କାଶ୍ମୀର ଫାଇଲସ୍‌ ପରେ ଏହି ଫାଇଲର ଗୁମର ଖୋଲିବେ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ବକ୍ସ ଅଫିସ୍‌ରେ ‘କାଶ୍ମୀର ଫାଇଲସ୍‌’କୁ ଜବରଦସ୍ତ ସଫଳତା ମିଳିବା ପରେ ଏହାର ନିର୍ଦ୍ଦେଶକ ଆଗାମୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହୋଇଛନ୍ତି। କାଶ୍ମୀର ଫାଇଲସ୍‌ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଗୁରୁବାର ଆଗାମୀ ଫିଲ୍ମର ନାଁ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରର ନାଁ ରହିଛି ‘ଦିଲ୍ଲୀ ଫାଇଲସ୍‌’। ସେ ଖୁବ୍‌ଶୀଘ୍ର ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିବେ ବୋଲି କହିଛନ୍ତି । କାଶ୍ମୀର ଫାଇଲସ୍‌ ଚଳଚ୍ଚିତ୍ରକୁ ବେଶ ଦର୍ଶକୀୟ ଆଦୃତି ମିଳିଛି।  ଫିଲ୍ମର କାହାଣୀ ଯେତିକି ଚର୍ଚ୍ଚିତ […]

vivek-agnihotri

Tapas Behera
  • Published: Friday, 15 April 2022
  • , Updated: 15 April 2022, 04:43 PM IST

ମୁମ୍ବାଇ: ବକ୍ସ ଅଫିସ୍‌ରେ ‘କାଶ୍ମୀର ଫାଇଲସ୍‌’କୁ ଜବରଦସ୍ତ ସଫଳତା ମିଳିବା ପରେ ଏହାର ନିର୍ଦ୍ଦେଶକ ଆଗାମୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହୋଇଛନ୍ତି। କାଶ୍ମୀର ଫାଇଲସ୍‌ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଗୁରୁବାର ଆଗାମୀ ଫିଲ୍ମର ନାଁ ଘୋଷଣା କରିଛନ୍ତି।

ଏହି ଚଳଚ୍ଚିତ୍ରର ନାଁ ରହିଛି ‘ଦିଲ୍ଲୀ ଫାଇଲସ୍‌’। ସେ ଖୁବ୍‌ଶୀଘ୍ର ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିବେ ବୋଲି କହିଛନ୍ତି । କାଶ୍ମୀର ଫାଇଲସ୍‌ ଚଳଚ୍ଚିତ୍ରକୁ ବେଶ ଦର୍ଶକୀୟ ଆଦୃତି ମିଳିଛି।  ଫିଲ୍ମର କାହାଣୀ ଯେତିକି ଚର୍ଚ୍ଚିତ ଏହାକୁ ନେଇ ସେତିକି ବିବାଦୀୟ ମଧ୍ୟ ହୋଇଥିଲା। ଫିଲ୍ମର ବିଷୟବସ୍ତକୁ ନେଇ ସୋଶାଲ ମିଡିଆରେ ସରଗରମ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା। ଫିଲ୍ମକୁ ଦର୍ଶକମାନେ ଖୁବ୍‌ ପସନ୍ଦ କରିଥିବାରୁ ବିବେକ ଅଗ୍ନିହୋତ୍ରୀ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି ଯେ, ଦୀର୍ଘ ୪ ବର୍ଷ ଧରି ଏହି ଫିଲ୍ମକୁ ନେଇ ଗବେଷଣା କରିଥିଲେ। ଏହାକୁ ତିଆରି କରିବା ପାଇଁ ବହୁ କଷ୍ଟ କରିବାକୁ ପଡ଼ିଥିଲା।  କଶ୍ମୀରରେ ହିନ୍ଦୁ ଗଣହତ୍ୟାର ଶୀକାର ହୋଇଛନ୍ତି। ସେମାନଙ୍କୁ ବିତାଡ଼ିତ କରାଯାଇଛି। ସେମାନଙ୍କ ପ୍ରତି ଅନ୍ୟାୟ ଓ ଅବିଚାର କରାଯାଇଛି। ସେମାନଙ୍କ ପ୍ରତି ହୋଇଥିବା ଅକଥନୀୟ ନିର୍ଯାତନାର ନିଚ୍ଛକର କାହାଣୀ ଫିଲ୍ମରେ ଦର୍ଶାଯାଇଥିବା ସେ କହିଛନ୍ତି।

ଏହା ପରେ ସେ ଦିଲ୍ଲୀ ଫାଇଲସ୍‌କୁ ନେଇ କାମ କରିବେ ବୋଲି କହିଛନ୍ତି। ଏହି କାହାଣୀର ବିଷୟବସ୍ତୁ କ'ଣ ହେବ ତାକୁ ସେ ଭାବିବାକୁ ଲୋକଙ୍କ ଉପରେ ଛାଡ଼ିଛନ୍ତି । ଏନେଇ ସେ ଟ୍ୱିଟ୍‌ କରି ଘୋଷଣା କରିଛନ୍ତି।

ଗତ ମାର୍ଚ୍ଚ ୧୧ରେ ଦେଶବ୍ୟାପୀ କାଶ୍ମୀର ଫାଇଲସ୍‌ ରିଲିଜ୍‌ ହୋଇଥିଲା। ଏଥିରେ ଅନୁପମ ଖେର, ପଲ୍ଲବୀ ଯୋଷୀ, ମିଥୁନ ଚକ୍ରବର୍ତ୍ତୀ ଏବଂ ଦର୍ଶନ କୁମାର ଅଭିନୟ କରିଛନ୍ତି ।  ଫିଲ୍ମଟି ବକ୍ସ ଅଫିସରେ ବଡ଼ ଆର୍ଥିକ ସଫଳତା ୩୩୦ କୋଟି ଟଙ୍କା ଆୟ କରିଛି।

Related story