ପିଲା ବେଳେ ଦୁଇ ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଶବାନା ଆଜମୀ

ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀଙ୍କୁ କିଏ ଅବା ନଜାଣେ। ନିଜର ଅଭିନୟ ପାଇଁ ବଲିଉଡ୍‌ରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି। ଅଭିନୟ ପାଇଁ ସେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ବି ପାଇଛନ୍ତି। ପ୍ରଥମ ଫିଲ୍ମ ‘ଅଙ୍କୁର’ ପରେ ୧୯୮୩ରୁ ୧୯୮୫ ମସିହା ପର୍ଯ୍ୟନ୍ତ ଲଗାତାର ତିନି ବର୍ଷ ଧରି ସେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଥିଲେ। ‘ଅଙ୍କୁର’ ପାଇଁ ମଧ୍ୟ ସେ ଏହି ପୁରସ୍କାର ପାଇଥିଲେ। ସେ ମୋଟ ୫ […]

shabana

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 08:47 AM IST

ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀଙ୍କୁ କିଏ ଅବା ନଜାଣେ। ନିଜର ଅଭିନୟ ପାଇଁ ବଲିଉଡ୍‌ରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି। ଅଭିନୟ ପାଇଁ ସେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ବି ପାଇଛନ୍ତି। ପ୍ରଥମ ଫିଲ୍ମ ‘ଅଙ୍କୁର’ ପରେ ୧୯୮୩ରୁ ୧୯୮୫ ମସିହା ପର୍ଯ୍ୟନ୍ତ ଲଗାତାର ତିନି ବର୍ଷ ଧରି ସେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଥିଲେ। ‘ଅଙ୍କୁର’ ପାଇଁ ମଧ୍ୟ ସେ ଏହି ପୁରସ୍କାର ପାଇଥିଲେ। ସେ ମୋଟ ୫ ଥର ଏହି ପୁରସ୍କାର ପାଛନ୍ତି। ତା’ଛଡ଼ା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ତିନି ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି ଶବାନା। ତା’ଛଡ଼ା ସେ ଆହୁରି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି। କିନ୍ତୁ ଜାଣିଛନ୍ତି ତାଙ୍କ ଭଳି ଜଣେ ମହାନ ଅଭିନେତ୍ରୀ ସ୍କୁଲ୍‌ରେ ପଢ଼ିବା ବେଳେ ଦୁଇ ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ଶବାନାଙ୍କ ଜୀବନର ଏହି ରହସ୍ୟର ଖୁଲାସା ତାଙ୍କ ମା’ ଶୌକତ ଆଜମୀଙ୍କ ଆତ୍ମଜୀବନୀ ‘କୈଫ୍ ଆଣ୍ଡ ଆଇ ମେମୋୟର’ରେ ହୋଇଛି।

ଶୌକତ ଆଜମୀ ମଧ୍ୟ ଜଣେ ଅଭିନେତ୍ରୀ ଥିଲେ। ସେ ‘ଉମରାଓ ଜାନ’ ଓ ‘ସଲାମ୍ ବମ୍ବେ’ ପରି ଫିଲ୍ମରେ କାମ କରିଛନ୍ତି। ଶୌକତ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି,‘‘ଶବାନାଙ୍କୁ ସବୁବେଳେ ଲାଗୁଥିଲା ଯେ ମୁଁ ତାଙ୍କଠୁ ତାଙ୍କ ଭାଇକୁ ବେଶି ଭଲପାଏ। ଥରେ ମୋ ପୁଅ ବାବା ସ୍କୁଲ୍‌ ପାଇଁ ଲେଟ୍ ହୋଇଯାଇଥିଲା। ଏଣୁ ମୁଁ ଶବାନାର ଟୋଷ୍ଟ୍ ତାକୁ ଦେଇ ଦେଲି। ଏହା ପରେ ଶବାନା ବାଥ୍‌ରୁମ୍‌କୁ ପଳାଇ ଯାଇଥିଲା। ଏପରିକି ସ୍କୁଲ୍‌ରେ ସାଙ୍ଗମାନଙ୍କୁ କହିଥିଲା ଯେ ମୁଁ ତାକୁ ଭଲ ପାଏନି। ସେ ରାଗରେ ସ୍କୁଲ୍‌ରେ କପର ସଲ୍‌ଫେଟ୍‌ ଖାଇ ଦେଇଥିଲା।”

ଶୌକତ ଆହୁରି ଲେଖିଛନ୍ତି ଯେ ଥରେ ସେ ରାଗି ଯାଇ ଶବାନାଙ୍କୁ ଘରୁ ବାହାରି ଯିବାକୁ କହିଥିଲେ। ଆଉ ଶବାନା ରାଗି ଯାଇ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ଜଣେ ଚୌକିଦାର ଠିକ୍ ସମୟରେ ପହଞ୍ଚି ତାକୁ ବଞ୍ଚାଇଥିଲେ।

Related story