ଆଇସିୟୁରେ ବପ୍ପି ଲାହିରୀ

ନୂଆଦିଲ୍ଲୀ: ସିନେମା ଜଗତର ଜଣାଶୁଣା ଗାୟକ ଓ ମ୍ୟୁଜିକ କମ୍ପୋଜର ବପ୍ପି ଲାହିରୀ କରୋନାରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ବପ୍ପି ଲାହିରୀ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି। ତାଙ୍କ ଝିଅ ରୀମା ଲାହିରୀ ଗୁରୁବାର ଏହି ସୂଚନା ଦେଇଛନ୍ତି। ରୀମା କହିଛନ୍ତି, ‘ବପ୍ପି ଦା’ଙ୍କ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଯତ୍ନ ନିଆଯାଉଛି। ତାଙ୍କ ଭିତରେ କରୋନାଭାଇରସର ହାଲୁକା ଲକ୍ଷଣ ରହିଛି। ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି […]

bappi-Lahiri

Ranjit Kumar Jena
  • Published: Thursday, 01 April 2021
  • , Updated: 01 April 2021, 06:16 PM IST

ନୂଆଦିଲ୍ଲୀ: ସିନେମା ଜଗତର ଜଣାଶୁଣା ଗାୟକ ଓ ମ୍ୟୁଜିକ କମ୍ପୋଜର ବପ୍ପି ଲାହିରୀ କରୋନାରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ବପ୍ପି ଲାହିରୀ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି। ତାଙ୍କ ଝିଅ ରୀମା ଲାହିରୀ ଗୁରୁବାର ଏହି ସୂଚନା ଦେଇଛନ୍ତି।

ରୀମା କହିଛନ୍ତି, 'ବପ୍ପି ଦା'ଙ୍କ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଯତ୍ନ ନିଆଯାଉଛି। ତାଙ୍କ ଭିତରେ କରୋନାଭାଇରସର ହାଲୁକା ଲକ୍ଷଣ ରହିଛି। ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ। ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ।' ବୁଧବାର ବପ୍ପି ଲାହିରୀ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା। ପୂର୍ବରୁ ତାଙ୍କର ଫୁସଫୁସ୍ ଜନିତ ସମସ୍ୟା ରହିଛି। ଏଭଳି ସ୍ଥିତିରେ ଚିନ୍ତା କରିବା ସ୍ୱାଭାବିକ।

ବପ୍ପି ଦା' ନାମରେ ଚର୍ଚ୍ଚିତ ବପ୍ପି ଲାହିରୀଙ୍କୁ ବଲିଉଡର ଡିସ୍କୋ କିଙ୍ଗ୍ କୁହାଯାଏ। ସେ ୮୦ ଓ ୯୦ ଦଶକରେ ହିନ୍ଦୀ ଫିଲ୍ମରେ ସଂଗୀତର ଡିସ୍କୋ ଶୈଳୀର ମୂଳଦୁଆ ପକାଇଥିଲେ। ବପ୍ପି ଲାହିରୀଙ୍କ ହିଟ୍ ଫିଲ୍ମ ମଧ୍ୟରେ 'ଡିସ୍କୋ ଡାନ୍ସର', 'ନମକ୍ ହଲାଲ୍', 'ଡାନ୍ସ ଡାନ୍ସ'କ୍, 'ଶରାବୀ', 'ସାହେବ', 'ହିମ୍ମତୱାଲା', 'ବାରଦାତ୍' ଏବଂ 'ଚଲତେ ଚଲତେ' ଆଦି ସାମିଲ୍‌ ଅଛି। ସେ ଫିଲ୍ମ 'ଦି ଡାର୍ଟି ପିକଚର'ର ବ୍ଲକବଷ୍ଟର୍ ଗୀତ 'ଉ ଲାଲା ଲା'ରେ ଏକ ଗାୟକ ଭାବେ କମବ୍ୟାକ୍ କରିଥିଲେ। ଏବେ ବପ୍ପି ଲାହିରୀଙ୍କ ପାଖରେ ସେହି ପୁରୁଣା ଚମକ ଦେଖିବାକୁ ମିଳେ।

ବଲିଉଡ୍ କଳାକାର କରୋନାରେ ଆକ୍ରାନ୍ତ ହେବା ସାଧାରଣ କଥା ହୋଇଗଲାଣି। ଏହା ପୂର୍ବରୁ ଅଭିନେତା ଆମୀର ଖାନ୍, ଆର୍ ମାଧବନ୍, ରଣବୀର କପୁର, ସଞ୍ଜନ ଲୀଲ ଭଂସାଲୀ, ମନୋଜ ବାଜପେୟୀ, ସିଦ୍ଧାର୍ଥ ଚତୁର୍ବେଦୀ, ତାରା ସୁତାରିୟା ଓ ସତୀଶ କୌଶିକଙ୍କ ଭଳି ବଲିଉଡ୍ କଳାକାର କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେହିପରି କିଛି ଟିଭି କଳାକାର ମଧ୍ୟ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି।

Related story