ବଲିଉଡ୍‌ରେ କିଏ ନେବେ ସଲମାନ, ଶାହାରୁଖ ଓ ଅମୀରଙ୍କ ସ୍ଥାନ

ଦୀର୍ଘଦିନ ଧରି ବଲିଉଡରେ ରାଜ କରୁଛନ୍ତି ତିନି ଖାନ ଶାହାରୁଖ, ସଲମାନ ଓ ଅମୀର। ଏହି ତିନିଜଣଙ୍କୁ ୫୦ ବର୍ଷ ପୁରିଥିଲେବି ଏହି ତିନି ଖାନଙ୍କର ଲୋକପ୍ରିୟତା ଏପର୍ଯ୍ୟନ୍ତ କମିନି। ଏମିତିକି ବଲିଉଡ କହିଲେ ତିନି ଖାନଙ୍କୁ ବୁଝାଉଛି। ସେମାନେ ସବୁବେଳେ ଲୋକଙ୍କୁ ସୁପର ଡୁପର ହିଟ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ସେଥିପାଇଁ ସେମାନେ ସବୁବେଳେ କୋଟିକୋଟି ଲୋକଙ୍କ ହୃଦୟରେ ରାଜ କରନ୍ତି। ହୁଏତ ଏମାନଙ୍କର ଲୋକପ୍ରିୟତା କେବେବି କମି ନ ପାରେ ତଥାପି ଭବିଷ୍ୟତରେ କେଉଁ […]

Salman

Rakesh Mallick
  • Published: Saturday, 22 July 2017
  • , Updated: 22 July 2017, 04:29 PM IST

ଦୀର୍ଘଦିନ ଧରି ବଲିଉଡରେ ରାଜ କରୁଛନ୍ତି ତିନି ଖାନ ଶାହାରୁଖ, ସଲମାନ ଓ ଅମୀର। ଏହି ତିନିଜଣଙ୍କୁ ୫୦ ବର୍ଷ ପୁରିଥିଲେବି ଏହି ତିନି ଖାନଙ୍କର ଲୋକପ୍ରିୟତା ଏପର୍ଯ୍ୟନ୍ତ କମିନି। ଏମିତିକି ବଲିଉଡ କହିଲେ ତିନି ଖାନଙ୍କୁ ବୁଝାଉଛି। ସେମାନେ ସବୁବେଳେ ଲୋକଙ୍କୁ ସୁପର ଡୁପର ହିଟ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ସେଥିପାଇଁ ସେମାନେ ସବୁବେଳେ କୋଟିକୋଟି ଲୋକଙ୍କ ହୃଦୟରେ ରାଜ କରନ୍ତି। ହୁଏତ ଏମାନଙ୍କର ଲୋକପ୍ରିୟତା କେବେବି କମି ନ ପାରେ ତଥାପି ଭବିଷ୍ୟତରେ କେଉଁ କଳାକାର ଏହି ତିନି ଖାନଙ୍କ ବିକଳ୍ପ ହେବେ ଆସନ୍ତୁ ଜାଣିବା।

ରଣବୀର ସିଂ- ନିଜର ପରଫେକସନ ପାଇଁ  ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଅମୀର ଖାନ। ତାଙ୍କ ପରି ରଣବୀର ସିଂ ମଧ୍ୟ ପରଫେକ୍ଟ କାମ କରିବାକୁ ପସନ୍ଦ କରନ୍ତି। ସବୁ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଦେଖାଦେଉଥିବା ଅମୀର ଖାନଙ୍କ ପରି ରଣବୀର ସିଂ ମଧ୍ୟ ନିଜ ଗେଟପ୍‌ ବଦଳାଇବାରେ ମାହିର। ସେ ରାମ ଲୀଳା ଓ ବାଜିରାଓ ମସ୍ତାନୀ ଭଳି ସୁପରହିଟ ଫିଲ୍ମ ଲୋକଙ୍କୁ ଭେଟି ଦେଇଛନ୍ତି। ସେ ତାଙ୍କର ସବୁ ଚରିତ୍ରରେ ନିଜର ଶତ ପ୍ରତିଶତ ଦେଇଥାନ୍ତି। ସେଥିପାଇ ତାଙ୍କୁ  ଆଗାମୀ ଦିନରେ ଅମୀର ଖାନଙ୍କ ସ୍ଥାନ ନେବେ ବୋଲି କୁହାଯାଉଛି।

ରଣବୀର କପୁର- ରଣବୀର ଆଗାମୀ ଦିନରେ ଶହାରୁଖ ଖାନଙ୍କ ବିକଳ୍ପ ହୋଇପାରନ୍ତି। ରଣବୀରଙ୍କ ପ୍ରଥମ ଫିଲ୍ମ ସାୱରିୟାରୁ ହିଁ ବଲିଉଡରେ ନିଜ ସ୍ଥାନକୁ ଜଭୁତ କରିଥିଲେ। ଏହାପରେ ସେ ଗୋଟେ ପରେ ଗୋଟେ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଶାହାରୁଖଙ୍କ ପରି ରଣବୀରଙ୍କ ଉପରେ ଝିଅମାନେ ପୁରା ଫିଦା।  ନିଜର ଚକଲେଟ ଲୁକ ସହ ଜବରଦସ୍ତ ଅଭିନୟ ବଲିଉଡରେ ତାଙ୍କୁ ଶାହାରୁଖ ଖାନଙ୍କ ବିକଲ୍ଫ ବୋଲି କୁହାଯାଉଛି।

ବରୁଣ ଧୱନ- ବଲିଉଡ  ଷ୍ଟାର ସଲମାନ ଖାନଙ୍କ ବିକଳ୍ପ ଭାବେ ବରୁଣ ଧୱନଙ୍କୁ ଗାଣାଯାଉଛି। ବରୁଣ ଧୱନଙ୍କ ଅଭିନୟ ପ୍ରାୟତ ସଲମାନଙ୍କ ସହ ମିସୁଛି। ବରୁଣ ବଲିଉଡରେ ଅନେକ ଫିଲ୍ମ କରିସାରିଲେଣି ଏମିତିରେ ସଲମାନଙ୍କ ନୃତ୍ୟ ମଧ୍ୟ ବରୁଣ ସହ ମେଳ ଖାଇଥାଏ।

 

Related story