ଆମୀରଙ୍କ ପରେ ଆର ମାଧବନଙ୍କୁ କରୋନା, କହିଲେ ଅଲ ଇଜ୍‌ ୱେଲ୍

ମୁମ୍ବାଇ: ଜଣଙ୍କ ପରେ ଜଣେ ବଲିଉଡ ସେଲେବ୍ରିଟି ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ବୁଧବାର ଆମୀର ଖାନ୍‌ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ତାଙ୍କ ୩ ଇଡିଅଟ ପାର୍ଟନର ଆର ମାଧବାନଙ୍କ ଟେଷ୍ଟ ରିପୋର୍ଟ ଆଜି ପଜିଟିଭ ଆସିଛି। ମାଧବନ ଟ୍ୱିଟର ଜରିଆରେ ଫ୍ୟାନମାନଙ୍କୁ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ସେ ୩ ଇଡିଅଟ ଫିଲ୍ମକୁ ଏଥିରେ ଯୋଡ଼ିଛନ୍ତି। ସେ କହିଛନ୍ତି, “ଫରହାନ ତ ରାଞ୍ଚୋଙ୍କୁ ଅନୁସରଣ କରିବାର ଥିଲା। […]

R-Madhavan

Hemant Lenka
  • Published: Thursday, 25 March 2021
  • , Updated: 25 March 2021, 01:56 PM IST

ମୁମ୍ବାଇ: ଜଣଙ୍କ ପରେ ଜଣେ ବଲିଉଡ ସେଲେବ୍ରିଟି ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ବୁଧବାର ଆମୀର ଖାନ୍‌ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ତାଙ୍କ ୩ ଇଡିଅଟ ପାର୍ଟନର ଆର ମାଧବାନଙ୍କ ଟେଷ୍ଟ ରିପୋର୍ଟ ଆଜି ପଜିଟିଭ ଆସିଛି।

ମାଧବନ ଟ୍ୱିଟର ଜରିଆରେ ଫ୍ୟାନମାନଙ୍କୁ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ସେ ୩ ଇଡିଅଟ ଫିଲ୍ମକୁ ଏଥିରେ ଯୋଡ଼ିଛନ୍ତି। ସେ କହିଛନ୍ତି, “ଫରହାନ ତ ରାଞ୍ଚୋଙ୍କୁ ଅନୁସରଣ କରିବାର ଥିଲା। ଭାଇରସ ସବୁବେଳେ ଆମ ପଛରେ ପଡ଼ିଥିଲା। କିନ୍ତୁ ଏଥର ସେ ଆମକୁ କ୍ୟାଚ୍ କରିବାରେ ସକ୍ଷମ ହୋଇଛି।

କିନ୍ତୁ ଅଲ ଇଜ୍‌ ୱେଲ ଏବଂ କୋଭିଡ୍ ବି ଖୁବଶୀଘ୍ର ଠିକ୍ ହୋଇଯିବ। ଏହି ଗୋଟି ସ୍ଥାନ ଯେଉଁଠି ଆମେ ରାଜୁକୁ ସାମିଲ କରିବାକୁ ଚାହୁଁନାହୁଁ। ଆପଣ ସମସ୍ତଙ୍କ ଭଲ ପାଇବା ପାଇଁ ଧନ୍ୟବାଦ। ମୁଁ ଶୀଘ୍ର ସୁସ୍ଥ ହେଉଛି।” ଏଥିସହ ସେ ଆମୀରଙ୍କ ସହ ୩ ଇଡିଏଟ୍‌ ବେଳର ପୋଷ୍ଟର ମଧ୍ୟ ପୋଷ୍ଟ କରିଛନ୍ତି।


୩ ଇଡିଅଟ୍‌ରେ ମାଧବନ ଫରହାନ ଚରିତ୍ରରେ ଅଭିନୟ କରିଥିଲେ। ଏଥିରେ ଆମୀର ରାଞ୍ଚୋ ଓ ଶରମନ ଯୋଶୀ ରାଜୁ ଭୂମିକାରେ ରହିଥିଲେ। ଫିଲ୍ମରେ ସେମାନେ ବିରୁ ସହସ୍ରବୁଦ୍ଧେ(ବୋମନ ଇରାନୀ)ଙ୍କୁ ଭାଇରସ ବୋଲି ଡାକୁଥିଲେ। ଏହି ସବୁ ମିଶାଇ ମାଧବନ କରୋନା ଆକ୍ରାନ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି।

ଗତକାଲି ଆମୀରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସେ ହୋମକ୍ୱାରେଣ୍ଟାଇନ୍‌ରେ ରହିଥିଲେ।

Related story