ପୁଣି ଏକାଠି ହେଲେ ଆମୀର-କିରଣ!

ମୁମ୍ବାଇ: ଛାଡପତ୍ର ପରେ ପୁଣି ନିକଟତର ହେଲେ ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍‌ ଓ ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓ। ଭଭୟ ପୁଣି ହୋଇଛନ୍ତି ଏକାଠି। ନିଜ ପୁଅ ପାଇଁ କିରଣ ଓ ଆମୀର ଗୋଟିଏ ଛାତ ତଳକୁ ଆସିଛନ୍ତି।

ନିକଟରେ ଆମୀରଙ୍କୁ ପୁଅ ଆଜାଦକୁ ପୂରିଛି ୧୦ ବର୍ଷ। ତା’ଜନ୍ମଦିନ ପାଳିବା ଅବସରେ ଆମୀର ଓ କିରଣ ଏକାଠି ହୋଇଛନ୍ତି। ଛାଡପତ୍ର ହୋଇସାରିଥିବା ପରେ ବି ବାପା-ମା’ ସାଜି ପୁଅର ଖୁସି ପାଇଁ କେକ୍‌ କାଟିଛନ୍ତି ଏମାନେ। ଯହାର ଫଟୋ ଆଉ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବାର୍ଥ ଡେ’ ପାର୍ଟିରେ ଆମୀରଙ୍କ ବଡ ପୁଅ ଜୁନେଦ ମଧ୍ୟ ନଜର ଆସିଛନ୍ତି। ଏଥିସହ ଫଟୋରେ ପୂରା ପରିବାରକୁ ମଧ୍ୟ ଦେଖିବାକୁ ମିଳିଛି।

इस दौरान आमिर ने बेटे के साथ-साथ पूरे परिवार और दोस्तों के साथ भी टाइम स्पेंड किया.

ଚଳିତ ବର୍ଷ ଜୁଳାଇ ମାସରେ ଆମୀର ଖାନ୍‌ ଓ କିରଣ ରାଓ ଦୁହେଁ ଛାଡପତ୍ର ନେବା ପାଇଁ ଘୋଷଣା କରିଥିଲେ। ସୋଶାଲ ମିଡିଆରେ ଏକ ଭିଡିଓ ଶେୟାର କରି ଉଭୟ ଏହି ସୂଚନା ଦେଇଥିଲେ। ଏହି ଖବର ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କୁ ଶକ୍ତ ଧକ୍କା ଦେଇଥିଲା। ବି-ଟାଉନ୍‌ରେ ମଧ୍ୟ ତାଙ୍କ ଛାଡପତ୍ର ଘୋଷଣାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା।

ଆମୀର କହିଥିଲେ-ଆମେ ଦୁହେଁ ଅଲଗା ହୋଇଛୁ ସତ କିନ୍ତୁ ଆମେ ଗୋଟିଏ ପରିବାର। ଆମେ ଖୁସି ଅଛୁ। ଆମ ସମ୍ପର୍କରେ ପରିବର୍ତ୍ତନ ଆସିଛି କିନ୍ତୁ ଆମେ ଏକାଡି ଅଛୁ। ଏଥିପାଇଁ ଆପଣମାନେ ଚିନ୍ତା କରନ୍ତୁ ନାହିଁ ବୋଲି ଫ୍ୟାନ୍‌ମାନଙ୍କୁ ଆମୀର କହିଥିଲେ।

ରିଲିଜ ଅପେକ୍ଷାରେ ଅଛି ଆମୀରଙ୍କ ଅପ୍‌କମିଂ ଫିଲ୍ମ ‘ଲାଲ ସିଂହ ଚଡ୍ଡା’। ଏହା ହଲିଉଡ ଫିଲ୍ମ ‘ଦ ଫରେଷ୍ଟ ଗମ୍ପ’ର ରିମେକ୍‌। ଏହି ଫିଲ୍ମରେ ଆମୀର ଖାନ୍‌ଙ୍କ ଅପୋଜିଟ୍‌ରେ ପୁଣିଥରେ କରୀନା କପୁର ଖାନ୍‌ଙ୍କୁ ଦେଖିବାକୁ ମିଳିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।