୨୬ ବର୍ଷ ପରେ ନୂଆ ରୂପରେ ଫେରୁଛି 'DDLJ'

ମୁମ୍ବାଇ: ପୁଣି ଦେଖିବାକୁ ମିଳିବ ରାହୁଲ ଓ ସିମରନ୍‌ଙ୍କ କେମେଷ୍ଟ୍ରି। ପୁଣି ଶୁଭିବ ସେହି ଦମଦାର ଡାଏଲଗ। ୨୬ ବର୍ଷ ପରେ ପୁଣି ସାମ୍ନାକୁ ଆସିବ ବଲିଉଡର ବ୍ଲକବଷ୍ଟର ଫିଲ୍ମ ‘ଦିଲୱାଲେ ଦୁଲହନିୟା ଲେ ଜାଏଙ୍ଗେ’। ହେଲେ ଏଥର ନୂଆ ରୂପରେ ଏବଂ ନୂଆ ଢ଼ଙ୍ଗରେ ନଜର ଆସିବ ଏହି ଫିଲ୍ମ। ଆଦିତ୍ୟ ଚୋପ୍ରା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ପୁଣି ଥରେ ଅଢ଼େଇ ଦଶନ୍ଧି ପରେ ସେ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। କିନ୍ତୁ ଏଥର […]

DDLJ

Madhupriya Mistry
  • Published: Saturday, 23 October 2021
  • , Updated: 23 October 2021, 01:59 PM IST

ମୁମ୍ବାଇ: ପୁଣି ଦେଖିବାକୁ ମିଳିବ ରାହୁଲ ଓ ସିମରନ୍‌ଙ୍କ କେମେଷ୍ଟ୍ରି। ପୁଣି ଶୁଭିବ ସେହି ଦମଦାର ଡାଏଲଗ। ୨୬ ବର୍ଷ ପରେ ପୁଣି ସାମ୍ନାକୁ ଆସିବ ବଲିଉଡର ବ୍ଲକବଷ୍ଟର ଫିଲ୍ମ 'ଦିଲୱାଲେ ଦୁଲହନିୟା ଲେ ଜାଏଙ୍ଗେ'। ହେଲେ ଏଥର ନୂଆ ରୂପରେ ଏବଂ ନୂଆ ଢ଼ଙ୍ଗରେ ନଜର ଆସିବ ଏହି ଫିଲ୍ମ।

ଆଦିତ୍ୟ ଚୋପ୍ରା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ପୁଣି ଥରେ ଅଢ଼େଇ ଦଶନ୍ଧି ପରେ ସେ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। କିନ୍ତୁ ଏଥର ଆପଣ ଏହି କାହାଣୀକୁ ବଡ଼ ପରଦାରେ ନୁହେଁ ବରଂ ଥିଏଟରରେ ଦେଖିବେ। ଆଦିତ୍ୟ ଚୋପ୍ରା ଏହାକୁ ଏକ ମ୍ୟୁଜିକାଲ୍ ନାଟକ ଯଥା ବ୍ରଡୱେ ଭାବରେ ମଞ୍ଚରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏନେଇ ଆଦିତ୍ୟ ନିଜେ ଘୋଷଣା କରିଛନ୍ତି।

ଏହି ମ୍ୟୁଜିକାଲ ପ୍ରିମିୟର ନାଁ ରହିଛି 'କମ୍‌ ଫଲ୍‌ ଇନ୍‌ ଲଭ୍‌: DDLJ ମ୍ୟୁଜିକାଲ୍'। ଆମେରିକାର ସାନ ଡିଏଗୋରେ ଥିବା ଓଲ୍ଡ ଗ୍ଲୋବ ଥିଏଟରରେ ଏହାର ପ୍ରିମିୟର ହେବ। ଆଦିତ୍ୟ ଚୋପ୍ରା ଏହା ଉପରେ ବହୁ ବର୍ଷ ହେବ କାମ କରୁଛନ୍ତି। ଏହି ପ୍ରଜୋକ୍ଟରେ ଏବେ ବଲିଉଡ କମ୍ପୋଜନର ବିଶାଲ-ଶେଖର ମଧ୍ୟ ସାମିଲ ହୋଇଛନ୍ତି। ବ୍ରଡୱେ ଭାରତୀୟ ଚଳଚ୍ଚିତ୍ର ଭଳି ହିଁ ହେବ ବୋଲି ଆଦିତ୍ୟ କହିଛନ୍ତି।

ଆଦିତ୍ୟ ଚୋପ୍ରା ପ୍ରଥମେ ଏକ ଇଂରାଜୀ ଫିଲ୍ମ ପରି 'ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ'କୁ କରିବାକୁ ଚାହୁଁଥିଲେ। ସେ ଶାହାରୁଖ ଖାନଙ୍କ ନୁହେଁ, ଏହି ଫିଲ୍ମରେ ଅଭିନେତା ଟମ କ୍ରୁଜଙ୍କୁ ନେବାକୁ ଯାଉଥିଲେ। କିନ୍ତୁ ପରେ ଯାହା ଘଟିଲା ତାହା ଇତିହାସ ପାଲଟିଗଲା। ୧୯୯୫ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ବ୍ଲକବଷ୍ଟର ହିଟ୍ ବୋଲି ପ୍ରମାଣିତ ହୋଇଥିଲା।

ଆଦିତ୍ୟ ତାଙ୍କର ପ୍ରଥମ ନାଟ୍ୟ ଅଭିନୟ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ତଥା ଶ୍ରେଷ୍ଠ ଟେକ୍ନିସିଆନମାନଙ୍କର ଏକ ଦଳ ଚୟନ କରିଛନ୍ତି। ଟୋନି ଏବଂ ଏମି ବିଜେତା ରବ୍‌ ଏଶଫୋର୍ଡ ସହଯୋଗୀ କୋରିଓଗ୍ରାଫର୍ ଶ୍ରୁତି ମର୍ଚାଣ୍ଟଙ୍କ ସହିତ ଏହି ପ୍ରଡକ୍ସନ ସହ କୋରିଓଗ୍ରାଫ କରିବେ। Come Fall In Love - The DDLJ Musical ୨୦୨୨-୨୩ ବ୍ରଡୱେ ସିଜନ୍‌ରେ ଷ୍ଟେଜ ଉପରେ ପ୍ରଦର୍ଶିତ କରାଯିବ।

 

View this post on Instagram

 

A post shared by Yash Raj Films (@yrf)

Related story