍ତି। ବଲିଉଡରେ ପ୍ରତିଷ୍ଠା ଲାଭ କରିଥିବା ଏହି କଳାକାରମାନେ ଭାରତର ନାଗରିକ ବୋଲି ପ୍ରାୟ ସମସ୍ତଙ୍କର ଧାରଣା ରହିଛି। ହେଲେ ଏପରି କିଛି ପ୍ରତିଷ୍ଠିତ କଳାକାର ଅଛନ୍ତି ଯେଉଁମାନେ ଏଠାରେ ନାଁ କମାଇଛନ୍ତି, ହେଲେ ଏମାନେ ଭାରତର ନାଗରିକ ନୁହଁନ୍ତି। ଯେପରି ଅକ୍ଷୟ କୁମାର ଏବଂ ଦୀପିକା ପାଦୁକୋନ। ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ହେଲେ ଏ କଥା […]

akhaya

Rakesh Mallick
  • Published: Wednesday, 09 August 2017
  • , Updated: 09 August 2017, 09:58 PM IST

ମୁମ୍ବାଇ: ବଲିଉଡର ବହୁ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଅଭିନୟର ଯାଦୁରେ ଭାରତୀୟଙ୍କ ହୃଦୟରେ ରାଜ କରୁଛନ୍ତି। ବଲିଉଡରେ ପ୍ରତିଷ୍ଠା ଲାଭ କରିଥିବା ଏହି କଳାକାରମାନେ ଭାରତର ନାଗରିକ ବୋଲି ପ୍ରାୟ ସମସ୍ତଙ୍କର ଧାରଣା ରହିଛି। ହେଲେ ଏପରି କିଛି ପ୍ରତିଷ୍ଠିତ କଳାକାର ଅଛନ୍ତି ଯେଉଁମାନେ ଏଠାରେ ନାଁ କମାଇଛନ୍ତି, ହେଲେ ଏମାନେ ଭାରତର ନାଗରିକ ନୁହଁନ୍ତି। ଯେପରି ଅକ୍ଷୟ କୁମାର ଏବଂ ଦୀପିକା ପାଦୁକୋନ। ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ହେଲେ ଏ କଥା ସତ। ଆସନ୍ତୁ ଜାଣିବା ଏପରି କିଛି କଳାକାରଙ୍କ ସମ୍ପର୍କରେ ଯେଉଁମାନେ ଭାରତରେ ଥାଇ ବି ଭାରତୀୟ ନୁହନ୍ତି।
ଦୀପିକା ପାଦୁକୋନ: ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ ହେଉଛନ୍ତି ଦୀପିକା। କୁହାଯାଏ ଯେଉଁ ଫିଲ୍ମରେ ଦୀପିକା ଟିକେ ଝଲକ ଦେଖାଇ ଦିଅନ୍ତି ସେ ଫିଲ୍ମର ରୋଜଗାର ୧୦୦ କୋଟି ଟପି ଯାଇଥାଏ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ବେଙ୍ଗାଲୁରୁରେ ବଡ ହୋଇଥିବା ଦୀପିକା ଡେନମାର୍କର ବାସିନ୍ଦା। ସେ ସେଠାରେ ଜନ୍ମ ହୋଇଥିବା ବେଳେ ତାଙ୍କ ପାଖରେ ଡେନମାର୍କର ପାସପୋର୍ଟ ରହିଛି।

