ବଲିଉଡ୍‌ ଡିଭାଙ୍କ ଫିଟ୍‌ନେସ୍‌ ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୋଗ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଭଲ, ତାହା ଆଉ ଅଜଣା ହୋଇ ରହିନାହିଁ। ସାରା ବିଶ୍ୱ ଏହାର ଉପକାରିତା ବିଷୟରେ ଜାଣି ସାରିଲାଣି। ଆଜିକାର ଦୁନିଆରେ ଏକ ସୁସ୍ଥ ଓ ନିରୋଗ ଜୀବନ ପାଇଁ ଯୋଗ ଅପରିହାର୍ଯ୍ୟ ହୋଇଯାଇଥିବା ବେଳେ ବଲିଉଡ୍‌ର ଅନେକ ଅଭିନେତ୍ରୀ ଫିଟ୍ ଓ ୟଙ୍ଗ୍ ଦେଖାଯିବା ପାଇଁ ଏହାକୁ ଆପଣାଇ ନେଇଛନ୍ତି। ଆସନ୍ତୁ, ଆଜି ସେମାନଙ୍କ ସଂପର୍କରେ କିଛି ଜାଣିବା।   https://www.instagram.com/p/Bvs4RhUhoSi/?utm_source=ig_web_copy_link ଶିଳ୍ପା ଶେଟ୍ଟୀ କୁନ୍ଦ୍ରା: ଯୋଗ […]

bollywood

bollywood

Chinmayee Roy
  • Published: Friday, 21 June 2019
  • Updated: 21 June 2019, 08:36 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୋଗ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଭଲ, ତାହା ଆଉ ଅଜଣା ହୋଇ ରହିନାହିଁ। ସାରା ବିଶ୍ୱ ଏହାର ଉପକାରିତା ବିଷୟରେ ଜାଣି ସାରିଲାଣି। ଆଜିକାର ଦୁନିଆରେ ଏକ ସୁସ୍ଥ ଓ ନିରୋଗ ଜୀବନ ପାଇଁ ଯୋଗ ଅପରିହାର୍ଯ୍ୟ ହୋଇଯାଇଥିବା ବେଳେ ବଲିଉଡ୍‌ର ଅନେକ ଅଭିନେତ୍ରୀ ଫିଟ୍ ଓ ୟଙ୍ଗ୍ ଦେଖାଯିବା ପାଇଁ ଏହାକୁ ଆପଣାଇ ନେଇଛନ୍ତି। ଆସନ୍ତୁ, ଆଜି ସେମାନଙ୍କ ସଂପର୍କରେ କିଛି ଜାଣିବା।

 

https://www.instagram.com/p/Bvs4RhUhoSi/?utm_source=ig_web_copy_link

ଶିଳ୍ପା ଶେଟ୍ଟୀ କୁନ୍ଦ୍ରା: ଯୋଗ କଥା ପଡ଼ିଲେ, ବଲିଉଡ୍ ହିରୋଇନ୍‌ଙ୍କ ମଧ୍ୟରେ ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କ କଥା ପ୍ରଥମେ ଉଠେ। ସେ ଜଣେ ଯୋଗ ପ୍ରେମୀ ବୋଲି ପ୍ରାୟ ସମସ୍ତେ ଜାଣନ୍ତି। ସେ ଅନେକ ବର୍ଷ ହେଲା ଯୋଗ କରୁଛନ୍ତି। ତାଙ୍କର ସବୁଠୁ ମନପସନ୍ଦର ଆସନ ହେଉଛି ‘ସୂର୍ଯ୍ୟ ନମସ୍କାର’। ସେ ଯେ କେବଳ ନିଜେ ଯୋଗ କରନ୍ତି, ତାହା ନୁହେଁ। ସେ ଯୋଗ କରି ନିଜେ ଫିଟ୍ ରହିବା ସହିତ ସାରା ବିଶ୍ୱର ଲୋକଙ୍କୁ ଯୋଗାଭ୍ୟାସର ଉପକାରିତା ସଂପର୍କରେ ସଚେତନ କରାଉଛନ୍ତି। ସେ ଏନେଇ ଏକ ଡିଭିଡି ମଧ୍ୟ ଜାରି କରିଛନ୍ତି।

