ପୁଣି ମା’ ହେବେ ଐଶ୍ୱର୍ଯ୍ୟା!

ମୁମ୍ବାଇ: ବଚ୍ଚନ ପରିବାରକୁ ଆସିବେ ନୂଆ ସଦସ୍ୟ। ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଏ କଥା ଆମେ କହୁନୁ, ନିକଟରେ ସାମ୍ନାକୁ ଆସିଥିବା ଐଶ୍ୱର୍ଯ୍ୟାଙ୍କ କିଛି ଫଟୋକୁ ନେଇ ଏଭଳି ଚର୍ଚ୍ଚା ହେଉଛି। ତାଙ୍କ ଫଟୋ ଏବେ ଜୋର୍‌ସୋର୍‌ରେ ଭାଇରାଲ ମଧ୍ୟ ହେବାରେ ଲାଗିଛି। ଐଶ୍ୱର୍ଯ୍ୟା ଏବେ ତାମିଲନାଡୁରେ ଅଛନ୍ତି। ଫିଳ୍ମର ସେ ସୁଟିଂରେ ବ୍ୟସ୍ତ ଅଛନ୍ତି ନୀଳନୟନା। ସୁଟିଂରୁ ସମୟ ବାହାର କରି ଐଶ୍ୱର୍ଯ୍ୟା ନିକଟରେ ନିଜ କୋ-ଷ୍ଟାର […]

Aishwarya-Rai

Madhupriya Mistry
  • Published: Monday, 26 July 2021
  • , Updated: 26 July 2021, 02:06 PM IST

ମୁମ୍ବାଇ: ବଚ୍ଚନ ପରିବାରକୁ ଆସିବେ ନୂଆ ସଦସ୍ୟ। ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଏ କଥା ଆମେ କହୁନୁ, ନିକଟରେ ସାମ୍ନାକୁ ଆସିଥିବା ଐଶ୍ୱର୍ଯ୍ୟାଙ୍କ କିଛି ଫଟୋକୁ ନେଇ ଏଭଳି ଚର୍ଚ୍ଚା ହେଉଛି। ତାଙ୍କ ଫଟୋ ଏବେ ଜୋର୍‌ସୋର୍‌ରେ ଭାଇରାଲ ମଧ୍ୟ ହେବାରେ ଲାଗିଛି।

ଐଶ୍ୱର୍ଯ୍ୟା ଏବେ ତାମିଲନାଡୁରେ ଅଛନ୍ତି। ଫିଳ୍ମର ସେ ସୁଟିଂରେ ବ୍ୟସ୍ତ ଅଛନ୍ତି ନୀଳନୟନା। ସୁଟିଂରୁ ସମୟ ବାହାର କରି ଐଶ୍ୱର୍ଯ୍ୟା ନିକଟରେ ନିଜ କୋ-ଷ୍ଟାର ଶରଥ କୁମାରଙ୍କ ଘରକୁ ଯାଇଥିଲେ। ତାଙ୍କ ସହ ସ୍ୱାମୀ ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟା ମଧ୍ୟ ଥିଲେ। ଏହି ସମୟର କିଛି ଫଟୋକୁ ଶରଥଙ୍କ ଝିଅ ବରଲକ୍ଷ୍ମୀ ନିଜ ଇନଷ୍ଟାଗ୍ରମାରେ ସେଆର କରିଛନ୍ତି।

ଫଟୋରେ ଐଶ୍ୱର୍ଯ୍ୟା କଳା ରଙ୍ଗର ଏକ ଅଫ୍ ସୋଲଡର ଡ୍ରେସ୍ ପିନ୍ଧିଛନ୍ତି। ଏଥିସହ ସେ ଅଳ୍ପ ମୋଟା ଦେଖାଯାଉଛନ୍ତି। ଫଟୋରେ ଐଶ୍ୱର୍ଯ୍ୟା ନିଜ ପେଟକୁ ଲୁଚାଇବାକୁ ମଧ୍ୟ ଚେଷ୍ଟା କରିଛନ୍ତି। କେତୋଟି ଫଟୋରେ ଐଶ୍ୱର୍ଯ୍ୟାଙ୍କ ପେଟ ବଢ଼ିଥିବା ମଧ୍ୟ ନଜର ଆସିଛି।

ଏହି ଫଟୋ ସବୁ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆ ୟୁଜର୍ସମାନେ ଏଶ୍ୱର୍ଯ୍ୟା କୁଆଡେ ପୁଣି ଥରେ ମା’ ହେବାକୁ ଯାଉଥିବା ନେଇ ଅନୁମାନ କରୁଛନ୍ତି। ଅନେକ ଲୋକେ ଏଶ୍ୱର୍ଯ୍ୟାଙ୍କ ବେବି ବମ୍ପ ଦେଖାଯାଉଥିବା କଥା ମଧ୍ୟ କହିଛନ୍ତି।

ସୂଚନା ମୁତାବକ ଐଶ୍ୱର୍ଯ୍ୟା ଦୀର୍ଘ ଦିନ ପରେ ପୁଣି ଥରେ ପରଦାକୁ ଆସିବାକୁ ଯାଉଛନ୍ତି। ସେ ଫିଲ୍ମ ‘ପୋନିଏନ୍ ସେଲଭାନ୍’ ଜରିଆରେ କମ୍‌ବ୍ୟାକ୍ କରୁଛନ୍ତି। ଏହା ଏକ ସାଉଥ ଫିଲ୍ମ। ନିକଟରେ ଐଶ୍ୱାର୍ଯ୍ୟା ନିଜେ ଏହି ସୂଚନା ଦେଇଥିଲେ। ସେ ନିଜ ଇନ୍‌ଷ୍ଟାଗ୍ରାମରେ ପିଲ୍ମର ପୋଷ୍ଟର ମଧ୍ୟ ସେଆର କରିଥିଲେ।

 

View this post on Instagram

 

A post shared by Varalaxmi Sarathkumar (@varusarathkumar)

Related story