ଅକ୍ଷୟ କୁମାର: ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ବହୁ ଦେଶଭକ୍ତି ଚରିତ୍ରରେ ଦେଖିବାକୁ ମିଳିଥାଏ। ଭାରତୀୟ ଯବାନଙ୍କୁ ଉତ୍ସାହିତ କରିବାରେ ଅକ୍ଷୟ ସବୁଠାରୁ ଆଗରେ। ଭାରତ ପ୍ରତି ଏତେ ଭଲ ପାଇବା ସତ୍ତ୍ୱେ ସେ ଏ ଦେଶର ନାଗରିକ ନୁହଁନ୍ତି। ପଞ୍ଜାବର ଅମୃତସରରେ ଜନ୍ମ ହୋଇ ଦିଲ୍ଲୀରେ ବଡ଼ ହୋଇଥିବା ଅକ୍ଷୟଙ୍କ ପାଖରେ ରହିଛି କାନାଡା ପାସପୋର୍ଟ। ସେ କାନାଡାର ନାଗରିକତା ଗ୍ରହଣ କରିଛନ୍ତି। ସେଥିପାଇଁ ତାଙ୍କୁ କେବେ ବି ଭାରତରେ ଭୋଟ ଦେବାର କେହି ଦେଖିନାହାନ୍ତି।
ଆଲିୟା ଭଟ୍ଟ: ବଲିଉଡ କ୍ୟୁଟ୍ ଆଣ୍ଡ ଚୁଲବୁଲି ନାୟିକା ଅଲିୟା ଭଟ୍ଟ। ଆଲିଆଙ୍କ ଫାଖରେ ରହିଛି ବ୍ରିଟିସ୍ ପାସପୋର୍ଟ। ଆଲିୟାଙ୍କ ମାଆ ସୋନା ରାଜଦାନ ବ୍ରିଟିଶ ନାଗରିକ। ତେଣୁ ତାଙ୍କୁ ବ୍ରିଟେନ୍‌ର ନାଗରିକତା ମିଳିଛି।
କ୍ୟାଟ୍ରିନା କୈଫ୍: ବଲିଉଡରେ ରାଜ କରୁଥିବା ଆଉ ଜଣେ ଅଭିନେତ୍ରୀ ହେଲେ କ୍ୟଟ୍ରିନା କୈଫ। କାଟ୍ରିନାଙ୍କ ଜନ୍ମ ହଂକଂରେ। ହେଲେ ତାଙ୍କ ମାଆ ବ୍ରିଟିଶ ନାଗରିକ ହୋଇଥିବାରୁ, ତାଙ୍କୁ ନାଗରକିତ୍ୱ ମିଳିଛି।
ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍: ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍। ୨୦୦୬ ମସିହାରେ ମିସ୍ ୟୁନିଭର୍ସ ଶ୍ରୀଲଙ୍କା ହୋଇଥିବା ଜ୍ୟାକଲିନ୍‌ଙ୍କ ଜନ୍ମ ବାହାରିନ୍‌ରେ। ହେଲେ ସେ ଶ୍ରୀଲଙ୍କାର ନାଗରିକ।
ଇମ୍ରାନ୍ ଖାନ୍: ମିଷ୍ଟର ପରଫେକ୍ଟ ଅମୀର ଖାନଙ୍କ ଭଣଜା ଇମ୍ରାନ୍‌ ବଲିଉଡରେ ବେଶ ନାଁ କମାଇଛନ୍ତି। ହେଲେ ଆମେରିକାରେ ଜନ୍ମିତ ଇମରାନ୍‌ଙ୍କ ପାଖରେ ରହିଛି ସେ ଦେଶର ନାଗରିକତ୍ୱ।
ନର୍ଗିସ୍ ଫକ୍ରୀ: ନର୍ଗିସ୍ ଫକରୀଙ୍କ ପାଖରେ ରହିଛି ଆମେରିକାର ନାଗରିକତା ରହିଛି। ବଲିଉଡକୁ ଆସିବା ପୂର୍ବରୁ ନର୍ଗିସ୍ ଆମେରିକାର ଜଣେ ଟପ୍‌ ମଡେଲ ଥିଲେ।
ଏଭଲିନ୍ ଶର୍ମା: ‘ଏ ଜୱାନୀ ହୈ ଦୀୱାନୀ’ ଫେମ୍ ଏଭଲିନ୍ ଶର୍ମାଙ୍କ ଜନ୍ମ ଜର୍ମାନୀର ଫ୍ର।ଙ୍କପାର୍ଟରେ। ଏଭଲିନ୍‌ଙ୍କ ପାଖରେ ବର୍ତ୍ତମାନ ଜର୍ମାନୀର ପାସପୋର୍ଟ ରହିଛି।
ଆମି ଜ୍ୟାକସନ୍: ବ୍ରିଟେନରେ ଜନ୍ମ ହୋଇଛନ୍ତି ଏହି ସୁନ୍ଦରୀ। ବଲିଉଡରେ ଅନେକ ଷ୍ଟାରଙ୍କ ସହ ବିଗ୍‌ ବଡେଟ୍ ଫିଲ୍ମରେ କମା କରି ସାରିଲେଣି। ଏବେ ଆଗକୁ ଫିଲ୍ମ ‘ଟୁ ପଏଣ୍ଟ ଜିରୋ’ରେ ଆମିଙ୍କୁ ଦେଖିବାକୁ ପାଇବେ ଦର୍ଶକ।

Related story