ରାଜ କୁନ୍ଦ୍ରାଙ୍କ କମ୍ପାନୀ ବିରୋଧରେ ଠକେଇ ଅଭିଯୋଗ

ମୁମ୍ବାଇ: ଦିନକୁ ଦିନ ଅଭିନେତ୍ରୀ  ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢ଼ୁଛି। ଏବେ ରାଜଙ୍କ କମ୍ପାନୀ ନାଁରେ  ଆସିଛି ଆଉ ଏକ ଅଭିଯୋଗ। ଜଣେ ବ୍ୟବସାୟୀଙ୍କ ଠାରୁ ତାଙ୍କ କମ୍ପାନୀ କୁଆଡେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଗୁଜରାଟ ଅହମ୍ମଦାବାର ଜଣେ ବ୍ୟବସାୟୀ ମୁମ୍ବାଇ କ୍ରାଇମବ୍ରାଞ୍ଚ ନିକଟରେ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ହିରେନ୍ ପରମାରଙ୍କୁ ଅନଲାଇନ୍ କ୍ରିକେଟ୍ ଦକ୍ଷତା ଭିତ୍ତିକ ଖେଳ ପାଇଁ ବିତରକ କରିବାର ବାହାନାରେ ବ୍ୟବସାୟୀ ରାଜ […]

raj-kundra

Madhupriya Mistry
  • Published: Tuesday, 27 July 2021
  • , Updated: 27 July 2021, 04:21 PM IST

ମୁମ୍ବାଇ: ଦିନକୁ ଦିନ ଅଭିନେତ୍ରୀ  ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢ଼ୁଛି। ଏବେ ରାଜଙ୍କ କମ୍ପାନୀ ନାଁରେ  ଆସିଛି ଆଉ ଏକ ଅଭିଯୋଗ। ଜଣେ ବ୍ୟବସାୟୀଙ୍କ ଠାରୁ ତାଙ୍କ କମ୍ପାନୀ କୁଆଡେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଗୁଜରାଟ ଅହମ୍ମଦାବାର ଜଣେ ବ୍ୟବସାୟୀ ମୁମ୍ବାଇ କ୍ରାଇମବ୍ରାଞ୍ଚ ନିକଟରେ ଏହି ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ହିରେନ୍ ପରମାରଙ୍କୁ ଅନଲାଇନ୍ କ୍ରିକେଟ୍ ଦକ୍ଷତା ଭିତ୍ତିକ ଖେଳ ପାଇଁ ବିତରକ କରିବାର ବାହାନାରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ କମ୍ପାନୀ ୩ ଲକ୍ଷ ଟଙ୍କା ଠକେଇ କରିଛି। ଭିଆନ୍ ଇଣ୍ଡଷ୍ଟ୍ରିଜ୍ ତାଙ୍କୁ “ଗେମ୍ ଅଫ୍ ଡଟ୍” ର ବିତରକ କରିବ ବୋଲି ପ୍ରତିଶୃତି ଦେଇଥିଲା ।

କିନ୍ତୁ କମ୍ପାନୀ ପ୍ରତିଶ୍ରୁତି ପାଳନ କରିନାହିଁ, ଏହା ପରେ ତାଙ୍କ ଦ୍ୱାରା ବିନିଯୋଗ ହୋଇଥିବା ୩ ଲକ୍ଷ ଟଙ୍କା ଫେରସ୍ତ କରିବାକୁ ଦାବି କରିବାରୁ, କୌଣସି ପ୍ରତିକ୍ରିୟା ମିଳିନାହିଁ। ଅଭିଯୋଗକାରୀ ହିରେନ ପରମାର ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ କମ୍ପାନୀ ତାଙ୍କ ଭଳି ଅନେକ ଲୋକଙ୍କୁ କୋଟି କୋଟି ଟଙ୍କା ଠକେଇ କରିଛି। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଅଧିକାରୀ କହିଛନ୍ତି,  ପୁଲିସ ଅଭିଯୋଗର ଯାଞ୍ଚ କରୁଛି ଏବଂ ସେହି ଅନୁସାରେ ଏଫ୍ଆଇଆର ପଞ୍ଜୀକରଣ ପାଇଁ ନିଷ୍ପତ୍ତି ନେବ। ଅଭିଯୋଗକାରୀ ଦାବି କରିଛନ୍ତି, ସେ ୨୦୧୯ ରେ ଗୁଜୁରାଟ ସାଇବର ବିଭାଗରେ ଅଭିଯୋଗ କରିଥିଲେ, କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଅଧିକାରୀ କହିଛନ୍ତି କୁନ୍ଦ୍ରାଙ୍କୁ ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ କରାଯିବା ପରେ ପରମାର ମୁମ୍ବାଇ ପୁଲିସ ନିକଟରେ ପହଞ୍ଚିଛନ୍ତି।

ଏବେ ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ଜେଲ୍‌ରେ ଅଛନ୍ତି। ଆଜି ମୁମ୍ବାଇର ଏକ କୋର୍ଟ ତାଙ୍କୁ ପୁଣି ୧୪ ଦିନ ପାଇଁ ପୁଲିସ ହେପାଜତଙ୍କୁ ପଠାଇଛନ୍ତି। ଗତ ୧୯ ତାରିଖରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା।

Related story