ପୁଣି ଅକ୍ଷୟଙ୍କ ଆଖିରେ ଲୁହ, କନ୍ଦାଇଲେ ନୁପୁର

ମୁମ୍ବାଇ: ପୁଣି ଅକ୍ଷୟଙ୍କ ଆଖିରେ ଲୁହ। କାନ୍ଦିଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର। କହି ପାରିଲେନି ନିଜ ହୃଦୟର ବେଦନା କି ସହି ପାରିଲେନି। ସେପଟେ ଠିକ୍ ସମାନ ଅବସ୍ଥା ଅଭିନେତ୍ରୀ ନୁପୁର ସାନନଙ୍କର ମଧ୍ୟ। ସେ ମଧ୍ୟ ବିରହ ଯନ୍ତ୍ରଣାରେ କାନ୍ଦିଲେ ଆଉ ଗଡାଇଲେ ଲୁହ। ଦୁହେଁ କେହି କାହାକୁ କିଛି କହିବା ଆଗରୁ ସରିଗଲା ସବୁ କିଛି। ଆଖି ବୁଜିଦେଲେ ଅକ୍ଷୟ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ରିଲିଜ ହୋଇଥିବା […]

akshay-kumar-and-nupur-sanon

Madhupriya Mistry
  • Published: Tuesday, 06 July 2021
  • , Updated: 06 July 2021, 05:40 PM IST

ମୁମ୍ବାଇ: ପୁଣି ଅକ୍ଷୟଙ୍କ ଆଖିରେ ଲୁହ। କାନ୍ଦିଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର। କହି ପାରିଲେନି ନିଜ ହୃଦୟର ବେଦନା କି ସହି ପାରିଲେନି। ସେପଟେ ଠିକ୍ ସମାନ ଅବସ୍ଥା ଅଭିନେତ୍ରୀ ନୁପୁର ସାନନଙ୍କର ମଧ୍ୟ। ସେ ମଧ୍ୟ ବିରହ ଯନ୍ତ୍ରଣାରେ କାନ୍ଦିଲେ ଆଉ ଗଡାଇଲେ ଲୁହ। ଦୁହେଁ କେହି କାହାକୁ କିଛି କହିବା ଆଗରୁ ସରିଗଲା ସବୁ କିଛି। ଆଖି ବୁଜିଦେଲେ ଅକ୍ଷୟ।

[caption id="attachment_656767" align="aligncenter" width="711"] ଗୀତରେ ହୃଦୟକୁ ଛୁଇଁଗଲା ଭଳି ଏକ ଯନ୍ତ୍ରଣାଦାୟକ ପ୍ରେମ କାହାଣୀକୁ ଦର୍ଶଯାଇଛି।[/caption]

ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ରିଲିଜ ହୋଇଥିବା ସୁପରହିଟ୍ ମ୍ୟୁଜିକ୍ ଆଲବମ୍ ‘ଫିଲ୍‌ହାଲ୍‌’ର ସିକ୍ୱେଲ ପାର୍ଟ ‘ଫିଲ୍‌ହାଲ-୨’ରେ। ଏହି ଗୀତଟି ରିଲିଜ ହେବାପରେ ଏବେ ସୋଶାଲ ମିଡିଆରେ ଧମାଲ କରିଛି। ଏହି ଗୀତକୁ ପୂର୍ବଭଳି ଭର୍ସଟାଇଲ ସିଙ୍ଗର ବି ପ୍ରାକ୍ ଗାଇଛନ୍ତି। ଏହି ଗୀତରେ ହୃଦୟକୁ ଛୁଇଁଗଲା ଭଳି ଏକ ଯନ୍ତ୍ରଣାଦାୟକ ପ୍ରେମ କାହାଣୀକୁ ଦର୍ଶଯାଇଛି।

ଅରବିନ୍ଦ ଖାଇରାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ମ୍ୟୁଜିକ ଭିଡିଓରେ ଗୀତ କମ୍ପୋଜ କରିଛନ୍ତି ଜାନି। ୨୦୧୯ରେ ମ୍ୟୁଜିକ ଭିଡିଓ ‘ଫିଲହାଲ’ ରିଲିଜ ହୋଇଥିଲା। ଏହି ଗୀତ ଜରିଆରେ ଅଭିନେତ୍ରୀ କ୍ରିତି ସାନନଙ୍କ ଭଉଣୀ ନୁପୁର ସାନନ ପରଦାରେ ଡେବ୍ୟୁ କରିଥିଲେ। ସେତେବେଳେ ଅକ୍ଷୟ ଏବଂ ନୁପୁରଙ୍କ ଏହି ଗୀତଟି ବ୍ଲକବଷ୍ଟର ହିଟ୍ ମଧ୍ୟ ହୋଇଥିଲା।

https://youtu.be/DUwlGduupRI

Related story