ଚାଇନାରେ ରିଲିଜ୍ ହେବ ଶ୍ରୀଦେବୀଙ୍କ ‘ମମ୍’
ମୁମ୍ବାଇ: ଶ୍ରୀଦେବୀଙ୍କ ଶେଷ ଫିଲ୍ମ ‘ମମ୍’ ଏବେ ରିଲିଜ ହବ ଚୀନରେ। ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ଏଥିରେ ମୁଖ୍ୟ ଭୂମିକାରେ ଆସିଥିଲେ । ଗତ ୨୪ ତାରିଖ ଶ୍ରୀଦେବୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଥିବାବେଳେ ଆସନ୍ତା ୨୨ ତାରିଖ ‘ମମ’ ଚୀନରେ ରିଲିଜ୍ ହେବାକୁ ଯାଉଛି।
#Xclusiv: Sridevi’s final major film #Mom will release in #China on 22 March 2019… Zee Studios International release… Poster for local audience: pic.twitter.com/mgJQitTohq
— taran adarsh (@taran_adarsh) February 26, 2019
ଭାରତରେ ଫିଲ୍ମଟି ୨୦୧୭ ଜୁଲାଇ ୭ ତାରିଖରେ ରିଲିଜ ହୋଇଥିଲା। ପୂର୍ବରୁ ‘ମମ୍’ ଚଳଚ୍ଚିତ୍ରଟି ପୋଲାଣ୍ଡ, ଋଷିଆ, ୟୁକେ, ସିଙ୍ଗାପୁର ଆଦି ଦେଶରେ ରିଲିଜ ହୋଇସାରିଛି। ଏହି ଫିଲ୍ମ ପାଇଁ ଶ୍ରୀଦେବୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି। ଏଥିରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଅକ୍ଷୟ ଖନ୍ନା ଓ ନୱାଜୁଦ୍ଦୀନ୍ ସିଦ୍ଧିକି ନଜର ଆସିଥିଲେ। ଜଣେ ମା’ କିପରି ନିଜ ଝିଅର ବଳାତ୍କାରୀଙ୍କୁ ଦଣ୍ଡ ଦେଉଛନ୍ତି ତାହା ଥିଲା ଫିଲ୍ମର କାହାଣୀ। ଫିଲ୍ମକୁ ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରିଥିଲେ । ପ୍ରଡ୍ୟୁସର ତଥା ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର କହିଛନ୍ତି ‘ମମ’ର କାହାଣୀ ପ୍ରତ୍ୟେକ ଦର୍ଶକ ଏବଂ ପ୍ରତ୍ୟେକ ମା’ଙ୍କ ହୃଦୟକୁ ଛୁଇଁବ । ଏହା ଶ୍ରୀଦେବୀଙ୍କ ଶେଷ ଫିଲ୍ମ ଏବଂ ଆମର ଇଚ୍ଛା ଏହି ସୁନ୍ଦର କାହାଣୀଙ୍କୁ ପ୍ରତ୍ୟେକ ଲୋକଙ୍କ ହୃଦୟରେ ସାଇତା ହୋଇ ରହୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।