https://www.instagram.com/p/BsrvV4ZFZ7k/?utm_source=ig_web_copy_link

ବିପାଶା ବାସୁ: ୪୦ ବର୍ଷ ବୟସରେ ବି ବିପାଶା ନିଜକୁ ଯେମିତି ଫିଟ୍ ରଖିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଆଉ ଏହାର ସମ୍ପୂର୍ଣ୍ଣ ଶ୍ରେୟ ବିପାଶା ‘ଯୋଗ’କୁ ହିଁ ଦେଇଛନ୍ତି। ଏମିତିରେ ବିପାଶାଙ୍କୁ ବଲଉଡର ମୋଷ୍ଟ୍‌ ଫିଟେଷ୍ଟ୍‌ ଆଣ୍ଡ ସେକ୍ସିଏସ୍ଟ ଆକ୍ଟ୍ରେସ ବୋଲି କୁହାଯାଏ। ତେବେ ତା’ସହିତ ତାଙ୍କୁ ଯୋଗ ଓ ଫିଟ୍‌ନେସ୍‌ ଆଇକନ୍‌ ମଧ୍ୟ କୁହାଯାଏ।

https://www.instagram.com/p/6wmGJtt7Js/?utm_source=ig_web_copy_link

କରୀନା କପୁର: ‘ସାଇଜ୍‌ ଜିରୋ ଫିଗର’ ପାଇଁ ଜଣାଶୁଣା ବଲିଉଡ୍‌ ଡିଭା କରୀନା ମଧ୍ୟ ନିୟମିତ ଭାବେ ଯୋଗାସନ କରନ୍ତି। ସେ ନିଜ ‘ସାଇଜ୍‌ ଜିରୋ ଫିଗର୍‌’ର ଶ୍ରେୟ ଯୋଗକୁ ଦେଇଛନ୍ତି। କରୀନା ପ୍ରତିଦିନ ସୂର୍ଯ୍ୟ ନମସ୍କାର କରନ୍ତି। ତା’ ସହିତ ସେ ୪୫ ମିନିଟ୍ ଧରି ଅନ୍ୟାନ୍ୟ ଯୋଗାସନଗୁଡ଼ିକୁ କରନ୍ତି। ସେ କେବଳ ୟଙ୍ଗ୍‌ ଓ ଫିଟ୍ ଦେଖାଯିବ ପାଇଁ ଯୋଗ କରନ୍ତି ନାହିଁ। ସେ ଚିନ୍ତାମୁକ୍ତ ତଥା ମାନସିକ ଶାନ୍ତି ପାଇଁ ବି ଯୋଗ କରନ୍ତି ବୋଲି କହନ୍ତି।

https://www.instagram.com/p/BxY2TKLh1cN/?utm_source=ig_web_copy_link

ମଲାଇକା ଅରୋରା: ବଲିଉଡର ଆଇଟମ୍ ଗର୍ଲ ମଲାଇକା ଅରୋରରାଙ୍କୁ ମଧ୍ୟ କରୀନା ହିଁ ଯୋଗାଭ୍ୟାସ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ। ହେଲେ ଏବେ ମଲାଇକା ଅନ୍ୟମାନଙ୍କୁ ଯୋଗ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ସେ ପ୍ରତିଦିନ କିଛି ଘଣ୍ଟା ପାଇଁ ନିଶ୍ଚିତ ଯୋଗାଭ୍ୟାସ କରିଥାନ୍ତି। ତାଙ୍କର ସବୁଠୁ ପସନ୍ଦର ଯୋଗାସନ ହେଉଛି ‘ପଦ୍ମାସନ’, ଯାହାକି ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ।

https://www.instagram.com/p/BxXIg-2AjmW/?utm_source=ig_web_copy_link

ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍: ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ମାଣ୍ଡେଜ୍‌ ସମୟ ମିଳିବା ମାତ୍ରେ ଯୋଗ କରନ୍ତି। ଅନେକ ସମୟରେ ସେ ଯୋଗାଭ୍ୟାସ ସମୟର ଭିଡିଓ ସୋଶାଲ୍ ମିଡିଆରେ ଶେଆର କରନ୍ତି। ଯୋଗ କରିବାକୁ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେ ଏଭଳି ଭିଡିଓ ଶେଆର କରନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos