ଇଣ୍ଟେରିଅର୍‌ ଡିଜାଇନର୍‌ଙ୍କ ନାଁରେ ଅଭିଯୋଗ ଆଣିଲେ ଅଭିନେତ୍ରୀ

ମୁମ୍ବାଇ: ଇଣ୍ଟେରିଅର୍‌ ଡିଜାଇନର୍‌ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମୁମ୍ବାଇର ଜଣେ ନାମିଦାମୀ ଅଭିନେତ୍ରୀ। ଡିଜାଇନର୍‌ ଜଣକ ତାଙ୍କ ସହ ଅସଦାଚରଣ କରିଛନ୍ତି। କେବଳ ସେତିକି ନୁହେଁ ସେ ଧମକ ମଧ୍ୟ ଦେଇଥିବା ନେଇ ଅଭିନେତ୍ରୀ କହିଛନ୍ତି। ଏନେଇ ମୁମ୍ବାଇ ଓସିୱାରା ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ଅଭିଯୋଗ ମୁତାବକ, ଅଭିନେତ୍ରୀ ଆନ୍ଧେରିରେ ଥିବା ତାଙ୍କ ନୂଆ ଆପାର୍ଟମେଣ୍ଟରେ କାମ ଦେଖିବାକୁ ଯାଇଥିଲେ, କିନ୍ତୁ ତାଙ୍କୁ ସେଠି ଘର କାମ ପସନ୍ଦ ଆସିନଥିଲା। କାମର କ୍ୱାଲିଟିକୁ […]

Actress molest alligation

Madhupriya Mistry
  • Published: Tuesday, 17 August 2021
  • , Updated: 17 August 2021, 04:15 PM IST

ମୁମ୍ବାଇ: ଇଣ୍ଟେରିଅର୍‌ ଡିଜାଇନର୍‌ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମୁମ୍ବାଇର ଜଣେ ନାମିଦାମୀ ଅଭିନେତ୍ରୀ। ଡିଜାଇନର୍‌ ଜଣକ ତାଙ୍କ ସହ ଅସଦାଚରଣ କରିଛନ୍ତି। କେବଳ ସେତିକି ନୁହେଁ ସେ ଧମକ ମଧ୍ୟ ଦେଇଥିବା ନେଇ ଅଭିନେତ୍ରୀ କହିଛନ୍ତି। ଏନେଇ ମୁମ୍ବାଇ ଓସିୱାରା ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି।

ଅଭିଯୋଗ ମୁତାବକ, ଅଭିନେତ୍ରୀ ଆନ୍ଧେରିରେ ଥିବା ତାଙ୍କ ନୂଆ ଆପାର୍ଟମେଣ୍ଟରେ କାମ ଦେଖିବାକୁ ଯାଇଥିଲେ, କିନ୍ତୁ ତାଙ୍କୁ ସେଠି ଘର କାମ ପସନ୍ଦ ଆସିନଥିଲା। କାମର କ୍ୱାଲିଟିକୁ ନେଇ ସେ ଡିଜାଇନରଙ୍କ ସହ ଆଲୋଜନା କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା। ବିବାଦ ଏତେ ବଢ଼ିଯାଇଥିଲା ଯେ ଡିଜାଇନର ଜଣକ ଅଭିନେତ୍ରୀଙ୍କ ବିରୋଧରେ ଅଶାଳୀନ ଶବ୍ଦ ବ୍ୟବହାର କରି ତାଙ୍କୁ ଠେଲିବା ଆରମ୍ଭ କରିଥିଲେ। ଏଥିସହ ଧମକ ମଧ୍ୟ ଦେଇଥିଲେ।

ଅଭିଯୋଗ ପରେ ପୁଲିସ ଉକ୍ତ ଡିଜାଇନର୍‌ଙ୍କ ନାଁରେ ଧାରା ୩୫୪, ୫୦୪, ୫୦୬ ଏବଂ ୫୦୯ ଜରିଆରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।  ଅଭିଯୁକ୍ତଙ୍କୁ ଏଯାଏଁ ପୁଲିସ ଗିରଫ କରିନି ପୁଲିସ । ସେପଟେ ଏହି ଅଭିନେତ୍ରୀ ଜଣକ କିଏ ସେ କେଉଁ ଇଣ୍ଡିଷ୍ଟ୍ରି ସେ ନେଇ ପୁଲିସ କିଛି ସୂଚନା ଦେଇ ନାହିଁ। ଅନ୍ୟପଟେ ଏହି ପୀଡିତ ଅଭିନେତ୍ରୀ ଅଧିକାଂଶ ସାଉଥ ଫିଲ୍ମରେ କାମ କରିଥିବା କୁହାଯାଉଛି।

https://twitter.com/ANI/status/1427470931698487317?s=20

Related story