ବ୍ୟାଙ୍କକ୍‌ ରାସ୍ତା କଡ଼ରେ କପଡ଼ା ବିକ୍ରି କରୁଥିବା ଏହି ଅଭିନେତ୍ରୀଙ୍କୁ ଜାଣିଛନ୍ତି...

ମୁମ୍ୱାଇ:  ରାସ୍ତା କଡରେ ଭଳିକି ଭଳି କପଡା ବିକ୍ରି ହେଉଥିବାର ଆପଣ ଦେଖିଥିବେ।  ହେଲେ ବିକ୍ରି କରୁଥିବା ଯୁବତୀଜଣକ ଯଦି ଜଣେ ହିରୋଇନ ହୋଇଥିବେ, ତା ହେଲେ ଆପଣଙ୍କ ବିଶ୍ୱାସ ହେବ ତ ! ଏପରି ଦେଖିବାକୁ ମିଳିଛି ବ୍ୟାଙ୍କକ୍‌ ରାସ୍ତା କଡରେ। ଏଠାରେ ଜଣେ ଯୁବତୀ ତଳେ ବସି ୨୦୦ ଟଙ୍କାରେ ୭୦୦ ଓ ୮୦୦ ଟଙ୍କାରେ କପଡା ନିଅ ବୋଲି ଡାକ ଛାଡିଛନ୍ତି। ଗ୍ରାହକଙ୍କ ସହ ମୂଲଚାଲ ବି କରୁଛନ୍ତି।  ଏହି ଭିଡିଓ ସୋଶାଲ […]

nora-1...

nora-1...

Niharika Rout
  • Published: Wednesday, 12 June 2019
  • Updated: 12 June 2019, 10:26 AM IST

Sports

Latest News

ମୁମ୍ୱାଇ:  ରାସ୍ତା କଡରେ ଭଳିକି ଭଳି କପଡା ବିକ୍ରି ହେଉଥିବାର ଆପଣ ଦେଖିଥିବେ।  ହେଲେ ବିକ୍ରି କରୁଥିବା ଯୁବତୀଜଣକ ଯଦି ଜଣେ ହିରୋଇନ ହୋଇଥିବେ, ତା ହେଲେ ଆପଣଙ୍କ ବିଶ୍ୱାସ ହେବ ତ ! ଏପରି ଦେଖିବାକୁ ମିଳିଛି ବ୍ୟାଙ୍କକ୍‌ ରାସ୍ତା କଡରେ। ଏଠାରେ ଜଣେ ଯୁବତୀ ତଳେ ବସି ୨୦୦ ଟଙ୍କାରେ ୭୦୦ ଓ ୮୦୦ ଟଙ୍କାରେ କପଡା ନିଅ ବୋଲି ଡାକ ଛାଡିଛନ୍ତି। ଗ୍ରାହକଙ୍କ ସହ ମୂଲଚାଲ ବି କରୁଛନ୍ତି।  ଏହି ଭିଡିଓ ସୋଶାଲ ମିଡିଆରେ  ଶେଆର ହେବା ପରେ  ବହୁତ ଭାଇରାଲ  ହେଉଛି।

 

ହେଲେ ଏହି ଯୁବତୀଜଣକ କିଏ ଜାଣିଛନ୍ତି, ନୋରା ଫତେହି। ବଲିଉଡରେ ଏଣ୍ଟ୍ରି କରିବାର ଖୁବ୍‌ କମ୍‌ ଦିନରେ ବେଶ୍‌ ପପୁଲାର ହୋଇ ସାରିଲେଣି ଏହି ଅଭିନେତ୍ରୀଜଣକ।  ଜଣେ  ଅଭିନେତ୍ରୀ ସମେତ ସେ ଜଣେ ଭଲ ଡ୍ୟାନସର ମଧ୍ୟ। ‘ଦିଲବର, ଦିଲବ’ ଗୀତର ରିମେକରେ ତାଙ୍କର ଜବରଦସ୍ତ ଡ୍ୟାନ୍‌ ସମସ୍ତଙ୍କୁ ଦିୱାନା କରି ଦେଇଥିଲା। ନିଜ ଫ୍ୟାନ୍‌ଙ୍କ ଲାଗି ସୋଶାଲ ମିଡିଆରେ ସେ ବହୁତ ଡ୍ୟାନ୍ସ ଭିଡିଓ ଶେଆର ମଧ୍ୟ କରୁଛନ୍ତି। ନୋରାଙ୍କ ଫ୍ୟାନ୍ସ ତାଙ୍କ କପଡା ବିକ୍ରି ଭିଡିଓ ଭାଇରାଲ ହେବା ପରେ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି।

ଇଦ୍‌ରେ ଆସିଥିବା ସଲମାନଙ୍କ ଫିଲ୍ମ ‘ଭାରତ’ରେ ନୋରା ନଜର ଆସିଥିଲେ। ଏହା ପୂର୍ବରୁ ‘ଦିଲବର’ ଗୀତ ଖୁବ ପପୁଲାର ହୋଇଥିବା ବେଳେ ୧୨ କୋଟିରୁ ଅଧିକ ତାଙ୍କ ଫ୍ୟାନ୍‌ ଫଲୋଇଂ ହୋଇଯାଇଥିଲା। ହିନ୍ଦି ଫିଲ୍ମ ବ୍ୟତୀତ ସେ ମଲାୟଲମ, ତେଲଗୁ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି।  ‘ବାହୁବଲି ଦି ବିଗନିଙ୍ଗ’, ‘କିକ୍‌-୨’, ‘ସ୍ତ୍ରୀ’ ଫିଲ୍ମରେ ସେ ଆଇଟମ୍‌ ନମ୍ୱର କରି ସାରିଲେଣି। ଆଗକୁ  ‘ଷ୍ଟ୍ରିଟ୍‌ ଡ୍ୟାନ୍ସର 3D’ ରେ ନଜର ଆସିବାକୁ ଯାଉଛନ୍ତି ନୋରା । ଏହି ଫିଲ୍ମ ୨୦୨୦ରେ ରିଲିଜ ହେବ।

https://www.instagram.com/p/Byh8hQkhAOr/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos