ଆଇସିୟୁରେ ବଲିଉଡର ଭେଟେରାନ୍ ଅଭିନେତ୍ରୀ

ମୁମ୍ବାଇ: ବଗିଡିଲା ବଲିଉଡର ଭେଟେରାନ୍ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା। ଆଇସିୟୁରେ ଭର୍ତ୍ତି ହେଲେ ବର୍ଷିଆନ୍ ଅଭିନେତ୍ରୀ ସବିତା ବଜାଜ। ଏନେଇ ଅଭିନେତ୍ରୀ ନୁପୁର ଅଳଙ୍କାର ସୂଚନା ଦେଇଛନ୍ତି। ନିଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ସବିତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ତଳେ ଏହି ବର୍ଷିଆନ ଅଭିନେତ୍ରୀ ଜଣକ ଆର୍ଥୀକ ସମସ୍ୟା ଦେଇ ଗତି କରୁଥିବା ଖବର ସାମ୍ନାକୁ ଆସିଥିଲା। ଏପରିକି ସେ […]

savita Bajaj

Madhupriya Mistry
  • Published: Thursday, 22 July 2021
  • , Updated: 22 July 2021, 04:58 PM IST

ମୁମ୍ବାଇ: ବଗିଡିଲା ବଲିଉଡର ଭେଟେରାନ୍ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା। ଆଇସିୟୁରେ ଭର୍ତ୍ତି ହେଲେ ବର୍ଷିଆନ୍ ଅଭିନେତ୍ରୀ ସବିତା ବଜାଜ। ଏନେଇ ଅଭିନେତ୍ରୀ ନୁପୁର ଅଳଙ୍କାର ସୂଚନା ଦେଇଛନ୍ତି। ନିଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ସବିତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

ଗତ କିଛି ଦିନ ତଳେ ଏହି ବର୍ଷିଆନ ଅଭିନେତ୍ରୀ ଜଣକ ଆର୍ଥୀକ ସମସ୍ୟା ଦେଇ ଗତି କରୁଥିବା ଖବର ସାମ୍ନାକୁ ଆସିଥିଲା। ଏପରିକି ସେ ଅନେକ ରୋଗରେ ପୀଡିତ ଅଛନ୍ତି, ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ବି ନାହିଁ। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କର ସହାୟତା ପାଇଁ ଅନେକ ସେଲେବ୍ରିଟି ଆଗଇ ଆସିଥିଲେ।

ନୁପୁର କହିଛନ୍ତି, ସବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ସେ ହସ୍ପିଟାଲରେ ଡାକ୍ତରଙ୍କ ଦେଖାରେଖାରେ ଅଛନ୍ତି। ସବିତା ମୁମ୍ବାଇର ଯେଉଁ ଘରେ ରହୁଛନ୍ତି ସେଠାରେ କୌଣସି ଝରକା ନାହିଁ। ପବନ ଯିବା ଆସିବା ପାଇଁ ମଧ୍ୟ କୌଣସି ରାସ୍ତା ନାହିଁ। ଏଭଳି ସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବା ସ୍ୱାଭାବିକ। ଏଥିପାଇଁ ତାଙ୍କ ଲାଗି ନୁପୁର ବୃଦ୍ଧାଶ୍ରମ ମଧ୍ୟ ଖୋଜିଥିଲେ। ଏପରିକି ୪ରୁ ୫ଟି ବୃଦ୍ଧାଶ୍ରମ ସହ କଥା ମଧ୍ୟ ହୋଇଥିଲେ। କିନ୍ତୁ ସମସ୍ତ ବୃଦ୍ଧାଶ୍ରମଗୁଡିକ ମଧ୍ୟ ଖାଲି ନାହିଁ ବୋଲି ନୁପୁର କହିଛନ୍ତି।

ଭେଟେରାନ୍ ଅଭିନେତ୍ରୀ ସବିତାଙ୍କ ଲାଗି ରହିବା ପାଇଁ ଘର ଖୋଜି ଖୋଜି ନୁପୁର ନୟାନ୍ତ ହୋଇଗଲେଣି। ଏବେ ସେ ଗୁରୁଦ୍ୱାରାରେ ମଧ୍ୟ କଥା ହୋଇଛନ୍ତି। ପର୍ଯ୍ୟାପ୍ତ ଭେଣ୍ଟିଲେସନ ଥିବା ଘରେ ହିଁ ସବିତାଙ୍କୁ ରଖାଯାଇପାରିବ ବୋଲି ନୁପୁର କହିଛନ୍ତି।

ସୂଚନା ମୁତାବକ ୭୯ ବର୍ଷୀୟ ସବିତା ବଜାତ ୫୦ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି। ଏହାବ୍ୟତୀତ ସେ ‘ନୁକ୍କଡ’, ‘ମାଏକା’, ଏବଂ ‘କବଚ’ ଭଳି ଟିଭି ଧାରାବାହିକରେ ମଧ୍ୟ ନଜର ଆସି ସାରିଛନ୍ତି।

Related story