ମାର୍ଚ୍ଚ ୨୯ରେ ପରଦାକୁ ଆସିବ 'ଦ ଲିଷ୍ଟ ଅଫ୍‌ ଦିଜ୍‌'

ମୁମ୍ବାଇ: ବହୁ ଚଚ୍ଚର୍ଚ୍ଚିତ ଖ୍ରୀଷ୍ଟିଆନ୍‌ ମିସନାରୀ ଗ୍ରାହାମ୍‌ ଷ୍ଟେନ୍ସ ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ନ ‘ଦ ଲିଷ୍ଟ ଅଫ୍‌ ଦିଜ୍‌’ (THE LEAST OF THESE) ଚଳିତ ମାସ ୨୯ ତାରିଖରେ ପରଦାକୁ ଆସିବ। ଏନେଇ ସୂଚନା ଦେଇଛନ୍ତି ଫିଲ୍ମ ନିର୍ମାତା। ପୂର୍ବରୁ ଫିଲ୍ମର ଟ୍ରେଲର୍ ରିଲିଜ ହୋଇଥିବା ବେଳେ ଏବେ ଫିଲ୍ମର ଆଉ ଏକ ପୋଷ୍ଟର ରିଲିଜ ହୋଇଛି। ଶୋସାଲ ମିଡିଆରେ ଫିଲ୍ମର ପୋଷ୍ଟରକୁ ରିିଲିଜ କରିଛନ୍ତି ଫିଲ୍ମ ନିର୍ମାତା। ପୋଷ୍ଟରରେ ଥ୍ରୀ-ଇଡିୟଟ୍‌ ଫେମ୍‌  ସର୍ମନ ଯୋଶୀ […]

the-least-of-these

the-least-of-these

Chinmayee Roy
  • Published: Saturday, 02 March 2019
  • Updated: 02 March 2019, 07:49 PM IST

Sports

Latest News

ମୁମ୍ବାଇ: ବହୁ ଚଚ୍ଚର୍ଚ୍ଚିତ ଖ୍ରୀଷ୍ଟିଆନ୍‌ ମିସନାରୀ ଗ୍ରାହାମ୍‌ ଷ୍ଟେନ୍ସ ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ନ 'ଦ ଲିଷ୍ଟ ଅଫ୍‌ ଦିଜ୍‌' (THE LEAST OF THESE) ଚଳିତ ମାସ ୨୯ ତାରିଖରେ ପରଦାକୁ ଆସିବ। ଏନେଇ ସୂଚନା ଦେଇଛନ୍ତି ଫିଲ୍ମ ନିର୍ମାତା। ପୂର୍ବରୁ ଫିଲ୍ମର ଟ୍ରେଲର୍ ରିଲିଜ ହୋଇଥିବା ବେଳେ ଏବେ ଫିଲ୍ମର ଆଉ ଏକ ପୋଷ୍ଟର ରିଲିଜ ହୋଇଛି। ଶୋସାଲ ମିଡିଆରେ ଫିଲ୍ମର ପୋଷ୍ଟରକୁ ରିିଲିଜ କରିଛନ୍ତି ଫିଲ୍ମ ନିର୍ମାତା। ପୋଷ୍ଟରରେ ଥ୍ରୀ-ଇଡିୟଟ୍‌ ଫେମ୍‌  ସର୍ମନ ଯୋଶୀ ନଜର ଆସିଛନ୍ତି। ସରମନ୍‌ଙ୍କର ଏହା ପ୍ରଥମ ହଲିଉଡ ଫିଲ୍ମ।

https://twitter.com/taran_adarsh/status/1101411663096340480

ଭାରତୀୟ ନିର୍ଦ୍ଦେଶକ ଅନୀଶ ଡାନିଏଲ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ନରେ ଓଲିଉଡ୍‌ ଅଭିନେତା ମନୋଜ ମିଶ୍ରଙ୍କ ସହ ବଲିଉଡ୍‌ କଳାକାର ସରମାନ୍‌ ଯୋଶୀ ଓ ପ୍ରକାଶ ବେଲାୱାଡ଼ି ପ୍ରମୁଖ ଅଭିନୟ କରିଛନ୍ତି। ତେବେ ଷ୍ଟେନ୍ସ ଦମ୍ପତ୍ତି ଭାବେ ନଜର ଆସିବେ ଷ୍ଟିଫେନ୍‌ ବାଲ୍‌ଡୱିନ୍‌ ଓ ଶାରୀ ରିଗ୍‌ବି। ବଲିଉଡ ଅଭିନେତା ର୍ସ‌ମାନ ଯୋଶୀଙ୍କୁ ଏଥିରେ ସାମ୍ବାଦିକ ଭୂମିକାରେ ଦେଖିବାକୁ ମିଳିବ।

୧୯୯୯ ମସିହା ଜାନୁଆରୀ ୨୨ ତାରିଖର ଶୀତୁଆ ରାତିରେ କେନ୍ଦୁଝର-ମୟୂରଭଞ୍ଜ ସୀମାନ୍ତବର୍ତ୍ତୀ ମନୋହରପୁରରେ ଘଟିଗଲା ନିର୍ମମ ହତ୍ୟାକାଣ୍ଡ। କୁଷ୍ଠରୋଗୀଙ୍କୁ ସେବା ଆଳରେ ଆଦିବାସୀଙ୍କୁ ବେଆଇନ୍‌ ଭାବେ ଧର୍ମ ପରିବର୍ତ୍ତନ କରାଉଥିବା ସନ୍ଦେହରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ଗାଡ଼ି ଭିତରେ ଶୋଇଥିବା ଅବସ୍ଥାରେ ଜୀଅନ୍ତା ଜାଳିଦେଲେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଲୋକ। ଏହି ହତ୍ୟାକାଣ୍ଡରେ ପ୍ରାୟ ୫୦ ଜଣ ଲୋକ ସାମିଲ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଦାରା ସିଂହକୁ ୨୦୧୧ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମ କୋର୍ଟ।

https://youtu.be/Su_LMyp4M-k

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos