କଙ୍ଗନା ଓ ଅଦନାନ୍‌ ପାଇଲେ ପଦ୍ମଶ୍ରୀ

ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାର ପାଇଲେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ତାଙ୍କ ସହ ଗାୟକ ଅଦନାନ ସମୀଙ୍କୁ ମଧ୍ୟ ଏହି ସମ୍ମାନ ଜନକ ପୁରସ୍କାରରେ ସମ୍ମାନୀତ କରାଯାଇଛି। କେବଳ ସେତିକି ନୁହେଁ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ସରିତା ଯୋଶୀଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି। ଆଜି ପଦ୍ମଶ୍ରୀ ପୁରସ୍କାର ୨୦୨୦ ଦିଲ୍ଲୀର ରାଷ୍ଟ୍ରିୟ ଭବନରେ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି। […]

Kangana

Kangana

Madhupriya Mistry
  • Published: Monday, 08 November 2021
  • Updated: 08 November 2021, 05:56 PM IST

Sports

Latest News

ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାର ପାଇଲେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ତାଙ୍କ ସହ ଗାୟକ ଅଦନାନ ସମୀଙ୍କୁ ମଧ୍ୟ ଏହି ସମ୍ମାନ ଜନକ ପୁରସ୍କାରରେ ସମ୍ମାନୀତ କରାଯାଇଛି। କେବଳ ସେତିକି ନୁହେଁ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ସରିତା ଯୋଶୀଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି।

ଆଜି ପଦ୍ମଶ୍ରୀ ପୁରସ୍କାର ୨୦୨୦ ଦିଲ୍ଲୀର ରାଷ୍ଟ୍ରିୟ ଭବନରେ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି। ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। କଙ୍ଗନା ସହିତ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ।Adnan sami

ସେହିପରି ଫିଲ୍ମ ନିର୍ମାତା କରଣ ଜୋହର ଏବଂ ଏକାତା କପୁରଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯିବ। ଏହି ଦୁଇ ଜଣଙ୍କୁ ରାଷ୍ଟ୍ରପତି ଭବନରେ ଆସନ୍ତାକାଲି ପୁରସ୍କୃତ କରାଯିବ।  ଦୁହେଁ ଟ୍ୱିଟ୍‌ ଜରିଆରେ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।

ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନୀତ କରାଯାଇଥିବା ଯୋଗୁଁ ମୁଁ ବିନମ୍ର ବୋଲି ଏକତା ଟ୍ୱିଟରେ ଲେଖିଛନ୍ତି। ସେହିପରି କରଣ ମଧ୍ୟ ମୁଁ ଏଥିପାଇଁ ଉତ୍ସାହିତ ଏବଂ କୃତଜ୍ଞ ବୋଲି ସେ ଲେଖିଛନ୍ତି।

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ, ଗାୟକ ଏସ୍‌ପି ବାଲା ସୁବ୍ରମଣିୟମ, ଓଡ଼ିଶାର କଳା କ୍ଷେତ୍ରରେ ସୁଦର୍ଶନ ସାହୁ, ବିଶିଷ୍ଟ ଭାରତୀୟ-ଆମେରିକୀୟ ପଦାର୍ଥ ବିଜ୍ଞାନୀ ନରିନ୍ଦର ସିଂ କପାନିଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି।

ଆଜି ବର୍ଷ ୨୦୨୦ ପାଇଁ ୧୪୧ ଜଣଙ୍କୁ ସମ୍ମାନୀତ କରାଯାଇଛି। ଚଳିତ ବର୍ଷ ୧୧୯ ଜଣ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନୀତ କରାଯାଇଛି। ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କ ପଦ୍ମ ଭୂଷଣ ଏବଂ ୧୦୨ ଜଣଙ୍କ ପଦ୍ମଶ୍ରୀ ପୁରସ୍କାର ମିଳିଛି। ଏଥିରେ ୨୯ ଜଣ ମହିଳା ସାମିଲ ଅଛନ୍ତି। ସେହିପରି ୧୬ ଜଣଙ୍କୁ ମରଣୋପରାନ୍ତରେ ସମ୍ମାନୀତ କରାଯାଇଛି। ଆସନ୍ତାକାଲି ଏହି ପୁରସ୍କାର ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos